Advertisment

ଅକଥନୀୟ ହେଲା ଏକ ତରଫା ପ୍ରେମିକର ନିର୍ଯାତନା, ଝୁଲି ପଡ଼ିଲେ ଛାତ୍ରୀ!

ଝିଅର ଆତ୍ମହତ୍ୟା ପାଇଁ ଜଣେ ଯୁବକଙ୍କ ଏକ ତରଫା ପ୍ରେମକୁ ଦାୟୀ କରିଛନ୍ତି ବାପା ନଟବର। ନାଉଗାଁ ଥାନା କୋରୁଆ ଗାଁର ଜଣେ ଯୁବକ ଏକ ତରଫା ଲିଜାଙ୍କୁ ପ୍ରେମ କରୁଥିଲେ।

ଅଦ୍ୟତନ ହୋଇଛି
Puri

Puri

Advertisment

ଅକଥନୀୟ ହେଲା ଏକ ତରଫା ପ୍ରେମିକର ନିର୍ଯାତନା! ଫଟୋ ଭାଇରାଲ୍‌ କରିଦେବ ବୋଲି ବାରମ୍ୱାର ଧମକ ଦେଉଥିଲା। ଯେଉଁଥିପାଇଁ ହଷ୍ଟେଲ୍‌ରେ ଝୁଲି ପଡ଼ିଲେ ଛାତ୍ରୀ। ଆଜି ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରୁ।

Advertisment

ଜଗତସିଂହପୁର ନାଉଗାଁ ଥାନା ତୋନ୍ତେଇ ଗାଁର ଲିଜାରାଣୀ ସାହୁ। ମାଟ୍ରିକ୍‌ ପରୀକ୍ଷା ଦେବା ପରେ କମ୍ପ୍ୟୁଟର ଶକ୍ଷା ଗ୍ରହଣ କରୁଥିଲେ। ସେଠାରେ ତାଙ୍କ ସହ ଜଣେ ଯୁବକଙ୍କ ଦେଖା ହୋଇଥିଲା। ପରବର୍ତ୍ତୀ ସମୟରେ ଯୁବକ ଜଣକ ଲିଜାଙ୍କୁ ପ୍ରେମ ନିବେଦନ କରିଥିଲେ। ମାତ୍ର ଏଥିରେ ରାଜି ହୋଇନଥିଲେ ଲିଜା। ଏହା ସତ୍ତ୍ୱେ ଯୁବକ ଜଣକ ତାଙ୍କୁ ଛାଡ଼ି ନଥିଲେ। ବାରମ୍ୱାର ପ୍ରେମ ନିବେଦନ କରୁଥିଲେ। ନାନା ହଇରାଣ କରୁଥିଲେ। ଲୋକ ଲଜ୍ଜା ଭୟରେ ଲିଜା କିନ୍ତୁ ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିପାରୁନଥିଲେ।

ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଲିଜା ପୁରୀ ଜିଲ୍ଲା ନିମାପଡ଼ା ପଳାଇ ଆସିଥିଲେ। ଏଠାରେ ଏକ ଆବାସିକ କଲେଜରେ ପାଠ ପଢ଼ୁଥିଲେ। ହେଲେ ଏକ ତରଫା ପ୍ରେମିକ ପ୍ରବର ଲିଜାଙ୍କ ପିଛା ଛାଡ଼ିନଥିଲେ। ଲିଜାଙ୍କ ଫୋନ୍‌ ନମ୍ୱର ନପାଇ ବନ୍ଧୁବାନ୍ଧବଙ୍କୁ ଫୋନ୍‌ କରି ଧମକ ଚମକ ଦେଉଥିଲା। ଲିଜାଙ୍କ ଫଟୋ ଭାଇରାଲ୍‌ କରିଦେବ ବୋଲି କହୁଥିଲା। ଯାହାକୁ ନେଇ ଲିଜା ଟେନ୍‌ସନ୍‌ରେ ରହୁଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି।

Advertisment

ଆଜି ସକାଳେ ଲିଜା କ୍ଲାସ ଯାଇନଥିଲେ। ନିଜକୁ ଅସୁସ୍ଥ ଦର୍ଶାଇ ହଷ୍ଟେଲ୍‌ରେ ରହିଥିଲେ। ତେବେ କଲେଜ କର୍ତ୍ତୃପକ୍ଷ ଲିଜାଙ୍କ ଅସୁସ୍ଥତା ସମ୍ପର୍କରେ ଜାଣିପାରି ରୁମ୍‌କୁ ଦେଖିବା ପାଇଁ ଆସିଥିଲେ। ମାତ୍ର ସେତେବେଳେ ରୁମ୍‌ କବାଟ ଭିତର ପାର୍ଶ୍ୱରୁ ବନ୍ଦ ଥିଲା। ହେଲେ ସେ ଫ୍ୟାନ୍‌ରେ ଝୁଲୁଥିବା ଝରକାରେ ଦେଖିବାକୁ ପାଇ ପୁଲିସ୍‌କୁ ଖବର ଦେଇଥିଲେ କଲେଜ କର୍ତ୍ତୃପକ୍ଷ। ଏପରିକି ପରିବାର ଲୋକଙ୍କୁ ଜଣାଇଥିଲେ। ସାଇଣ୍ଟିଫିକ ଟିମ୍‌ ଓ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଲିଜା ବ୍ଲେଡ୍‌ରେ ହାତ କାଟି ରଶିରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଛି।

ଝିଅର ଆତ୍ମହତ୍ୟା ପାଇଁ ଜଣେ ଯୁବକଙ୍କ ଏକ ତରଫା ପ୍ରେମକୁ ଦାୟୀ କରିଛନ୍ତି ବାପା ନଟବର। ନାଉଗାଁ ଥାନା କୋରୁଆ ଗାଁର ଜଣେ ଯୁବକ ଏକ ତରଫା ଲିଜାଙ୍କୁ ପ୍ରେମ କରୁଥିଲେ। ବିବାହ କରିବା ପାଇଁ ଧମକ ଦେଇଥିଲେ। ଲୋକ ଲଜ୍ଜା ଯୋଗୁ ଆତ୍ମହତ୍ୟା କରିଥିବା ଲିଜାଙ୍କ ବାପା ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଚାଲିଥିବା ନିମାପଡା ଏସ୍‌ଡିପିଓ ଦେବାଶିଷ ମିଶ୍ର କହିଛନ୍ତି।

ରିପୋର୍ଟ- ନିମାପଡ଼ାରୁ ସଞ୍ଜୟ ପତି

Puri Crime Jagatsinghpur Suicide Attempt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe