Advertisment

Death Mystery: ଫିଜିଓଥେରାପିଷ୍ଟଙ୍କ ସନ୍ଦେହଜନକ ମୃତ୍ୟୁ; ଘର ବାହାରେ ପଡ଼ିଥିଲା ମୃତଦେହ, ଘର ଭିତରେ ଥିଲେ ତାଙ୍କ ବନ୍ଧୁ

ଘର ମାଲିକ ବିଶ୍ୱଜିତ ମହାନ୍ତି କହିଛନ୍ତି, ଗତ ବର୍ଷ ଅଗଷ୍ଟ ୧୫ ତାରିଖରୁ ଆସାମର ରୋହନ ମୋ ଘରେ ଭଡ଼ାରେ ରହିଆସୁଥିଲେ। ୧୦/୧୨ ଦିନ ତଳେ ସେ ତାଙ୍କ ଘରକୁ ଯାଇଥିଲା। ଗତକାଲି ସେ ଫେରିଥିଲେ। ଗତକାଲି ରାତି ୧୦ଟା ୪୦ ମିନିଟ୍ ସୁଦ୍ଧା ସେ ରୁମ୍‌କୁ ଫେରଥିଲେ।

author-image
Jitendra Garnayak
Death

କଟକ ଜିଲ୍ଲା ଓଲଟପୁର ଥାନା ଅଞ୍ଚଳରେ ଥିବା କବିତା କମ୍ପ୍ଲେକ୍ସରେ ଜଣେ ଫିଜିଓଥେରାପିଷ୍ଟଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ନାଁ ରୋହନ କାକତି। ତାଙ୍କ ଘର ଆସାମରେ। ତାଙ୍କୁ ୨୫ ବର୍ଷ ହୋଇଥିଲା।  

Advertisment

ରୋହନ ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ରିହାବିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ବା ଏସ୍‌ବିନିରତାରରେ ଫିଜିଓ ଥେରାପି ବିଭାଗରେ ଇଣ୍ଟରର୍ନଶିପ୍ କରିଥିଲେ। ତା’ପରେ ଓଲଟପୁର ଅଞ୍ଚଳରେ ଥିବା କବିତା କମ୍ପ୍ଲେକ୍ସରେ ଘର ଭଡ଼ା ନେଇ ରହିବା ସହିତ ଫିଜିଓଥେରାପିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। 
ରୋହନ ତାଙ୍କ ଘରକୁ ଯାଇଥିଲେ। ଗତକାଲି ସେ ଫେରିଥିଲେ। ଆଜି ସକାଳେ ତାଙ୍କ ମୃତଦେହ କବିତା କମ୍ପ୍ଲେକ୍ସ ପାର୍ଶ୍ୱରୁ ମିଳିଥିଲା।  

ଘର ମାଲିକ ବିଶ୍ୱଜିତ ମହାନ୍ତି କହିଛନ୍ତି, ଗତ ବର୍ଷ ଅଗଷ୍ଟ ୧୫ ତାରିଖରୁ ରୋହନ ମୋ ଘରେ ଭଡ଼ାରେ ରହିଆସୁଥିଲେ। ୧୦/୧୨ ଦିନ ତଳେ ସେ ତାଙ୍କ ଘରକୁ ଯାଇଥିଲା। ଗତକାଲି ସେ ଫେରିଥିଲେ। ଗତକାଲି ରାତି ୧୦ଟା ୪୦ ମିନିଟ୍ ସୁଦ୍ଧା ସେ ରୁମ୍‌କୁ ଫେରଥିଲେ। ଆଜି ସକାଳେ କେତେ ଜଣ ପିଲା କହିଥିଲେ ଯେ  କେହି ଜଣେ ମରି ପଡ଼ିଛନ୍ତି। ମୁଁ ତଳକୁ ଆସି ଦେଖିବା ପରେ ସେ ରୋହନ ବୋଲି ଜାଣିବାକୁ ପାଇଲି। ଏହା ପରେ ଓଲଟପୁର ଥାନାକୁ ଖବର ଦେଇଥିଲି। ତା’ପରେ ରୋହନଙ୍କ ରୁମ୍‌କୁ ଯାଇଥିଲେ। ସେଠାରେ ତାଙ୍କ ବନ୍ଧୁ ଥିବା ଦେଖିଥିଲି। ତେଣୁ ମୁଁ ରୁମ୍‌କୁ ବାହାର ପଟୁ ଲକ୍ କରି ଦେଇଥିଲି। ପରେ ତାଙ୍କୁ ପୁଲିସ୍‌ ଜିମାରେ ଦିଆଯାଇଥିଲା। ରୋହନଙ୍କ ପରିବାରକୁ ଘଟଣା ସଂପର୍କରେ ଜଣାଇ ଦିଆଯାଇଛି। କେମିତି ତାଙ୍କ ମୃତ୍ୟୁ ହେଲା, ତାହା ମୁଁ ଜାଣିନାହିଁ।

Advertisment

କଟକ ସଦର ଉପଖଣ୍ଡ ଅଧିକାରୀ ବିଜୟ କୁମାର ମଲ୍ଲିକ କହିଛନ୍ତି, ଓଲଟପୁର ଥାନାକୁ ସୂଚନା ମିଳିଥିଲା ଜଣେ ଯୁବକ ମରି ପଡ଼ିଛନ୍ତି। ଓଲଟପୁର ଥାନା ପୁଲିସ ପହଞ୍ଚି ମୃତ୍ୟୁ ଯୁବକଙ୍କ ପରିବାର ସହିତ ଯୋଗାଯୋଗ କରିଥିଲା। ‌ପରିବାର ଲୋକ ପହଞ୍ଚିଲେ ତଦନ୍ତ ଆଗକୁ ବଢିବ। ଜଣେ ଯୁବକ (ରୋହନଙ୍କ ବନ୍ଧୁ)ଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।