Advertisment

୧୧ ତାରିଖକୁ ବଢ଼ିଲା +୨ ଆବେଦନ ଅବଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା କାରଣରୁ ଯୁକ୍ତ ୨ ବା ପ୍ଲସ୍ ୨ ପାଇଁ ଆବେଦନ କରିବାର ଅବଧି ବୃଦ୍ଧି କରାଯାଇଛି। ପୂର୍ବରୁ ୪ ତାରିଖ ଯାଏ ଆବେଦନ କରାଯାଇପାରିବ ବୋଲି କୁହାଯାଇଥିଲା। ଏବେ ଆଉ ୭ ଦିନ ବଢ଼ାଇ ଦିଆଯାଇଛି ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗଣମାଧ୍ୟମକୁ କହିଛନ୍ତି। ଅର୍ଥାତ ବର୍ତ୍ତମାନ ସାମ୍ସ ପ୍ଲାଟଫର୍ମରେ ପ୍ଲସ୍‌ ୨ ପାଇଁ ଆବେଦନ କରିବାର ଶେଷ ତାରିଖ ୧୧ […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
୧୧ ତାରିଖକୁ ବଢ଼ିଲା +୨ ଆବେଦନ ଅବଧି

plus-2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା କାରଣରୁ ଯୁକ୍ତ ୨ ବା ପ୍ଲସ୍ ୨ ପାଇଁ ଆବେଦନ କରିବାର ଅବଧି ବୃଦ୍ଧି କରାଯାଇଛି। ପୂର୍ବରୁ ୪ ତାରିଖ ଯାଏ ଆବେଦନ କରାଯାଇପାରିବ ବୋଲି କୁହାଯାଇଥିଲା।

Advertisment

ଏବେ ଆଉ ୭ ଦିନ ବଢ଼ାଇ ଦିଆଯାଇଛି ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗଣମାଧ୍ୟମକୁ କହିଛନ୍ତି। ଅର୍ଥାତ ବର୍ତ୍ତମାନ ସାମ୍ସ ପ୍ଲାଟଫର୍ମରେ ପ୍ଲସ୍‌ ୨ ପାଇଁ ଆବେଦନ କରିବାର ଶେଷ ତାରିଖ ୧୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ସେହିଭଳି କଳା ବା ଆର୍ଟସ୍ ପରୀକ୍ଷା ଫଳାଫଳ ବାବଦରେ ମଧ୍ୟ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି କଳା ଫଳାଫଳ ୨ରୁ ୩ ଦିନ ମଧ୍ୟରେ ଏହାର ଘୋଷଣା ତାରିଖ ସ୍ପଷ୍ଟ ହୋଇଯିବ। ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ହିଁ ଏହି ଫଳାଫଳ ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

Advertisment

ସେହିଭଳି ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଅଗଷ୍ଟ ୩୧ ତାରିଖ ସୁଦ୍ଧା ମାର୍କଶିଟ୍ ଅପଲୋଡ୍ କରିବାକୁ ସମୟ ନିର୍ଦ୍ଧାରିତ କରିଥିଲା। କିନ୍ତୁ ଓଡ଼ିଶାରେ କଳା ବା ଆର୍ଟସ୍ ଫଳାଫଳ ବାହାରିନଥିବାରୁ ଏଠାକାର ଅଭିଭାବକମାନେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହାପରେ ମନ୍ତ୍ରୀ ସମୀର ଦାଶ ନିଜେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏବେ ଯଦିଓ ଫର୍ମ ପକାଇବାର ତାରିଖ ପୂର୍ବବତ୍‌ ୩୧ ତାରିଖ ରହିଛି, ମାର୍କଶିଟ୍ ଅପଲୋଡ୍‌ର ତାରିଖ ଆଉ ସପ୍ତାହେ ଘୁଞ୍ଚାଇ ଦିଆଯାଇଛି ବୋଲି ସେ କହିଛନ୍ତି।