ପିଲାଙ୍କ ସହ ମିଶି ଗଛ ଲଗାଇଲେ ଅର୍ଚ୍ଚିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି କଟକ ମିଶନ୍‌ ରୋଡ୍‌ ସ୍ଥିତ ନ୍ୟୁ-ଷ୍ଟିୱାର୍ଟ ବିଦ୍ୟାଳୟର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗ ଦେଇଥିଲେ। ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ମିଶି ଅର୍ଚ୍ଚିତା ଏଠାରେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ପୂଜା ଭରବାସ ଯୋଗ ଦେଇଥିବା ବେଳେ  ଷ୍ଟିୱାର୍ଟ ବିଦ୍ୟାଳୟର ମୁଖ୍ୟ ଅଧ୍ୟକ୍ଷା ଏଫ୍‌. ସି ନର୍ଥ ମଧ୍ୟ ଉପସ୍ଥିତ ଥିଲେ। […]

a

Biswobandita Swain
  • Published: Saturday, 31 August 2019
  • , Updated: 31 August 2019, 11:49 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି କଟକ ମିଶନ୍‌ ରୋଡ୍‌ ସ୍ଥିତ ନ୍ୟୁ-ଷ୍ଟିୱାର୍ଟ ବିଦ୍ୟାଳୟର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗ ଦେଇଥିଲେ।

ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ମିଶି ଅର୍ଚ୍ଚିତା ଏଠାରେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ପୂଜା ଭରବାସ ଯୋଗ ଦେଇଥିବା ବେଳେ  ଷ୍ଟିୱାର୍ଟ ବିଦ୍ୟାଳୟର ମୁଖ୍ୟ ଅଧ୍ୟକ୍ଷା ଏଫ୍‌. ସି ନର୍ଥ ମଧ୍ୟ ଉପସ୍ଥିତ ଥିଲେ। ନ୍ୟୁ-ଷ୍ଟିୱାର୍ଟ ବିଦ୍ୟାଳୟର ଅଧ୍ୟକ୍ଷା ଏମ୍‌ ତୃପ୍ତିରାଣୀ, ସଂଯୋଜିକା ସୁନୀତା ନଥ୍‌ ଓ ସୁମିତ୍ରା ପଣ୍ଡାଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Related story