ରୋଗୀ ଗୁରୁତର ଅଛି, ସାର୍, ଶୀଘ୍ର ଆସନ୍ତୁ! ବ୍ୟସ୍ତ ହୁଅନି, ଆମେ ଯାଉଛୁ। ଆଜ୍ଞା, କେଉଁଠି ହେଲେଣି? ବ୍ୟସ୍ତ ହୁଅନି, ଆମେ ରାସ୍ତାରେ ଅଛୁ! ଆଜ୍ଞା, କେଉଁଠି ପହଞ୍ଚିଲେଣି? ଆମେ ଆପଣଙ୍କ ପାଖାପାଖି ପହଞ୍ଚିଗଲୁଣି। ଏତିକି ସମୟ ଭିତରେ ରୋଗୀ ଜଣଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିସାରିଥିବେ। ଆମେ କହୁଛୁ, ସରକାରଙ୍କ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା କଥା। ଅଧିକାଂଶ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏହି ସମାନ ଅଭିଯୋଗ ଆସେ। କେଉଁଠି ରାସ୍ତା ଆବଡ଼ାଖାବଡ଼ା ଯୋଗୁ ଆମ୍ବୁଲାନ୍ସ ଆସିପାରିଲାନି ତ ପୁଣି କେତେବେଳେ ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ। ଏଠି ଆପଣ କାହାକୁ ଦୋଷ ଦେବେ? ଆମ୍ବୁଲାନ୍ସ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ବେପରୱା ମନୋଭାବକୁ ନା ଜରୁରୀକାଳୀନ ସେବାରେ ଲାଗିଥିବା ମରାମତି ଅଭାବରୁ ତ୍ରୁଟିଯୁକ୍ତ ଆମ୍ବୁଲାନ୍ସକୁ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।