Advertisment

ଯୁକ୍ତ ୨ କଳା ରେଜଲ୍ଟ ପ୍ରକାଶ, ରେଗୁଲାର ପାସ୍‌ ହାର ୯୮.୫୮%

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ। ଆଜି ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିତିରେ ଫଳାଫଳ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀମାନେ orissaresults.nic.inରେ ସେମାନଙ୍କ ରେଜଲ୍ଟ ପାଇପାରିବେ। ଚଳିତ ବର୍ଷ କଳାରେ ରେଗୁଲାର ପାସ୍ ହାର ୯୮.୫୮% ରହିଛି। ମୋଟ ୧,୮୯,୩୬୩ ଜଣ ରେଗୁଲାର ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ […]

ଅଦ୍ୟତନ ହୋଇଛି
ଯୁକ୍ତ ୨ କଳା ରେଜଲ୍ଟ ପ୍ରକାଶ, ରେଗୁଲାର ପାସ୍‌ ହାର ୯୮.୫୮%

Plus two arts result

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ। ଆଜି ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିତିରେ ଫଳାଫଳ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀମାନେ orissaresults.nic.inରେ ସେମାନଙ୍କ ରେଜଲ୍ଟ ପାଇପାରିବେ।

Advertisment

ଚଳିତ ବର୍ଷ କଳାରେ ରେଗୁଲାର ପାସ୍ ହାର ୯୮.୫୮% ରହିଛି। ମୋଟ ୧,୮୯,୩୬୩ ଜଣ ରେଗୁଲାର ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୮୬,୬୮୫ ଜଣ ପାସ୍ କରିଛନ୍ତି। ସେହିପରି ଏକ୍ସ-ରେଗୁଲାରେ ୨୬,୧୮୯ ଜଣଙ୍କ ମଧ୍ୟରୁ ୬,୯୪୩ ଜଣ ପାସ୍ କରିଥିବା ବେଳେ କରେସ୍‌ପୋନ୍‌ଡେନ୍ସରେ ୪,୫୨୯ ଜଣଙ୍କ ମଧ୍ୟରୁ ୩,୩୩୧ ଜଣ ପାସ୍ କରିଛନ୍ତି।

ରେଗୁଲାର, ଏକ୍ସରେଗୁଲାର ଓ କରେସ୍‌ପୋନ୍‌ଡେନ୍ସରେ ମିଶି ମୋଟ ୨,୨୦,୦୮୧ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୯୬,୯୫୯ ଜଣ ପାସ୍ କରିଛନ୍ତି। ଅର୍ଥାତ୍ ମୋଟ୍ ପାସ୍ ହାର ୮୯.୪୯% ରହିଛି।

Advertisment

୮୪,୯୦୦ ଜଣ ଛାତ୍ର ଓ ୧,୧୨,୦୫୯ ଜଣ ଛାତ୍ରୀ ପାସ୍ କରିଛନ୍ତି। ଅର୍ଥାତ୍ ଛାତ୍ରଙ୍କ ପାସ୍ ହାର ୮୫.୯୮% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୨.୩୪% ରହିଛି।

୩୦,୫୧୦ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୪୬,୧୦୧ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୧,୧୯,୫୦୫ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।

ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ

ସେହିପରି ଧନ୍ଦାମୂଳକ ଶିକ୍ଷାରେ ୬,୧୯୭ ଜଣ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫,୩୩୧ ଜଣ ପାସ୍ କରିଛନ୍ତି। ଅର୍ଥାତ୍ ଧନ୍ଦାମୂଳକ ଶିକ୍ଷାରେ ମୋଟ ପାସ୍ ହାର ୮୬.୦୨% ରହିଛି।

୬,୧୯୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪,୯୨୦ ଜଣ ରେଗୁଲାର ଓ ୧,୨୭୭ ଜଣ ଏକ୍ସ-ରେଗୁଲାରର ଥିଲେ। ରେଗୁଲାରରେ ୪,୮୭୯ ଜଣ ପାସ୍ କରିଥିବା ବେଳେ ଏକ୍ସ-ରେଗୁଲାରେ ୪୫୨ ଜଣ ପାସ୍ କରିଛନ୍ତି।

ମୋଟ ୫,୩୩୧ ଜଣ ପାସ୍ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୨,୭୧୭ ଜଣ ଛାତ୍ର ଓ ୨,୬୧୪ ଜଣ ଛାତ୍ରୀ ଅଛନ୍ତି। ଛାତ୍ରଙ୍କ ପାସ୍ ହାର ୮୩.୮୫% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୮.୪% ରହିଛି।

୧,୦୭୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୧,୮୩୬ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୨,୨୧୯ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।

୨୩ ସୁଦ୍ଧା କର ଅଭିଯୋଗ

ରେଜଲ୍ଟରେ ତଥ୍ୟ ଆଧରିତ ତ୍ରୁଟି ଥିଲେ ଛାତ୍ରଛାତ୍ରୀମାନେ ଜଣାଇପାରିବେ। ସେମାନେ ଏ ସଂପର୍କରେ  ଅଗଷ୍ଟ ୨୩ ଭିତରେ କଲେଜ ଅଧ୍ୟକ୍ଷମାନଙ୍କ ନିକଟରେ ପ୍ରମାଣ ସହ ଅଭିଯୋଗ କରିପାରିବେ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି।

ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଅଧ୍ୟକ୍ଷମାନେ ଅଗଷ୍ଟ ୨୪ ଭିତରେ ସିଏଚ୍‌ଏସ୍‌ଇକୁ ଜଣାଇବେ। ସେମାନେ ସିଏଚ୍‌ଏସ୍‌ଇକୁ ଇ-ମେଲ କରି ଛାତ୍ରଛାତ୍ରୀଙ୍କ ଅଭିଯୋଗ ଗୁଡ଼ିକୁ ଜଣାଇବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe