Advertisment

ଲୋଭ ପାଖରେ ମରିଗଲା ମାନବିକତା, ବୋହିନେଲେ କୁକୁଡ଼ା

କୁଚିଣ୍ଡା (ଓଡ଼ିଶା ରିପୋର୍ଟର) : ଦୁର୍ଘଟଣାଗ୍ରସ୍ତ ହେଲା କୁକୁଡ଼ା ବୋଝେଇ ପିକଅପ୍‌ ଭ୍ୟାନ୍‌। ଆହତ ପିକଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ବଞ୍ଚାଇବେ କ’ଣ ବରଂ କୁକୁଡ଼ାକୁ ନେଇ ଚମ୍ପଟ ମାରିଲେ ଲୋକେ। ଏମିତି ଏକ ଘଟଣା ଘଟିଛି କୁଚିଣ୍ଡା ମହୁଲପାଲି ଥାନା କେସାଇବାହଲ ନିକଟସ୍ଥ ଟେଣ୍ଡାକୁଦରରେ। ଗତ ମଙ୍ଗଳବାର ଭୋର ସମୟର ଏ ଘଟଣା। ଦୁର୍ଘଟଣାପରେ କୁକୁଡ଼ା ସବୁକୁ ବୋହି ନେଉଥିବା ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୁଳରୁ ରାଜଗାଙ୍ଗପୁର ଅଭିମୁଖେ ଯାଉଥିବା ଏକ କୁକଡ଼ା […]

ଲୋଭ ପାଖରେ ମରିଗଲା ମାନବିକତା, ବୋହିନେଲେ କୁକୁଡ଼ା

chi2

Advertisment

କୁଚିଣ୍ଡା (ଓଡ଼ିଶା ରିପୋର୍ଟର) : ଦୁର୍ଘଟଣାଗ୍ରସ୍ତ ହେଲା କୁକୁଡ଼ା ବୋଝେଇ ପିକଅପ୍‌ ଭ୍ୟାନ୍‌। ଆହତ ପିକଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ବଞ୍ଚାଇବେ କ’ଣ ବରଂ କୁକୁଡ଼ାକୁ ନେଇ ଚମ୍ପଟ ମାରିଲେ ଲୋକେ। ଏମିତି ଏକ ଘଟଣା ଘଟିଛି କୁଚିଣ୍ଡା ମହୁଲପାଲି ଥାନା କେସାଇବାହଲ ନିକଟସ୍ଥ ଟେଣ୍ଡାକୁଦରରେ।

Advertisment

ଗତ ମଙ୍ଗଳବାର ଭୋର ସମୟର ଏ ଘଟଣା। ଦୁର୍ଘଟଣାପରେ କୁକୁଡ଼ା ସବୁକୁ ବୋହି ନେଉଥିବା ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଅନୁଗୁଳରୁ ରାଜଗାଙ୍ଗପୁର ଅଭିମୁଖେ ଯାଉଥିବା ଏକ କୁକଡ଼ା ବୋଝେଇ ବୋଲେରୋ ପିକଅପ୍‌ ଭ୍ୟାନ ଭୋର ୪ଟା ସମୟରେ ଟେଣ୍ଡାକୁଦର ପାଖରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଓଲଟି ପଡିଥିଲା। ପରେ ସ୍ଥାନୀୟ ଲୋକେ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ କୁକୁଡ଼ା ସବୁ ବୋହିବାକୁ ଆରମ୍ଭ କରିଥିବା ଦେଖାଯାଇଥିଲା।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe