Advertisment

ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ

କଟକ (ଓଡ଼ିଶା ରିପୋର୍ଟର): ଖୋଲିବ ପ୍ରଥମିକ ସ୍କୁଲ। ଜାନୁଆରୀ ୩ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟାରୁ ପର୍ଯ୍ୟନ୍ତ ସ୍କୁଲ ଚାଲିବ। ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ରାସନ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ। ତେବେ ଯେଉଁଠି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍‌ ରହିଛି, ସେଠାରେ ସମ୍ମେଟିଭ୍‌ ପରୀକ୍ଷା ଚାଲୁଥିବାରୁ ଜାନୁଆରୀ ୧୦ ତାରିଖ ପରେ  ସ୍କୁଲ […]

ଅଦ୍ୟତନ ହୋଇଛି
ପୂଜା ଛୁଟି ପରେ ଖୋଲିବ କି ଅନ୍ୟ କ୍ଲାସ?

school

Advertisment

କଟକ (ଓଡ଼ିଶା ରିପୋର୍ଟର): ଖୋଲିବ ପ୍ରଥମିକ ସ୍କୁଲ। ଜାନୁଆରୀ ୩ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟାରୁ ପର୍ଯ୍ୟନ୍ତ ସ୍କୁଲ ଚାଲିବ। ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ରାସନ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ। ତେବେ ଯେଉଁଠି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍‌ ରହିଛି, ସେଠାରେ ସମ୍ମେଟିଭ୍‌ ପରୀକ୍ଷା ଚାଲୁଥିବାରୁ ଜାନୁଆରୀ ୧୦ ତାରିଖ ପରେ  ସ୍କୁଲ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିତକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Advertisment

https://twitter.com/IPR_Odisha/status/1475801032680558594?s=20

ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ସ୍କୁଲ। ଯେଉଁଥିପାଇଁ ପିଲାମାନେ ଘରେ ରହିଛନ୍ତି। କରୋନାର କୋପ କମିବା ପରେ ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ପାଠ ପଢ଼ାଇବାର ବ୍ୟବସ୍ଥା କରିଥିଲେ। ମାତ୍ର ଏହି ବ୍ୟବସ୍ଥା ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିଲା ନାହିଁ। କାରଣ, ଯେଉଁ ରାଜ୍ୟରେ ଦୁଇ ଓଳି ଦୁଇ ମୁଠା ଖାଇବା ସମ୍ଭବ ହେଉନଥିବା ବେଳେ ସେ ପରିସ୍ଥିତିରେ ନିଜ ପିଲାଙ୍କୁ ଆଣ୍ଡ୍ରଏଡ୍‌ ଫୋନ୍‌ ଦେବା କାଠିକର ପାଠ ହେଉଥିଲା। ତଥାପି କେତେକ ଅଭିଭାବକ ନିଜ ଉପାର୍ଜିତ ଅର୍ଥରୁ କିଛି ସଞ୍ଚୟ କରି ଆଣ୍ଡ୍ରଏଡ୍‌ ଫୋନ୍‌ କିଣି ପିଲାଙ୍କୁ ପାଠ ପଢ଼ିବାକୁ ଦେଇଥିଲେ। ହେଲେ ସେ ନେଟ୍‌ୱର୍କ ସମସ୍ୟା ଦେଖାଦେଇଥିଲା। ଯେଉଁଥିପାଇଁ ପିଲାମାନଙ୍କ ଅନ୍‌ଲାଇନ୍‌ ଶିକ୍ଷା ଅଧାବାଟରେ ରହି ଯାଇଥିଲା। ଏନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ସ୍କୁଲ୍‌ ଖୋଲିଛି।

ସ୍କୁଲ ଖୋଲିବା ପରେ ଏବେ ରାଜ୍ୟରେ ଥିବା ୨୭୦୦୦ ସ୍କୁଲ ଚଞ୍ଚଳ ହେବ। ପୂର୍ବ ପରି କ୍ଲାସ ରୁମ୍‌ରେ ବସି ପିଲାମାନେ ପାଠ ପଢ଼ିବେ। କିନ୍ତୁ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପଳନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe