Advertisment

ରାତିରେ ମାଓ ହମଲା; ଜଣେ ଯବାନ ସହିଦ, ୬ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଖମଣଖୋଲ ନିକଟ ଜଙ୍ଗଲରେ ମାଓ ହମ୍‌ଲାରେ ଜଣେ ଯବାନ ସହିତ ହୋଇଥିବା ବେଳେ ଜଣେ ଡ୍ରାଇଭର ସମେତ ୬ ଯବାନ ଆହତ ହୋଇଛନ୍ତି। ୩ ଜଣ ଆହତଙ୍କୁ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ହୋଇଥିବା ଅନ୍ୟ ଯବାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ମୃତ ଯବାନଙ୍କ ନାଁ ଲକ୍ଷ୍ମୀକାନ୍ତ ଜାନି। ତାଙ୍କ ଘର କଳାହାଣ୍ଡିରେ।

ଗତକାଲି ବିଳମ୍ବିତ ରାତିରେ ଏହି ଯବାନମାନେ କମ୍ବିଂ ସାରି ଫେରୁଥିବା ବେଳେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ।

ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ବୋଲି ଦକ୍ଷିଣାଞ୍ଚଳ ଆଇଜି ଅମିତାଭ ଠାକୁର କହିଛନ୍ତି।

ଖମଣଖୋଲ ଜଙ୍ଗଲରେ ମାଓ ହମ୍ଲାର ଅନୁଧ୍ୟାନ କରି ଫେରିବା ପରେ ଡିଜିପି କେବି ସିଂହ କହିଛନ୍ତି,“ଯବାନମାନେ କମ୍ବିଂ ସାରି ଫେରିବା ବେଳେ ଆକ୍ରମଣ ହୋଇଛି। ମାଓବାଦୀମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ। ଆମ ଯବାନମାନେ ଅସୀମ ସାହସ ସହ ମୁକାବିଲା କରିଥିଲେ। ପ୍ରତିଆକ୍ରମଣ ସ୍ୱରୂପ ଯବାନମାନେ ଗୁଳି ସହ ଗ୍ରେନେଡ୍‌ ମାଡ଼ କରିଥିଲେ। ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜ୍ୟୋର ପାଳନ ହୋଇଛି। ଏବେ ସୁଦ୍ଧା ଆମ ଯବାନଙ୍କ ମନୋବଳ ଦୃଢ ଅଛି। ମାଓବାଦୀଙ୍କ ଆକ୍ରମଣର କଡ଼ା ଜବାବ ଦେବୁ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe