Advertisment

ଅଫିସ ଆସି ଜେଇଇ କହିଲେ ଆସ୍‌ ତାସ ଖେଳିବା ! ବାଜି ପକାଇଲେ ଷ୍ଟାଫ୍‌

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଧିନରେ ଥିବା ନେସ୍କୋ ଅଫିସ ଭିତରେ ଡ୍ୟୁଟି ସମୟରେ କର୍ମଚାରୀଙ୍କ ସହ ଜୁନିଅର ଇଞ୍ଜିନିୟର୍‌(ଜେଇ) ତାସ ଖେଳୁଥିବା ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜେଇଙ୍କ ନାମ ସୁରେଶ ଦାସ ଓ ତାଙ୍କ ସହିତ ଥିବା ଲାଇନମ୍ୟାନଙ୍କ ନାମ ମାନସ କୁମାର ସାମଲ ବୋଲି ଜଣାପଡ଼ିଛି। ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ନେସ୍କୋ ବାଲେଶ୍ୱର ଅଞ୍ଚଳର ଅଡା ସେକ୍ସନର ଜୁନିଅର ଇଂଜିନିୟର […]

ଅଦ୍ୟତନ ହୋଇଛି
ଅଫିସ ଆସି ଜେଇଇ କହିଲେ ଆସ୍‌ ତାସ ଖେଳିବା ! ବାଜି ପକାଇଲେ ଷ୍ଟାଫ୍‌

jee

Advertisment

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଧିନରେ ଥିବା ନେସ୍କୋ ଅଫିସ ଭିତରେ ଡ୍ୟୁଟି ସମୟରେ କର୍ମଚାରୀଙ୍କ ସହ ଜୁନିଅର ଇଞ୍ଜିନିୟର୍‌(ଜେଇ) ତାସ ଖେଳୁଥିବା ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଜେଇଙ୍କ ନାମ ସୁରେଶ ଦାସ ଓ ତାଙ୍କ ସହିତ ଥିବା ଲାଇନମ୍ୟାନଙ୍କ ନାମ ମାନସ କୁମାର ସାମଲ ବୋଲି ଜଣାପଡ଼ିଛି।

ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ନେସ୍କୋ ବାଲେଶ୍ୱର ଅଞ୍ଚଳର ଅଡା ସେକ୍ସନର ଜୁନିଅର ଇଂଜିନିୟର ଅଫିସ ଭିତରେ ସହକର୍ମୀଙ୍କ ସହ ତାସ ଖେଳରେ ବ୍ୟସ୍ତ ଅଛନ୍ତି। ଏପଟେ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ତା’ର ଗୁଡିକ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାବେଳେ ଯଦି ଜନସାଧାରଣ ସଜାଡିବା କଥା ଅଭିଯୋଗ କରି ଆସୁଛନ୍ତି। ହେଲେ କର୍ମଚାରୀ କମ୍‌ ଥିବା ଅଫିସରୁ ଉତ୍ତର ମିଳିଥାଏ।

Advertisment

ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଅନେକ ସମୟରେ ନିରୀହ ସାଧାରଣ ଲୋକଙ୍କର ଅକାଳରେ ମୃତ୍ୟୁ ହୋଇଥାଏ। ତେଣୁ ବିଦ୍ୟୁତ୍‌ ବିଭାଗର ଏପରି ଚିତ୍ର ଜନସାଧାରଣଙ୍କୁ ବିସ୍ମିତ କରିଛି। ଖୋଦ୍‌ ଜେଇ ଅଫିସ ଭିତରେ ତାସ ଖେଳିବା ବିଦ୍ୟୁତ ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବସ୍‌ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୦ଜଣ ମୃତ୍ୟୁ ହୋଇଥିଲା ଏବଂ ୨୫ରୁ ଅଧିକ ଆହାତ ହୋଇଥିଲେ। ତଥାପି ପ୍ରଶାସନର ନିଦ ଭାଙ୍ଗୁନି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe