କଙ୍କଡ଼ାହାଡ଼ରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ; ୨ ମୃତ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ ଆଜି ସକାଳେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ପ୍ରଶିକ୍ଷକଙ୍କ ସହିତ ଜଣେ ମହିଳା ଟ୍ରେନି ପାଇଲଟଙ୍କ ମୃତ୍ୟୁ ଘଟିଛି।  ମୃତକ ହେଲେ ପାଇଲଟ୍ ଟ୍ରେନର ସଞ୍ଜୀବ ଝା ଓ ମହିଳା ଟ୍ରେନି ଅନିଶ ଫାତିମା । ସଞ୍ଜୀବଙ୍କ ଘର ବିହାରରେ ହୋଇଥିବାବେଳେ ଫାତିମାଙ୍କ ଘର ତାମିଲନାଡୁରେ ବୋଲି ଜଣାପଡ଼ିଛି । ପୁଲିସ୍‌ ଓ ଏୟାରଷ୍ଟ୍ରିପ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି । ଗତ କିଛିଦିନ ହେଲା ୯୦ […]

kk

Niharika Rout
  • Published: Monday, 08 June 2020
  • , Updated: 08 June 2020, 11:58 AM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ ଆଜି ସକାଳେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ପ୍ରଶିକ୍ଷକଙ୍କ ସହିତ ଜଣେ ମହିଳା ଟ୍ରେନି ପାଇଲଟଙ୍କ ମୃତ୍ୟୁ ଘଟିଛି। 

ମୃତକ ହେଲେ ପାଇଲଟ୍ ଟ୍ରେନର ସଞ୍ଜୀବ ଝା ଓ ମହିଳା ଟ୍ରେନି ଅନିଶ ଫାତିମା । ସଞ୍ଜୀବଙ୍କ ଘର ବିହାରରେ ହୋଇଥିବାବେଳେ ଫାତିମାଙ୍କ ଘର ତାମିଲନାଡୁରେ ବୋଲି ଜଣାପଡ଼ିଛି । ପୁଲିସ୍‌ ଓ ଏୟାରଷ୍ଟ୍ରିପ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି ।

ଗତ କିଛିଦିନ ହେଲା ୯୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିରାଶାଳ ଏୟାରଷ୍ଟ୍ରିପ୍‌ରେ ପାଇଲଟ୍ ଟ୍ରେନିଂ କ୍ୟାମ୍ପ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ ୩୬ ଜଣ ଛାତ୍ରଛାତ୍ରୀଙ୍କୁ ୬ଟି ବିମାନରେ ତାଲିମ ଦିଆଯାଉଥିଲା । ଆଜି ସକାଳେ ମହିଳା ଟ୍ରେନି ଅନିଶ ଫାତିମାଙ୍କୁ ନେଇ ତାଲିମ ଦେବା ଲାଗି ଟ୍ରେନର ସଞ୍ଜୀବ ୨ ସିଟ୍ ବିଶିଷ୍ଟ ସେସନା-୧୨୫ ବିମାନରେ ଉଡ଼ାଣ ଆରମ୍ଭ କରିଥିଲେ ।

ଟେକ୍ ଅପ୍ କରିବା ପରେ ହଠାତ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନଟି ୧୦୦ ଫୁଟ୍ ଉଚ୍ଚରୁ ଏୟାରଷ୍ଟ୍ରିପରେ ପାର୍କିଂ ହୋଇଥିବା ୨ଟି ବିମାନ ମଝିରେ ଖସି ପଡ଼ିଥିଲା । ଦୁହିଁଙ୍କୁ ଉଦ୍ଧାର କରି କାମାକ୍ଷାନଗର ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଟ୍ରେନର ଓ ଟ୍ରେନିଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛି GATI। DGCA  ଦ୍ୱାରା ବିମାନ ଦୁର୍ଘଟଣାର ତଦନ୍ତ ହେବ ବୋଲି GATI ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ବିରାଶାଳ ଏୟାରଷ୍ଟ୍ରିପରେ  ୨ ବର୍ଷ ହେବ ପାଇଲଟ୍ ଟ୍ରେନିଂ ଆରମ୍ଭ ହୋଇଛି।  ବିଭିନ୍ନ ରାଜ୍ୟରୁ ଯୁବକ,ଯୁବତୀ ଆସି ଏଠାରେ ପାଇଲଟ୍ ଟ୍ରେନିଂ ନେଉଛନ୍ତି।

Related story