ପ୍ରକାଶ ପାଇଲା +୨ କଳା ରେଜଲ୍‌ଟ; ପାସ୍ ହାର ୭୮.୮୮ %

ଯୁକ୍ତ ଦୁଇ କଳାରେ ଦୁଇ ଲକ୍ଷ ୧୯ ହଜାର ୧୧୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେହିପରି ଧନ୍ଦା ମୂଳକ ଶିକ୍ଷାରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

CHSE

Representative image

Manoranjan Sial
  • Published: Thursday, 08 June 2023
  • Updated: 08 June 2023, 04:54 PM IST

Sports

Latest News

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରେ ଆଜି ପ୍ରକାଶ ପାଇଛି କଳା ପରୀକ୍ଷାଫଳ। ପାସ୍ ହାର ୭୮.୮୮ % ରହିଛି। ପ୍ରଥମ ଶ୍ରେଣୀରେ ୩୨୭୮୨, ଦ୍ୱିତୀୟ ଶ୍ରେଣୀରେ ୩୨୪୬୧ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୬୧୭୯ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଏଥର ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଝିଅ ପାସ୍‌ ହାର ୮୫.୬୬% ରହିଥିବା ବେଳେ ପୁଅ ପାସ୍ ହାର ୭୦.୪୩% ରହିଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୪.୯୭% ପିଲା ପାସ କରିଛନ୍ତି।ନବରଙ୍ଗପୁର ଜିଲ୍ଲା ପାସ୍‌ ହାରରେ ସର୍ବନିମ୍ନ ୭୦.୭୪% ରହିଛି। ପରୀକ୍ଷା ଫଳ  www.orissaresults.nic.inରେ ଉପଲବ୍‌ଧ ହେଉଛି।

Also Read

ସେହିପରି ଧନ୍ଦା ମୂଳକ ଶିକ୍ଷାରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୩୮୬୦ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ପାସ୍‌ ହାର ୬୭.୪୮% ରହିଛି। ପୁଅ ପାସ୍‌ ହାର ୬୪.୨୩% ଥିବା ବେଳେ ଝିଅ ପାସ୍‌ ହାର ୭୧.୧୦% ରହିଛି। ଧନ୍ଦା ମୂଳକ ଶିକ୍ଷାରେ ପ୍ରଥମ ଶ୍ରେଣୀରେ ୮୪୩, ଦ୍ୱିତୀୟ ଶ୍ରେଣୀରେ ୧୭୫୧ ଓ ତୃତୀୟ ଶ୍ରେଣୀରେ ୧୧୧୫ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।  

ଚଳିତବର୍ଷ ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୫ ତାରିଖ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେହିପରି ଧନ୍ଦା ମୂଳକ ଶିକ୍ଷାରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ସୂଚନା ଥାଉକି, ଗତ ୩୧ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଯୁକ୍ତ ଦୁଇ ବିଜ୍ଞାନରେ ୮୫.୬୭ ପ୍ରତିଶତ ଝିଅ ପାସ କରିଥିବା ବେଳେ ୮୪.୨୮% ପୁଅ ପାସ କରିଥିଲେ। ସେହିପରି ବାଣିଜ୍ୟରେ ୮୩.୮୭% ଝିଅ ପାସ୍ କରିଥିବା ବେଳେ ୭୯.୫୨% ପୁଅ ପାସ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos