/odisha-reporter/media/media_files/2025/12/30/high-court-2025-12-30-18-04-20.jpg)
ଟାଟା ପାୱାର ବିରୋଧରେ ଜନସ୍ୱାର୍ଥ ମାମଲା ଦାୟର। ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମମାଲା । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଆଇନ ଏବଂ ଓଡ଼ିଶା ବିଦ୍ୟୁତ ନିର୍ଦେଶାବଳୀର ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ କରି ହାଇକୋର୍ଟରେ ମାମଲା ଦାୟର କରିଛି ସାମାଜିକ ସଂଗଠନ ‘ଭଏସ ଅଫ କଟକ’। ଏହି ମମାଲାରେ ଶକ୍ତି ସଚିବ, ଟାଟା ପାୱାର ଏବଂ OERCକୁ ପକ୍ଷଭୁକ୍ତ କରାଯାଇଛି।
ପୂର୍ବରୁ ସୁରକ୍ଷା ଜମା ଥାଇ ମଧ୍ୟ ପୁଣି ଥରେ ହଜାର ହଜାର ଟଙ୍କା ମାଗିବା ଓ ବିଦ୍ୟୁତ କାଟିବାକୁ ଧମକ ଦେବା ବେଆଇନ ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଟାଟା ପାୱାର ୭,୨୧୫ କୋଟିର ଅତିରିକ୍ତ ଶୁଳ୍କ ଆଦାୟ କରି ବ୍ୟାଙ୍କରେ ରଖିଥିବା ଆବେଦନକାରୀ ଦର୍ଶାଇଛନ୍ତି।
ବିନା ଗ୍ରାହକ ସମ୍ମତି ଓ ସଚେତନତାରେ ସ୍ମାର୍ଟ ମିଟର ଲଗାଯିବା କଥାକୁ ପିଟିସନରେ ଉଲ୍ଲେଖ କରାଯାଇଛି। ଏହି ପ୍ରକ୍ରିୟା ବିଦ୍ୟୁତ ଆଇନ ୨୦୦୩ ଏବଂ ସମ୍ବିଧାନର ଧାରା ୧୪ ଓ ୨୧ର ଖୋଲାଖୋଲି ଉଲ୍ଲଂଘନ ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ନକରିବାକୁ ଏବଂ ASD ନୋଟିସକୁ ରଦ୍ଦ କରିବାକୁ ଆବଦେନକାରୀ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
