ଟିକେ ଭଲ କରି ଦେଖନ୍ତୁ। ହଳଦିଆ ନମ୍ବର ଥିବା ମାଲବାହୀ ଓ ଯାତ୍ରୀବାହୀ ଗାଡ଼ିକୁ ଅଟକାଇ ଡ୍ରାଇଭରଙ୍କୁ ହାତ ଯୋଡ଼ି ଡାକୁଛନ୍ତି। ବେକରେ ଫୁଲ ମାଳ ପକାଉଛନ୍ତି ଆଉ ହାତ ଯୋଡ଼ି ବିନମ୍ର ଭାବରେ ସମସ୍ୟା ନେଇ ବୁଝାଉଛନ୍ତି। କାହାକୁ ମିଠା ତ କାହାକୁ ଚକୋଲେଟ ଖୁଆଇ ବୁଝାଉଛନ୍ତି। କିଭଳି ଡ୍ରାଇଭରମାନଙ୍କୁ ସରକାର ଅଣଦେଖା କରୁଛନ୍ତି। ଆଉ ଅଖଚକ ବନ୍ଦ ପଛର କାରଣ କଣ ସେନେଇ ବୁଝାଉଛନ୍ତି। ପୂର୍ବଥର ଯେଉଁଭଳି ଭାବରେ ବଦନାମ ହୋଇଥିଲେ ସେପରି କିଛି ହେବାର ସୁଯୋଗ ଦେଇନଥିଲେ।