pluss-two-examation-preparation
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ। ୫୮ଟି ଅପ୍ଲାଇନ୍ ଓ ୩୬ଟି ଅନ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ପ୍ରକ୍ରିୟା ହେବ। ଯେଉଁଥିରେ ନିୟୋଜିତ ହେବେ ପ୍ରାୟ ୮ ହଜାର ଅଧ୍ୟାପକ ଓ ଅଧ୍ୟାପିକା। ଦୁଇଟି ପର୍ଯ୍ୟାୟରେ ହେବ ଖାତା ମୂଲ୍ୟାୟନ।
ଏପ୍ରିଲ୍ ୮ରୁ ୧୮ ଯାଏ ପ୍ରଥମ ପର୍ଯ୍ୟୟ ଓ ଏପ୍ରିଲ୍ ୨୩ରୁ ମେ ୨ ଯାଏ ଦ୍ୱିତୀୟ ପର୍ଯ୍ୟୟ ଖାତା ମୂଲ୍ୟାୟନ କରାଯିବ। ସବୁ ମୂଲ୍ୟାୟନ କେନ୍ଦ୍ର ଗୁଡିକ ସିସିଟିଭି ନଜରରେ ରହିବ। ନିର୍ବାଚନ ସମୟରେ ମୂଲ୍ୟାୟନ ବନ୍ଦ ରହିବ। ତେବେ ନିର୍ବାଚନ ନହେଉଥିବା ଜିଲ୍ଲା ଗୁଡିକରେ ଖାତା ଦେଖା ଜାରି ରହିବ। ମେ ମାସରେ ବିଜ୍ଞାନ ଓ ଜୁନ୍ରେ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/03/pluss-two-examation-preparation.jpg)