ଏଜି ଛକରେ ଗୋଲାପ ବାଣ୍ଟିଲେ, ଚକୋଲେଟ୍‌ ଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ଟ୍ରାଫିକ ନିୟମ ପାଳନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। କମିଶନରେଟ ପୁଲିସର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଓଲିଉଡ୍‌ ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଭୁବନେଶ୍ୱର ଏଜି ଛକରେ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ହେଲ୍‌ମେଟ୍‌ ପିନ୍ଧି ସୁରକ୍ଷିତ ଭାବେ ଯାତ୍ରା କରିବାକୁ ଲୋକଙ୍କୁ ବୁଝାଇଥିଲେ କଳାକାର ଓ ପୁଲିସ। ହାତରେ ଗୋଲପ ଫୁଲ ସହ ଚକୋଲେଟ୍ ଧରି ଛକରେ ଅଟକି ରହିଥିବା ବାଇକ ଚାଳକଙ୍କ ପାଖକୁ ଯାଉଥିଲେ। […]

11

Manoranjan Sial
  • Published: Monday, 07 January 2019
  • , Updated: 07 January 2019, 08:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ଟ୍ରାଫିକ ନିୟମ ପାଳନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। କମିଶନରେଟ ପୁଲିସର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଓଲିଉଡ୍‌ ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଭୁବନେଶ୍ୱର ଏଜି ଛକରେ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ହେଲ୍‌ମେଟ୍‌ ପିନ୍ଧି ସୁରକ୍ଷିତ ଭାବେ ଯାତ୍ରା କରିବାକୁ ଲୋକଙ୍କୁ ବୁଝାଇଥିଲେ କଳାକାର ଓ ପୁଲିସ। ହାତରେ ଗୋଲପ ଫୁଲ ସହ ଚକୋଲେଟ୍ ଧରି ଛକରେ ଅଟକି ରହିଥିବା ବାଇକ ଚାଳକଙ୍କ ପାଖକୁ ଯାଉଥିଲେ। ସମସ୍ତଙ୍କୁ ହେଲ୍‌ମେଟ୍‌ ପିନ୍ଧିବା ପାଇଁ କହୁଥିଲେ। ଏହି ଅବସରରେ ଦାୟିତ୍ୱରେ ଥିବା ଟ୍ରାଫିକ କର୍ମଚାରୀଙ୍କୁ ମଧ୍ୟ ଓଲିଉଡ୍‌ ଅଭିନେତା ଓ ଅଭିନେତ୍ରୀ ଫୁଲ ବାଣ୍ଟିଥିଲେ।

[caption id="attachment_322173" align="aligncenter" width="796"] ଫଟୋ : ରାକେଶ ରାଉଳ [/caption]

Related story