କୋଭିଡ୍‌ ହସ୍‌ପିଟାଲ୍‌ର କଦର୍ଯ୍ୟ ଦୃଶ୍ୟ, ଏଣେତେଣେ ପଡ଼ିଛନ୍ତି ରୋଗୀ

ବାରିପଦା (ମାଣିକ ଲାଲ): କିଏ ହସ୍‌ପିଟାଲ୍‌ର ବାରଣ୍ଡାରେ ପଡ଼ିଛି ତ ଆଉ କିଏ ୱାଶ୍‌ ରୁମ୍‌ରେ ବେସିନ୍‌ ତଳେ। କିଏ ପୁଣି ସଂପୂର୍ଣ୍ଣ ଉଲଗ୍ନ ହୋଇ ବେଡ୍‌ ପାଖରେ ପଡ଼ି ରହିଛି ତ ଆଉ କିଏ ଅନ୍ୟ କେଉଁଠି। କାହା ବେଡ୍ ପାଖରେ ଖାଦ୍ୟ ପଦାର୍ଥ ପଡ଼ି ଅସନା ହୋଇଯାଇଛି ତ ଆଉ କେଉଁଠି ବୋହି ଯାଇଛି ପାଣି। ମୟୂରଭଞ୍ଜ ଜିଲ୍ଲା ବାଙ୍କିଶୋଳ ସ୍ଥିତ କୋଭିଡ୍ ହସ୍‌ପିଟାଲ୍‌ର ଏମିତି କିଛି ଦୃଶ୍ୟ (ଉଭୟ ଫଟୋ ଓ ଭିଡିଓ) […]

Patient in hospital

Patient in hospital

Jitendra Garnayak
  • Published: Monday, 31 May 2021
  • Updated: 31 May 2021, 05:06 PM IST

Sports

Latest News

ବାରିପଦା (ମାଣିକ ଲାଲ): କିଏ ହସ୍‌ପିଟାଲ୍‌ର ବାରଣ୍ଡାରେ ପଡ଼ିଛି ତ ଆଉ କିଏ ୱାଶ୍‌ ରୁମ୍‌ରେ ବେସିନ୍‌ ତଳେ। କିଏ ପୁଣି ସଂପୂର୍ଣ୍ଣ ଉଲଗ୍ନ ହୋଇ ବେଡ୍‌ ପାଖରେ ପଡ଼ି ରହିଛି ତ ଆଉ କିଏ ଅନ୍ୟ କେଉଁଠି। କାହା ବେଡ୍ ପାଖରେ ଖାଦ୍ୟ ପଦାର୍ଥ ପଡ଼ି ଅସନା ହୋଇଯାଇଛି ତ ଆଉ କେଉଁଠି ବୋହି ଯାଇଛି ପାଣି। ମୟୂରଭଞ୍ଜ ଜିଲ୍ଲା ବାଙ୍କିଶୋଳ ସ୍ଥିତ କୋଭିଡ୍ ହସ୍‌ପିଟାଲ୍‌ର ଏମିତି କିଛି ଦୃଶ୍ୟ (ଉଭୟ ଫଟୋ ଓ ଭିଡିଓ) ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଥିବା ବେଳେ ସେଠାରେ କୋଭିଡ୍‌ ରୋଗୀଙ୍କ ସେବା କେମିତି ଚାଲିଛି, ତାକୁ ନେଇ ଉଠିଛି ପ୍ରଶ୍ନ।

କେମିତି ସାମ୍ନାକୁ ଆସିଲା ଏ ଘଟଣା?

ଗତ ୨୨ ତାରିଖରେ ଦେବଦତ୍ତ ଦାଶ ନାମକ ଜଣେ ବ୍ୟକ୍ତିଙ୍କ ଭାଇଙ୍କୁ ବାଙ୍କିଶୋଳ ସ୍ଥିତ ଏହି କୋଭିଡ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ୨୩ ତାରିଖ ରାତି ଗୋଟାଏ ବେଳେ ତାଙ୍କ ଭାଇଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଖବର ପାଇଥିଲେ। ଅଧିକ ଅସୁସ୍ଥତା ଯୋଗୁ ତାଙ୍କର ମୃତ୍ୟୁ ହୋଇଯାଇଥିବ ବୋଲି ପରିବାର ଲୋକେ ଭାବି ନେଇ ଚୁପ୍ ରହିଥିଲେ। କିନ୍ତୁ ଗତକାଲି ରାତିରେ ବିଭୁଦତ୍ତ ଦାଶ ଉକ୍ତ ଡାକ୍ତରଖାନା ଭିତରର କିଛି ଫଟୋ ଓ ଭିଡିଓ ପାଇଥିଲେ। କେହି ଜଣେ ତାଙ୍କୁ ମୋବାଇଲ୍‌ରେ ସେଗୁଡ଼ିକୁ ପଠାଇଥିଲେ। ସେଥି ମଧ୍ୟରେ ତାଙ୍କ ଭାଇଙ୍କ ଫଟୋ ମଧ୍ୟ ଥିଲା। ତାଙ୍କ ଭାଇ କେବଳ ଗାମୁଛାଟିଏ ପିନ୍ଧି ବସିଥିଲେ। ତାଙ୍କ ପାଖରେ କେହି ଆଟେଣ୍ଡାଣ୍ଟ ନଥିଲେ। ତାଙ୍କ ବେଡ୍‌ରେ ବେଡ୍‌ଶିଟ୍‌ ମଧ୍ୟ ନଥିଲା। ଅକ୍ସିଜେନ୍ ସିଲିଣ୍ଡର ବି ନଥିଲା। ଆଉ ଅନ୍ୟ ସବୁ ଫଟୋ ଓ ଭିଡିଓ ଗୁଡ଼ିକ କଥା ତ ନ କହିବା ଭଲ। କିଏ ଉଲଗ୍ନ ହୋଇ ପଡ଼ିଛି ତ ଆଉ କିଏ ୱାଶ୍‌ ରୁମ୍‌ରେ ପଡ଼ିଛି।

ଦେବଦତ୍ତ ଦାଶ କହିଛନ୍ତି, ସେଠାରେ ରୋଗୀମାନଙ୍କୁ ଦେଖିବା ପାଇଁ ନା ଡାକ୍ତର ଅଛନ୍ତି ନା ନର୍ସ। ସରକାର ଆମ ପାଇଁ ଏତେ ପଇସା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସେ ପଇସା ଯାଉଛି କୁଆଡ଼େ। କିଏ ସେ ପଇସା ନେଇ ଯାଉଛି। ଯେଉଁମାନେ କାର୍ଯ୍ୟକାରୀ କରୁଛନ୍ତି ସେମାନେ କିଛି କରୁ ନାହାନ୍ତି। ଏଠାରେ ଯେତେ କୋଭିଡ୍ ରୋଗୀ ମରିଛନ୍ତି, ସମସ୍ତେ ଅବ୍ୟବସ୍ଥା ପାଇଁ ମରିଛନ୍ତି। କିଛି ଟ୍ରିଟ୍‌ମେଣ୍ଟ କରାଯାଉନି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି କୋଭିଡ୍‌ ହସ୍‌ପିଟାଲ୍‌ର ବିଭିନ୍ନ ଅବ୍ୟବସ୍ଥା ନେଇ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ହୋଇନି। ଆଉ ଏବେ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ଅତ୍ୟନ୍ତ ଅମାନବୀୟ।

‘ଭଲ ଚାଲିଛି, ତଦନ୍ତ ହେବ, କାର୍ଯ୍ୟାନୁଷ୍ଠାନ ନିଆଯିବ’

କୋଭିଡ୍ ହସ୍‌ପିଟାଲ୍‌ର ଏଭଳି ଦୃଶ୍ୟ ସାମ୍ନାକୁ ଆସିଥିବା ସତ୍ତ୍ୱେ ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ କହିଛନ୍ତି ଯେ ସବୁ ଭଲ ଚାଲିଛି। ଡାକ୍ତରମାନଙ୍କ ଟିମ୍ ଏହା ଉପରେ ନଜର ରଖିଛନ୍ତି। ବରିଷ୍ଠ ଅଫିସରମାନେ ବି ନଜର ରଖିଛନ୍ତି। ନିଜ ଜୀବନକୁ ବିପଦରେ ପକାଇ ଡାକ୍ତର, ନର୍ସ ଓ ଅଫିସରମାନେ କାର୍ଯ୍ୟ କରୁଛନ୍ତି। ଏହି ନିର୍ଦ୍ଦିଷ୍ଟ ଘଟଣାର ତଦନ୍ତ କରାଯିବ। ତଦନ୍ତ ରିପୋର୍ଟ ଆସିବା ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିଭଳି ହସ୍‌ପିଟାଲ୍‌ରେ ରୋଗୀଙ୍କୁ ଭଲ ଭାବେ ଖାଇବାକୁ ଦିଆଯାଉ ନଥିବା ନେଇ ହୋଇଥିବା ଅଭିଯୋଗକୁ ଜିଲ୍ଲାପାଳ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ରୋଗୀମାନଙ୍କୁ ଖାଇବାକୁ ଦେବାକୁ ଭଲ ବ୍ୟବସ୍ଥା କରାଯାଇଛି। ତେବେ ଏହି ଯେଉଁ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଛି, ତା’ର ତଦନ୍ତ କରାଯିବ।

ସେ କହିଛନ୍ତି, ହସ୍‌ପିଟାଲ୍‌ରେ ଖୁବ୍‌ଶୀଘ୍ର ସିସିଟିଭି ଲଗାଯିବ। ଫଳରେ ଡାକ୍ତରଖାନାରେ ଚାଲିଥିବା କାର୍ଯ୍ୟକଳାପ ଉପରେ ଆମେ ନଜର ରଖିପାରିବୁ ଓ ଅଭିଯୋଗ ଆସିଲେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବୁ।
https://youtu.be/O51O3UtW4ts

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos