ନିଶାସକ୍ତ ଫାର୍ମାସିଷ୍ଟଙ୍କ ଉନ୍ମତ୍ତ କାଣ୍ଡ

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ନିଶାସକ୍ତ ଫାର୍ମାସିଷ୍ଟଙ୍କ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସିଂଲା ଥାନା ଇଡିଦା ଗାଁରେ । ଏଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ  ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ବୁଲୁଥିଲେ। ଏହି ସମୟରେ ଯାହାକୁ ଦେଖିଲେ ଖଣ୍ତା ଏବଂ କଟୁରି ଧରି ଆକ୍ରମଣ କରିବାକୁ ଗୋଡାଇ ଥିଲେ । ତାଙ୍କ ଆକ୍ରମଣରେ ୨ଜଣ ଗ୍ରାମବାସୀ ଆହତ ମଧ୍ୟ ହୋଇଛନ୍ତି ।  ସ୍ଥାନୀୟ ଲୋକେ ତାଙ୍କୁ […]

attack

attack

Niharika Rout
  • Published: Wednesday, 09 December 2020
  • Updated: 09 December 2020, 11:42 AM IST

Sports

Latest News

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ନିଶାସକ୍ତ ଫାର୍ମାସିଷ୍ଟଙ୍କ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସିଂଲା ଥାନା ଇଡିଦା ଗାଁରେ ।

ଏଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ  ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ବୁଲୁଥିଲେ। ଏହି ସମୟରେ ଯାହାକୁ ଦେଖିଲେ ଖଣ୍ତା ଏବଂ କଟୁରି ଧରି ଆକ୍ରମଣ କରିବାକୁ ଗୋଡାଇ ଥିଲେ । ତାଙ୍କ ଆକ୍ରମଣରେ ୨ଜଣ ଗ୍ରାମବାସୀ ଆହତ ମଧ୍ୟ ହୋଇଛନ୍ତି ।  ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ  ।

ଖବର ପାଇ ସିଂଲା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କାବୁ କରିବାକୁ ଚେଷ୍ଟା କଲା ବେଳେ ଆକ୍ରମଣର ଶିକାର ହୋଇଥିଲା।  କିଛି ସମୟ ପରେ ଫାର୍ମାସିଷ୍ଟଙ୍କୁ କାବୁ କରି ଥାନାକୁ ନେଇଥିଲା ପୁଲିସ୍‌।  ତାଙ୍କ ନିକଟରୁ ଏକ ଖଣ୍ତା ଏବଂ ଠେଙ୍ଗା ଜବତ  ହୋଇଛି । ଫାର୍ମାସିଷ୍ଟଙ୍କୁ ଅନ୍ୟତ୍ର ବଦଳି ପାଇଁ ଗ୍ରାମବାସୀ ଦାବି କରିଛନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos