Advertisment

ପ୍ରତାପ ପୁରୁଷୋତ୍ତମପୁରରେ ଚମକିଲେ ‘ହୀରା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଏ ହେଉଛନ୍ତି ହୀରା, ଯିଏ ପଞ୍ଚାୟତ ନିର୍ବାଚନରେ ଚମକିଛନ୍ତି। ଶ୍ରେଣୀ ଗୃହରୁ ଆରମ୍ଭ ହୋଇଥିବା ତାଙ୍କର ରାଜନୀତିକ ଗୋଟିଚାଳନା ଏବେ ଗାଁ ଦାଣ୍ଡରେ ଚହଟୁଛି। ବିତ୍ତଶାଳୀ ପ୍ରାର୍ଥୀଙ୍କୁ ପରାସ୍ତ କରି ସେ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି। ପୁରୀ ଜିଲ୍ଲା ୨୫ ନମ୍ବର ଜୋନର ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତର ଲାଲମୋହନ ନାୟକଙ୍କ ଝିଅ ହେଉଛନ୍ତି ହୀରା ନାୟକ। ସେ ଏବେ ଯୁକ୍ତ ତିନିର ଶେଷ ବର୍ଷର ଛାତ୍ରୀ। କିନ୍ତୁ ଏ ବୟସରେ […]

ଅଦ୍ୟତନ ହୋଇଛି
ପ୍ରତାପ ପୁରୁଷୋତ୍ତମପୁରରେ ଚମକିଲେ ‘ହୀରା’

Hera-Nayak

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଏ ହେଉଛନ୍ତି ହୀରା, ଯିଏ ପଞ୍ଚାୟତ ନିର୍ବାଚନରେ ଚମକିଛନ୍ତି। ଶ୍ରେଣୀ ଗୃହରୁ ଆରମ୍ଭ ହୋଇଥିବା ତାଙ୍କର ରାଜନୀତିକ ଗୋଟିଚାଳନା ଏବେ ଗାଁ ଦାଣ୍ଡରେ ଚହଟୁଛି। ବିତ୍ତଶାଳୀ ପ୍ରାର୍ଥୀଙ୍କୁ ପରାସ୍ତ କରି ସେ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି।

Advertisment

ପୁରୀ ଜିଲ୍ଲା ୨୫ ନମ୍ବର ଜୋନର ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତର ଲାଲମୋହନ ନାୟକଙ୍କ ଝିଅ ହେଉଛନ୍ତି ହୀରା ନାୟକ। ସେ ଏବେ ଯୁକ୍ତ ତିନିର ଶେଷ ବର୍ଷର ଛାତ୍ରୀ। କିନ୍ତୁ ଏ ବୟସରେ ହୋଇଯାଇଛନ୍ତି ସମିତି ସଭ୍ୟା। ଚଳିତ ପଞ୍ଚାୟତ ନିର୍ବାଚନରେ ୪ ଖଣ୍ଡ ଭୋଟ୍‌ରେ ନିକଟତ୍ତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସେ ପରାସ୍ତ କରିଛନ୍ତି। ଆଉ ଏବେ ୧୫ଟି ୱାର୍ଡକୁ ନେଇ ଗଠିତ ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ଲକ୍ଷ୍ୟ ରଖିଛନ୍ତି।

ବିଜୟୀ ହେବା ପରେ ଉଲ୍ଲସିତ ଅଛନ୍ତି ହୀରା। ଆଉ କହିଛନ୍ତି, ଦୀର୍ଘ ୨୨ ବର୍ଷର ଶାସନ କାଳରେ ଏ ସରକାର ଗାଁକୁ ଖଣ୍ଡେ ପକ୍କା ରାସ୍ତା କରିପାରିଲେ ନାହିଁ। ଫଳରେ ଗାଁକୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ। ମୁଁ ଏବେ ଗାଁକୁ ରାସ୍ତା କରିବି।

Advertisment

କେବଳ ରାସ୍ତା ନୁହେଁ, ଗାଁ ଲୋକେ ପାନୀୟ ଜଳର ଯନ୍ତ୍ରଣାରେ ଯୁଝି ହେଉଛନ୍ତି। ପାଣି ମୁନ୍ଦାଏ ପାଇଁ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାନୀୟ ଜଳ ସମସ୍ୟା ଦୂର ପାଇଁ ପ୍ରତି ୱାର୍ଡରେ ନଳକୂପ ବସାଇବି ବୋଲି କହିଛନ୍ତି ନବ ନିର୍ବାଚିତ ସମିତି ସଭ୍ୟା ହୀରା ନାୟକ।

[caption id="attachment_717152" align="aligncenter" width="650"]Hira Nayak ହୀରା ନାୟକ[/caption]

ଗାଁର ଦୁର୍ଦ୍ଦଶାର ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି ହୀରା, ଯାହା ତାଙ୍କୁ ରାଜନୀତିକୁ ଆସିବାକୁ ପ୍ରେରିତ କରିଛି। ବାତ୍ୟା ଫୋନିରେ ଉଜୁଡ଼ି ଯାଇଥିଲା ଗାଁ ଲୋକଙ୍କ ଜୀବନ ଓ ଜୀବିକା। ଚାଳ ଛପର ଘର ଉଡ଼ି ଯାଇଥିଲା। ଦାନ ସ୍ୱରୂପ ମିଳିଥିବା ପଲିଥିନ୍‌ ବ୍ୟତୀତ ଆଉ କିଛି କେହି ପାଇନାହାନ୍ତି ସେମାନେ। ଭଙ୍ଗା ଦଦରା  ପଲିଥିନ୍‌ ଘରେ ଏବେ ଦୁଃଖ ଓ ଦୁର୍ଦ୍ଦଶାରେ ଲୋକମାନେ ରହୁଛନ୍ତି।

ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରତାପ ପୁରୁଷୋତ୍ତର ପଞ୍ଚାୟତର ସମିତି ସଭ୍ୟ ଆସନଟି ସଂରକ୍ଷିତ ହୋଇଥିବାରୁ ହୀରା ପ୍ରାର୍ଥୀ ହୋଇଥିଲେ। ସେ ଗରିବ ଶ୍ରେଣୀର ହୋଇଥିବାରୁ ନିର୍ବାଚନୀ ଖର୍ଚ୍ଚ ଉଠାଇବା ତାଙ୍କ ପକ୍ଷେ ସମ୍ଭବପର ହୋଇ ନଥିଲା। ତାଙ୍କୁ ତାଙ୍କର ନିର୍ବାଚନମଣ୍ଡଳୀ ଲୋକମାନେ ଭଲ ପାଇଲେ ଓ ଭୋଟ୍‌ ଦେଇ ବିଜୟୀ କଲେ ବୋଲି ହୀରା କହିଛନ୍ତି।

ହୀରାଙ୍କ ବାପା ମୂଲ ଲାଗି ପରିବାର ଚଳାନ୍ତି। ଝିଅ ନିର୍ବାଚନରେ ବିଜୟୀ ହେବା ପରେ ସେ ବହୁତ ଖୁସି ଅଛନ୍ତି।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe