Advertisment

ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ପିହୁଙ୍କ ମା’

ଯାଜପୁର (ସଞ୍ଜୀବ ନାୟକ): ସରକାରଙ୍କ ଠାରୁ ନ୍ୟାୟ ନପାଇ ନିରାଶ ହେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ମୋନାଲିସା ନାୟକ। ଯାଜପୁରର ବହୁ ଚର୍ଚ୍ଚିତ ନିଖୋଜ ପିହୁଙ୍କ ମା’ ମୋନାଲିସା ଶେଷରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ସେ ଯାଜପୁର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଦେବାକୁ ନିବେଦନ କରିଛନ୍ତି। ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୁଦନପୁର ଗ୍ରାମର ମୋନାଲିସା ନାୟକଙ୍କ ୨ ବର୍ଷର ଝିଅ ପିହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯିବାର ୨୦ ମାସ  […]

ଅଦ୍ୟତନ ହୋଇଛି
ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ପିହୁଙ୍କ ମା’

pihu

Advertisment

ଯାଜପୁର (ସଞ୍ଜୀବ ନାୟକ): ସରକାରଙ୍କ ଠାରୁ ନ୍ୟାୟ ନପାଇ ନିରାଶ ହେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ମୋନାଲିସା ନାୟକ। ଯାଜପୁରର ବହୁ ଚର୍ଚ୍ଚିତ ନିଖୋଜ ପିହୁଙ୍କ ମା’ ମୋନାଲିସା ଶେଷରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ସେ ଯାଜପୁର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଦେବାକୁ ନିବେଦନ କରିଛନ୍ତି।

Advertisment

ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୁଦନପୁର ଗ୍ରାମର ମୋନାଲିସା ନାୟକଙ୍କ ୨ ବର୍ଷର ଝିଅ ପିହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯିବାର ୨୦ ମାସ  ବିତିଗଲାଣି। ଏଯାଏ ତା’ର କୌଣସି ପତ୍ତା ମିଳୁନାହିଁ। ବିଝାଂରପୁର ପୁଲିସ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ପିହୁର ମା’। ହେଲେ ପୁଲିସ ଆଜି କାଲି କହି ତାଙ୍କୁ ଭୁଆଁ ବୁଲାଉଥିବା ପିହୁର ମା’ ଅଭିଯୋଗ କରିଛନ୍ତି । ପିହୁର ନିଖୋଜ ଘଟଣାରେ ସେ ଦୀର୍ଘ ଦିନ ଧରି ସିବିଆଇ ତଦନ୍ତ ଦାବି କରି ଆସୁଛନ୍ତି। କିନ୍ତୁ ରାଜ୍ୟ ସରକାର କିଛି ଶୁଣୁ ନଥିବାରୁ ସେ ନ୍ୟାୟ ପାଇବେ ବୋଲି ତାଙ୍କର ଆଉ ଆଶା ନାହିଁ।

ସେ କହିଛନ୍ତି, ଏହି ଘଟଣାରେ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ କିମ୍ବା ମୋତେ ଇଚ୍ଛା ମୃତ୍ୟୁ ଦିଅନ୍ତୁ। ପିହୁ ନିଖୋଜ ହେବାର ୨୦ ମାସ ହେଲାଣି। ତଥାପି ଧୈର୍ଯ୍ୟର ସହ ମୁଁ ଅପେକ୍ଷା କରିଛି। ଯଦି ମୁଁ ନ୍ୟାୟ ପାଇପାରୁନି, ତା’ହେଲେ ମୋର ବଞ୍ଚିବାର କୌଣସି ଅଧିକାର ନାହିଁ।  ତେଣୁ ମୁଁ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛି।

Advertisment

୨୦୨୦ ଅଗଷ୍ଟ ୯ ତାରିଖ ଘର ସାମ୍ନାରେ ଖେଳୁଥିବାବେଳେ କେହି ଦୁର୍ବୃତ୍ତ ପିହୁଙ୍କୁ  ଉଠାଇ ନେଇଥିଲା। ଏ ସଂପର୍କରେ ମୋନାଲିସା ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ। ବିଂଝାରପୁର ପୁଲିସ କେବଳ ୨୨୮/୨୦ ରେ ଏକ ଅପହରଣ ମାମଲା ରୁଜୁକରି ଚୁପ୍ ବସିଯାଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ପୁଲିସ ଉପରେ ଚାପ ପଡ଼ିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଝିଅକୁ ପାଇବା ପାଇଁ ମୋନାଲିସା ଏସପିଙ୍କଠାରୁ ଜିଲ୍ଲାପାଳ, ରାଜ୍ୟ ପୁଲିସ ମୁଖ୍ୟାଳୟ ଓ ରାଜ୍ୟ ମହିଳା ଆୟୋଗଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରୀ କରିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ପାଇନଥିବା ସେ କହିଛନ୍ତି।

Missing Child Pihu Missing Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe