Advertisment

ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ପାଇଁ ବଳିପଡ଼ିଲେ ଗଛ!

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୫ ତାରିଖ ବଲାଙ୍ଗିର ଗସ୍ତରେ ଆସୁଛନ୍ତି। ସେ ରେଳ ଷ୍ଟେସନଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ୧୦୦୦ରୁ ୧୨୦୦ ଗଛକୁ ସ୍ୱାହା କରାଯାଇଛି। ମୋଦିଙ୍କ ହେଲିକପ୍ଟର ଅବତରଣ ପାଇଁ ରେଲୱେ ଜମିରେ ଥିବା ଗଛ ଗୁଡ଼ିକୁ କଟାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଖବର ପ୍ରକାଶ ପାଇବା ପରେ ଆଜି ବଲାଙ୍ଗିର ଡିଏଫ୍‌ଓ ସମୀର ଶତପଥୀ ଉକ୍ତ ପଡ଼ିଆ ପରିଦର୍ଶନ କରିଛନ୍ତି। ପରେ ସେ ପଡ଼ିଆ ପରିଦର୍ଶନ […]

author-image
Rakesh Mallick
ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ପାଇଁ ବଳିପଡ଼ିଲେ ଗଛ!

PLANTS-AT-A-PLANTATION-SITE-FELLED-FOR-A-TEMPORARY-HELIPAD-FOR-PM-VISIT-IN-BALANGIR

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୫ ତାରିଖ ବଲାଙ୍ଗିର ଗସ୍ତରେ ଆସୁଛନ୍ତି। ସେ ରେଳ ଷ୍ଟେସନଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ୧୦୦୦ରୁ ୧୨୦୦ ଗଛକୁ ସ୍ୱାହା କରାଯାଇଛି। ମୋଦିଙ୍କ ହେଲିକପ୍ଟର ଅବତରଣ ପାଇଁ ରେଲୱେ ଜମିରେ ଥିବା ଗଛ ଗୁଡ଼ିକୁ କଟାଯାଇଥିବା ଅଭିଯୋଗ ହୋଇଛି।

Advertisment

ଏନେଇ ଖବର ପ୍ରକାଶ ପାଇବା ପରେ ଆଜି ବଲାଙ୍ଗିର ଡିଏଫ୍‌ଓ ସମୀର ଶତପଥୀ ଉକ୍ତ ପଡ଼ିଆ ପରିଦର୍ଶନ କରିଛନ୍ତି। ପରେ ସେ ପଡ଼ିଆ ପରିଦର୍ଶନ ପରେ ଗଣମାଧ୍ୟମକୁ କହିଛନ୍ତି- “ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ପାଇଁ ଚିହ୍ନଟ ହୋଇଥିବା ପଡ଼ିଆଟି ରେଲୱେର। ଏହି ପଡ଼ିଆରେ ୨୦୧୬-୧୭ ମସିହାରେ ଅର୍ବାନ ପ୍ଲାଣ୍ଟେସନ୍‌ ଯୋଜନାରେ ୩୫୦୦ ଚାରା ରୋପଣ କରାଯାଇଥିଲା। ସେଥିରୁ ଅଧିକାଂଶ ଗଛ ଅଛି। କିନ୍ତୁ ହେଲିପ୍ୟାଡ୍‌ ପାଇଁ ପଡ଼ିଆ ସଫା ବେଳେ ୧୦୦୦ରୁ ୧୨୦୦ ଗଛ କଟାଯାଇଛି। ଗଛ କଟାଯାଉଥିବା ବେଳେ ବନ ବିଭାଗର ଅଧିକାରୀମାନେ ବାରଣ କରିଥିଲେ। ଗଛ ଗୁଡ଼ିକ ଦୁଇ ବର୍ଷିଆ ଚାରା ଥିଲା। ଦୁଇ ବର୍ଷରେ ଗଛ ଗୁଡ଼ିକର ରକ୍ଷଣାବେକ୍ଷଣକୁ ହିସାବକୁ ନେଲେ ଦୁଇରୁ ଅଢ଼େଇ ଲକ୍ଷ ଟଙ୍କା ନଷ୍ଟ ହୋଇଛି। କାହା ନିର୍ଦ୍ଦେଶରେ ଗଛ ଗୁଡ଼ିକ କଟାଗଲା, ସେ ସମ୍ପର୍କରେ ଜାଣିବା ପାଇଁ ରେଲୱେର ବରିଷ୍ଠ ଅଧିକାରୀଙ୍କ ସହିତ ଯୋଗାଯୋଗରେ ରହିଛୁ।”

ଏହାର ଜବାବ ଦେଇଛନ୍ତି ଇଷ୍ଟ କୋଷ୍ଟ ରେଲୱେ ମୁଖ୍ୟ ପିଆର୍‌ଓ ଜ୍ୟୋତି ପ୍ରକାଶ ମିଶ୍ର। ସେ କହିଛନ୍ତି-“ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର କେଉଁଠି ଓହ୍ଲାଇବ, ତାହାର ନିଷ୍ପତ୍ତି ରେଲୱେ ନିଏନାହିଁ। ରାଜ୍ୟ ସରକାର ଏହାର ନିଷ୍ପତ୍ତି ନିଅନ୍ତି। ପରେ PWD ହେଲିପ୍ୟାଡ୍‌ ବନାଇଥାଏ। ତେବେ ପ୍ରଧାନମନ୍ତ୍ରୀ ଅବତରଣ କରିବାକୁ ସ୍ଥିର ହୋଇଥିବା ପଡ଼ିଆରେ ଗଛ କଟାଯାଇଥିବା ନେଇ ଆମ ପାଖରେ ଅଭିଯୋଗ ହୋଇଛି। ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ସମୟରେ କିଛି କହିବାଟା ଠିକ୍‌ ହେବନି। ରେଲୱେ ଏକ ସରକାରୀ ସଂସ୍ଥା। ସବୁ କାମ ସରକାରୀ ନିୟମ ଅନୁସାରେ ହୋଇଥାଏ। ତେବେ ଉକ୍ତ ପଡ଼ିଆରେ କେତେ ଗଛ ଥିଲା, ତାହାର ଭିଡିଓ ଓ ଫଟୋ ରହିଛି। ତାକୁ ନେଇ ତଦନ୍ତ ଚାଲିଛି।”

Advertisment