Advertisment

ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ, ବାଟ ଓଗାଳିବେ ବ୍ଲକ୍‌ଗ୍ରାଣ୍ଟ୍‌ ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ହେବ। ପ୍ରାୟ ସାଢେ ୩ ଲକ୍ଷ ପରୀକ୍ଷାର୍ଥୀଙ୍କ ଖାତା ଦେଖିବା ଲାଗି ସାରା ରାଜ୍ୟରେ ୫୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ସେଥିରୁ ୨୯ଟି କେନ୍ଦ୍ରରେ ହେବ ଇ-ମୂଲ୍ୟାୟନ। ଖାତା ଦେଖାରେ ନିୟୋଜିତ ହେବେ ପ୍ରାୟ ୭ ହଜାର  ଅଧ୍ୟାପକ। ଆଜିଠୁ ଏପ୍ରିଲ୍ ୧୪ ଏବଂ ଏପ୍ରିଲ୍ ୧୬ରୁ ୨୬ ଯାଏଁ ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା। ଏଥିପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ […]

ଅଦ୍ୟତନ ହୋଇଛି
ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ, ବାଟ ଓଗାଳିବେ ବ୍ଲକ୍‌ଗ୍ରାଣ୍ଟ୍‌ ଶିକ୍ଷକ

chse exam

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ହେବ। ପ୍ରାୟ ସାଢେ ୩ ଲକ୍ଷ ପରୀକ୍ଷାର୍ଥୀଙ୍କ ଖାତା ଦେଖିବା ଲାଗି ସାରା ରାଜ୍ୟରେ ୫୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ସେଥିରୁ ୨୯ଟି କେନ୍ଦ୍ରରେ ହେବ ଇ-ମୂଲ୍ୟାୟନ। ଖାତା ଦେଖାରେ ନିୟୋଜିତ ହେବେ ପ୍ରାୟ ୭ ହଜାର  ଅଧ୍ୟାପକ। ଆଜିଠୁ ଏପ୍ରିଲ୍ ୧୪ ଏବଂ ଏପ୍ରିଲ୍ ୧୬ରୁ ୨୬ ଯାଏଁ ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା। ଏଥିପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ଜାରି କରାଯାଇଛି ଗାଇଡ୍‌ଲାଇନ। ତେବେ ଏଥିରେ ବାଟ ଓଗାଳି ପାଳନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ। ତେବେ ଏଥିପାଇଁ ସରକାର B ଫର୍ମୁଲା ପ୍ରସ୍ତୁତ କରି ରଖିଥିବା ଜଣାପଡ଼ିଛି।

Advertisment

CHSE ଗାଇଡ୍‌ଲାଇନ୍‌ ଅନୁସାରେ, ମୂଲ୍ୟାୟନ କେନ୍ଦ୍ରକୁ ପରୀକ୍ଷକ ମୋବାଇଲ୍‌ ନେଇ ପାରିବେ ନାହିଁ। ପ୍ରଥମ ଦିନରେ ମୂଲ୍ୟାୟନ ରେଜିଷ୍ଟ୍ରେସନ୍ ଅପରାହ୍ନ ଗୋଟାଏ ୩୦ ମଧ୍ୟରେ ହେବ। କୌଣସି କେନ୍ଦ୍ରରେ ପରୀକ୍ଷକ ଅନୁପସ୍ଥିତ ରହିଲେ, ବିକଳ୍ପ ଭାବେ ସେଣ୍ଟର ସୁପରଭାଇଜର ତୁରନ୍ତ ଯୋଗ୍ୟ ପରୀକ୍ଷକଙ୍କୁ ବାଛି ମୂଲ୍ୟାୟନ ପାଇଁ ସୁଯୋଗ ଦେବେ। ହେଲେ ମୂଲ୍ୟାୟନ ପ୍ରକ୍ରିୟାରେ ବାଟ ଓଗାଳିବେ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକ। ସରକାର ଦାବି ପୂରଣ ନେଇ ଏଯାଏଁ ବିଜ୍ଞପ୍ତି ପ୍ରକାଶ କରିନଥିବାରୁ ଆନ୍ଦୋଳନ ଜାରି ରଖିଛି ରାଜ୍ୟ ସ୍କୁଲ କଲେଜ ଅଧ୍ୟାପକ ମିଳିତ ମଞ୍ଚ। ଆଜି ରାଜ୍ୟର ସବୁ ମୂଲ୍ୟାୟନ କେନ୍ଦ୍ର ଗୁଡିକ ଆଗରେ ସେମାନେ ପିକେଟିଂ କରିବାକୁ ସ୍ଥିର କରିଛନ୍ତି। ପୂର୍ବରୁ ମାଟ୍ରିକ ମୂଲ୍ୟାୟନକୁ ମଧ୍ୟ ବର୍ଜନ କରିଥିଲେ ଆନ୍ଦୋଳନକାରୀ ଶିକ୍ଷକ। ସେପଟେ ଅଧ୍ୟାପକଙ୍କ ଆନ୍ଦୋଳନକୁ ଫସର ଫଟେଇବା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରସ୍ତୁତ କରିଛି ପ୍ଲାନ୍ B।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe