Advertisment

Murder: ମଧୁସ୍ମିତା ହତ୍ୟା ମାମଲାର ପର୍ଦ୍ଦାଫାସ; ଏକ ତରଫା ପ୍ରେମରୁ ମାରି ଦେଇଥିଲେ ପାଇପ ମିସ୍ତ୍ରୀ

ମଧୁସ୍ମିତାଙ୍କୁ ୩୭ ବର୍ଷ ହୋଇଥିଲା। ସେ ବାହା ହୋଇଥିଲେ। ତାଙ୍କ ସ୍ୱାମୀ ଜଣେ ନାଲକୋ କର୍ମଚାରୀ। ସ୍ୱାମୀଙ୍କ ସହିତ ମଧୁସ୍ମିତା ନାଲକୋ କଲୋନୀର ଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ଥିବା କ୍ୱାର୍ଟର୍ସ ନମ୍ବର ‘ବି ୨୦୦୧’ରେ ରହୁଥିଲେ।

author-image
Jitendra Garnayak
Accused

ଦେଢ଼ ମାସ ପରେ ନାଲକୋ କଲୋନୀ ମଧୁସ୍ମିତା ପ୍ରଧାନ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୁଲିସ। ଏକ ତରଫା ପ୍ରେମରୁ ତପନ ସାହୁ ନାମକ ଜଣେ ପାଇପ ମିସ୍ତ୍ରୀ ତାଙ୍କୁ ହତ୍ୟା କରିଥିବା ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅନୁଗୋଳ ଏସ୍‌ପି ରାହୁଲ ଜୈନ। 

Advertisment

ମଧୁସ୍ମିତାଙ୍କୁ ୩୭ ବର୍ଷ ହୋଇଥିଲା। ସେ ବାହା ହୋଇଥିଲେ। ତାଙ୍କ ସ୍ୱାମୀ ଜଣେ ନାଲକୋ କର୍ମଚାରୀ। ସ୍ୱାମୀଙ୍କ ସହିତ ମଧୁସ୍ମିତା ନାଲକୋ କଲୋନୀର ଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ଥିବା କ୍ୱାର୍ଟର୍ସ ନମ୍ବର ‘ବି ୨୦୦୧’ରେ ରହୁଥିଲେ। ଗିରଫ ଅଭିଯୁକ୍ତ ତପନ ସାହୁଙ୍କ ଘର ଅନୁଗୋଳ ସଦର ଥାନା ବାରସିଂହା ଗାଁରେ। ସେ ନାଲକୋର ଜଣେ ଠିକାଦାରଙ୍କ ପାଖରେ ପାଣି ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି।

ମଧୁସ୍ମିତାଙ୍କୁ ଏକ ତରଫା ପ୍ରେମ କରୁଥିଲେ ତପନ। ଘଟଣା ଦିନ ଅର୍ଥାତ୍ ଗତ ଡିସେମ୍ବର ୧ ତାରିଖରେ ସେ ମଧୁସ୍ମିତାଙ୍କ ଘରକୁ ପାଣି ପାଇପ୍ ସମ୍ବନ୍ଧୀୟ କିଛି କାର୍ଯ୍ୟ କରିବା ପାଇଁ ଯାଇଥିଲେ। ସେଠାରେ ସେ ମଧୁସ୍ମିତାଙ୍କୁ ପ୍ରେମ ନିବେଦନ କରିଥିଲେ। ଏହା ଶୁଣି ମଧୁସ୍ମିତା ରାଗି ଯାଇଥିଲେ। ତାଙ୍କ ନାଁରେ ପୁଲିସରେ ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ ମଧୁସ୍ମିତା। ଏହା ଶୁଣି ତପନ ଏକ ଓଢ଼ଣୀରେ ତାଙ୍କ ତଣ୍ଟିକୁ ଚିପି ହତ୍ୟା କରିଥିଲା। ଏହି ପୂରା ଘଟଣା ଚୋରମାନେ ଘଟାଇଛନ୍ତି ବୋଲି ସମସ୍ତଙ୍କ ମନରେ ଧାରଣା ସୃଷ୍ଟି କରିବା ପାଇଁ ତପନ ସେଠାରୁ ଫେରାର ହେବା ବେଳେ ମଧୁସ୍ମିତାଙ୍କ କାନଫୁଲ ଓ ମଙ୍ଗଳସୂତ୍ର ନେଇଯାଇଥିଲେ। ତେବେ ତାଙ୍କ ଯୋଜନା ଫେଲ୍ ମାରିଲା। ଅପରେସନ୍‌ ସାଇଲେଣ୍ଟ କୋବ୍ରା ମାଧ୍ୟମରେ ପୁଲିସ ତାଙ୍କ ପାଖରେ ପହଞ୍ଚିଗଲା।

Advertisment

ଅନୁଗୋଳ ଏସ୍‌ପି ରାହୁଲ ଜୈନ କହିଛନ୍ତି ଯେ ମଧୁସ୍ମିତାଙ୍କୁ ଏକ ତରଫା ପ୍ରେମ କରୁଥିଲେ ଅଭିଯୁକ୍ତ ତପନ ସାହୁ। ସେ ପୂର୍ବରୁ ବି ଦୁଇ ତିନି ଥର ମଧୁସ୍ମିତାଙ୍କ ଘରକୁ କାମ କରିବାକୁ ଯାଇଥିଲେ। ଘଟଣା ଦିନ (ଗତ ଡିସେମ୍ବର ୧ ତାରିଖ) ସେ ମଧୁସ୍ମିତାଙ୍କୁ ପ୍ରେମ ନିବେଦ କରିଥିଲେ। ମଧୁସ୍ମିତା ଏହାର ପ୍ରତିବାଦ କରିଥିଲେ। ଥାନାରେ ତାଙ୍କ ନାଁରେ ଅଭିଯୋଗ କରିବେ ବୋଲି ମଧ୍ୟ କହିଥିଲେ। ମଧୁସ୍ମିତାଙ୍କ ଏହି କଥା ଶୁଣି ଭୟରେ ତଥା ଉତ୍ତ୍ୟକ୍ତ ହୋଇ ଏକ ଓଢ଼ଣୀରେ ତପନ ତାଙ୍କ ତଣ୍ଟିକୁ ଚିପି ହତ୍ୟା କରିଥିଲେ। ତା’ପରେ ମଧୁସ୍ମିତାଙ୍କ କାନଫୁଲ ଓ ଅନ୍ୟ ସୁନାଗହଣା ନେଇ ପଳାଇ ଯାଇଥିଲା। ସେ ଏହି ପୂରା ଘଟଣାକୁ ଚୋରିର ରୂପ ଦେବାକୁ ପ୍ରୟାସ କରିଥିଲା। ନାଲକୋ ଆଇଆଇସିଙ୍କ ତତ୍ତ୍ୱାବଧାନରେ ଏହି ଘଟଣାର ତଦନ୍ତ କରାଯାଇଥିଲା। ଅଭିଯୁକ୍ତକୁ ଗିରଫ କରାଯିବା ସହିତ ସେ ନେଇଯାଇଥିବା ସୁନାଗହଣାକୁ ଜବତ କରାଯାଇଛି। ଅଭିଯୁକ୍ତ ତାଙ୍କ ଦୋଷ ସ୍ୱୀକାର କରିଛନ୍ତି।