Advertisment

Pitabas Panda Murder Case: ବ୍ଲାକମେଲିଂ ହତ୍ୟାର କାରଣ କି?

ପୀତବାସ ପଣ୍ଡା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବ୍ଲାକମେଲ୍ କରୁଥିଲେ କି? ଫଟୋ ସାର୍ବଜନୀନ ହୋଇଥିଲେ, ବିକ୍ରମଙ୍କ ରାଜନୈତିକ କ୍ୟାରିୟର ଗୋଲ୍ ହୋଇଯାଇଥାଆନ୍ତା କି? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

Pitabas
Advertisment

ମହିଳାଙ୍କ ସହ ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ ରଖି ତାଙ୍କୁ ବ୍ଲାକମେଲ୍ (Blackmail) କରୁଥିଲେ ପୀତବାସ ପଣ୍ଡା! ପାଖରେ ରଖିଥିବା ୪ଟି ଆପତ୍ତିଜନକ ଫଟୋ ସାର୍ବଜନୀନ କରିଦେବେ ବୋଲି ଧମକ ଦେଉଥିଲେ ପୀତବାସ! ପୀତବାସ ପଣ୍ଡାଙ୍କ ସିକ୍ରେଟ୍ ଲକରରୁ ପୁଲିସ୍ ପାଇଥିଲା ୪ଟି ଫଟୋ ଓ ପେନ୍ ଡ୍ରାଇଭ୍। ଏଥିପାଇଁ ବିକ୍ରମ ପଣ୍ଡା ରାଗର ପୀତବାସଙ୍କୁ ଗୁଳିକରି ମାରିଦେଲେ କି ବୋଲି ଉଠିଛି ପ୍ରଶ୍ନ?

Advertisment

ଆଗରୁ ବାଇ-ଇଲକେସନ୍ ଓ ବ୍ୟବସାୟିକ ଶତ୍ରୁତା ପରେ ଏହି ମାମଲାରେ ଆସିଛି ନୂଆ ତଥ୍ୟ। ପୁଲିସ ଦାଖଲ କରିଥିବା ଚାର୍ଜସିଟରେ ରହିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ଏହାକୁ ଦେଖିଲେ ଆପଣ ବି କହିବେ, ଏହି କାରଣରୁ ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହଟାଇ ଦେଲେ କି? ପୁଲିସର ଏହି ରିପୋର୍ଟରେ ବିକ୍ରମ ପଣ୍ଡା ଜଣେ ଅଳ୍ପ ବୟସର ମହିଳାଙ୍କ ସହ ଥିବା ଦର୍ଶାଯାଇଛି। ତେବେ ଗୋପନୀୟତା ଦୃଷ୍ଟିରୁ ସେହି ନାଁଟି ଆମେ ସାର୍ବଜନୀନ କରିପାରିବୁ ନାହଁ। ରିପୋର୍ଟରେ ଲେଖାଅଛି ଯେ, ଫଟୋଟିକୁ ପୀତବାସ ପଣ୍ଡା ସାର୍ବଜନୀନ କରିଦେବେ ବୋଲି ବିକ୍ରମ ପଣ୍ଡାକୁ ପରୋକ୍ଷରେ ଧମକାଉ ଥିଲେ।

ଆମକୁ ମିଳିଥିବା ଜଣେ ସାକ୍ଷୀଙ୍କ ୧୬୧ ବୟାନରୁ ଜଣାପଡ଼ିଛି ଯେ, ପୀତବାସ ପଣ୍ଡାଙ୍କ ପାଖରେ ବିକ୍ରମ ପଣ୍ଡାଙ୍କର ଜଣେ ମହିଳାଙ୍କ ସହ ଅନ୍ତରଙ୍ଗ ଓ ଆପତ୍ତିଜନକ ଫଟୋ ଏବଂ ଭିଡିଓ ରହିଛି, ଯାହାକୁ ସେ ସୋଶାଲ୍ ମିଡିଆରେ ଦିନେ ଭାଇରାଲ୍ କରିବେ ବୋଲି ବିକ୍ରମ ପଣ୍ଡାଙ୍କ ନିଜ ଲୋକଙ୍କୁ କହୁଥିବା ସେ ଶୁଣିଛନ୍ତି। ପୀତବାସ ଆହୁରି କହୁଥିଲେ, ଯାଅ ତୁମ ନେତାଙ୍କୁ କହିଦେବ ଯେ, ପୀତବାସ ପଣ୍ଡା କହିଛି। ଏମିତି ଖୋଲାଖୋଲି ବାହାରେ ସେ ଚ୍ୟାଲେଞ୍ଜ କରୁଥିଲା। ଏହି ଖବର ପାଇ ପୀତବାସଙ୍କ ଆଡୁ ବିକ୍ରମ ପଣ୍ଡା ଭୟଭୀତ ଥିବା ଆମେ ତାଙ୍କ ମହଲରୁ ଜାଣିବାକୁ ପାଇଲୁ।

Advertisment

ଏହି କାରଣରୁ ଚର୍ଚ୍ଚା ହେଉଛି ଯେ, ଏହା ହିଁ ହତ୍ୟାର ମୁଖ୍ୟ କାରଣ ହୋଇଥାଇ ପାରେ। ଏଠି ପ୍ରଶ୍ନ ଉଠୁଛି, ଏହି ଫଟୋ ରଖିଛି ବୋଲି କହି ପୀତବାସ ପଣ୍ଡା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବ୍ଲାକମେଲ୍ କରୁଥିଲେ କି? ଫଟୋ ସାର୍ବଜନୀନ ହୋଇଥିଲେ, ବିକ୍ରମଙ୍କ ରାଜନୈତିକ କ୍ୟାରିୟର ଗୋଲ୍ ହୋଇଯାଇଥାଆନ୍ତା କି? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଗତକାଲି ପୀତବାସ ପଣ୍ଡାଙ୍କ ଭାଇ ମଧ୍ୟ କହୁଥିଲେ ଏହି ୪ ଫଟୋ କଥା। ଏହା ହତ୍ୟାର ଏକ କାରଣ ହୋଇଥାଇପାରେ ବୋଲି ମଧ୍ୟ ସେ କହୁଥିଲେ। ଯଦି ଏହା ସତ, କେଉଁ କାରଣରୁ ବିକ୍ରମ ପୀତବାସଙ୍କୁ ହତ୍ୟାକଲେ ତାହା ସ୍ପଷ୍ଟ ଜଣାପଡୁଛି।

ଆଗରୁ ପୁଲିସ ହତ୍ୟାକାଣ୍ଡର ଅନେକ କାରଣ କହିଛି। କେତେବେଳେ ଏହି ଘଟଣା ସହ ରାଜନୈତିକ ଶତ୍ରୁତା ଯୋଡ଼ି ହୋଇଛି ତ ଆଉ କେତେବେଳେ ବ୍ୟବସାୟିକ ଶତ୍ରୁତା। ଆଉ ଏବେ ଯୋଡ଼ି ହୋଇଯାଇଛି ପୀତବାସଙ୍କ ଦ୍ୱାରା ଫଟୋ ସାର୍ବଜନୀନ କରିଦେବାର ଧମକ। ତେବେ ଏହାକୁ ଗ୍ରହଣ କରିପାରୁ ନାହାଁନ୍ତି ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ। ଦୀପକ ଆମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଏଆଇ ଦ୍ୱାରା ଏମିତି ଇମେଜ ସୃଷ୍ଟି କରାଯାଇପାରେ।

ଏହି ଫଟୋ ଘଟଣା ଏବଂ ପୀତବାସ ଏହାକୁ ସାର୍ବଜନୀନ କରିଦେବାର ପରୋକ୍ଷ ଧମକ ଘଟଣାକୁ ନୂଆମୋଡ ଦେଉଛି। ତେବେ ଆଗକୁ ଏହି ଘଟଣା କେଉଁ ମୋଡ଼ ନେଉଛି ତାହା ଦେଖିବା କଥା।

Blackmail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe