୧୭ରୁ ଫୁଲବାଣୀ ପୌରପାଳିକା, ବାଲିଗୁଡ଼ା NAC ଶଟଡାଉନ୍‌

ଫୁଲବାଣୀ(ତ୍ରିନାଥ ସାହୁ): ଫୁଲବାଣୀ ପୌରପାଳିକା ଏବଂ ବାଲିଗୁଡ଼ା NACକୁ ୪ ଦିନିଆ ଶଟଡାଉନ୍‌ ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ । ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାର ଦୁଇ ସହର ଫୁଲବାଣୀ ପୌରପାଳିକା ଏବଂ ବାଲିଗୁଡ଼ା NACକୁ ଶଟଡାଉନ୍‌ ଘୋଷଣା କରିଛନ୍ତି । ଆସନ୍ତା ୧୭ ତାରିଖ ସନ୍ଧ୍ୟା ୭ଟାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୪ ଦିନିଆ ଶଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍‌ […]

phulbani-1-1

Niharika Rout
  • Published: Wednesday, 15 July 2020
  • , Updated: 15 July 2020, 08:14 AM IST

ଫୁଲବାଣୀ(ତ୍ରିନାଥ ସାହୁ): ଫୁଲବାଣୀ ପୌରପାଳିକା ଏବଂ ବାଲିଗୁଡ଼ା NACକୁ ୪ ଦିନିଆ ଶଟଡାଉନ୍‌ ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ । ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାର ଦୁଇ ସହର ଫୁଲବାଣୀ ପୌରପାଳିକା ଏବଂ ବାଲିଗୁଡ଼ା NACକୁ ଶଟଡାଉନ୍‌ ଘୋଷଣା କରିଛନ୍ତି ।

ଆସନ୍ତା ୧୭ ତାରିଖ ସନ୍ଧ୍ୟା ୭ଟାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୪ ଦିନିଆ ଶଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍‌ ସହରର ବିଭିନ୍ନ ଓ୍ୱାର୍ଡରେ ଘରକୁ ଘର ବୁଲି ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ ।

ଅପରପକ୍ଷେ ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ରିଜିଓନାଲ ବିଜନେସ୍‌ ଅଫିସ୍‌ର ଜଣେ କର୍ମଚାରୀ କରୋନା ସଂକ୍ରମିତ ବାହାରିଥିବାରୁ ଏହି କାର୍ଯ୍ୟାଳୟ ଓ ବ୍ୟାଙ୍କ ଶାଖାରେ ୭ ଦିନିଆ ସେବା ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Related story