ପିଏମ୍ ଆବାସ: ଆରମ୍ଭ ହେଲା ଅନଲାଇନରେ ୱାର୍କ ଅର୍ଡର ବଣ୍ଟା, ବର୍ଷକରେ ଘର ନସାରିଲେ ରଦ୍ଦ ହେବ ୱାର୍କ ଅର୍ଡର

ରାଜ୍ୟର ଗ୍ରାମାଂଚଳର ଗରିବ ଲୋକଙ୍କୁ ଛାତଘର ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍ ଆବାସ)ରେ କେନ୍ଦ୍ର ସରକାର ୨୦୨୩ ଜାନୁୟାରୀ ମାସରେ ମୋଟ ୯ଲକ୍ଷ ୫୯ହଜାର ୫୧୮ଟି ଘର(୧.୪୨ଲକ୍ଷ ଘର ଫନି ବାତ୍ୟା ପ୍ରଭାବିତଙ୍କ ପାଇଁ) ମଞ୍ଜୁର କରିଥିଲେ ।

Pm Awas Yojana

Representative image

Ordigital Desk
  • Published: Tuesday, 20 June 2023
  • Updated: 20 June 2023, 08:51 PM IST

ଦୀର୍ଘ ପ୍ରାୟ ଦେଢ଼ବର୍ଷ ଧରି ରାଜ୍ୟରେ ଠପ୍ ହୋଇଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ପୁଣିଥରେ କାର୍ଯ୍ୟାଦେଶ ବଂଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ରାଜ୍ୟରେ ଅନଲାଇନରେ ଏହି ପିଏମ୍ ଆବାସ ଘରର ୱାର୍କ ଅର୍ଡର ଅନଲାଇନରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି । ଗ୍ରାମାଂଚଳ ଓ ବ୍ଲକସ୍ତରରେ ପିଏମ୍ ଆବାସ ଯୋଜନାରେ ୱାର୍କ ଅର୍ଡର ବଂଟନଠୁ ଆରମ୍ଭ କରି ବିଲ୍ ପ୍ରଦାନ ଆଦିସ୍ତରରେ ଦୁର୍ନୀତି ଅଭିଯୋଗ ଆସିବା ତଥା କେନ୍ଦ୍ର ସରକାରଙ୍କ କଡ଼ା ତାଗିଦ୍ ପରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ଅନଲାଇନରେ ପିଏମ୍ ଆବାସ ଘର ୱାର୍କ ଅର୍ଡର(କାର୍ଯ୍ୟାଦେଶ) ବଂଟନ ଆରମ୍ଭ କରିଛନ୍ତି । ଗତ ମେ’ ୩୦ତାରିଖରେ ରାଜ୍ୟ ପଂଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀ ସମସ୍ତ ଜିଲ୍ଲାପାଳ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଓ ବିଡିଓଙ୍କୁ ଚିଠି ଲେଖି ପିଏମ ଆବାସ(ଗ୍ରାମୀଣ) ଘରର କାର୍ଯ୍ୟାଦେଶ ହିତାଧିକାରୀଙ୍କୁ ଅନଲାଇନରେ ବଂଟନ କରାଯିବ ବୋଲି ସୂଚନା ଦେଇଥିଲେ ।

ସୂଚନା ଅନୁସାରେ, ରାଜ୍ୟର ଗ୍ରାମାଂଚଳର ଗରିବ ଲୋକଙ୍କୁ ଛାତଘର ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍ ଆବାସ)ରେ କେନ୍ଦ୍ର ସରକାର ୨୦୨୩ ଜାନୁୟାରୀ ମାସରେ ମୋଟ ୯ଲକ୍ଷ ୫୯ହଜାର ୫୧୮ଟି ଘର(୧.୪୨ଲକ୍ଷ ଘର ଫନି ବାତ୍ୟା ପ୍ରଭାବିତଙ୍କ ପାଇଁ) ମଞ୍ଜୁର କରିଥିଲେ । ଏହି ଘରଗୁଡ଼ିକୁ ହିତାଧିକାରୀଙ୍କୁ ବଂଟନ କରିବା ନିମନ୍ତେ ରାଜ୍ୟ ସରକାର ପ୍ରାୟ ୬ମାସ ଧରି ଟାଳଟୂଳ ନୀତି ଅବଲମ୍ବନ କରି ଶେଷରେ ଆଜିଠୁ କାର୍ଯ୍ୟାଦେଶ ବଂଟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅନଲାଇନ୍ ମାଧ୍ୟମରେ ହିତାଧିକାରୀମାନେ ନିଜର ଆଧାର କାର୍ଡ ବିବରଣୀ ଦେଇ ଏହି ୱାର୍କ ଅର୍ଡର(କାର୍ଯ୍ୟାଦେଶ)କୁ ଡାଉନଲୋଡ୍ କରିବାର ସୁଯୋଗ ପାଇବେ । 

ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ଲିଙ୍କ୍ ପଠାଯିବ ଯେଉଁଥିରେ ତାଙ୍କର ୱାର୍କ ଅର୍ଡର ମିଳିପାରିବ । ଏହାବ୍ୟତୀତ ହିତାଧିକାରୀ ଚାହିଁଲେ ରାଜ୍ୟ ସରକାରଙ୍କ ଗ୍ର୍ରାମାଂଚଳ ଗୃହନିର୍ମାଣ ପୋର୍ଟାଲକୁ ଯାଇ ନିଜର ପଞ୍ଜିକୃତ ମୋବାଇଲ ନମ୍ବର ଓ ଆଧାର ନମ୍ବର ମାଧ୍ୟମରେ ଏହି ୱାର୍କ ଅର୍ଡରକୁ ଡାଉନଲୋଡ୍ କରିପାରିବେ । ମୋ’ ସେବା କେନ୍ଦ୍ରରେ ମଧ୍ୟ ଏହି ୱାର୍କ ଅର୍ଡରକୁ ହିତାଧିକାରୀ ଡାଉନଲୋଡ୍ କରିବାର ସୁବିଧା ପାଇବେ । ୱାର୍କ ଅର୍ଡର ପାଇବା ପରେ  ହିତାଧିକାରୀ କିଭଳି ତ୍ୱରିତ୍ ଘର ନିର୍ମାଣ କାର୍ଯ୍ୟ ଶେଷ କରିବେ ତାହା ସେହି ଗୃହ ନିର୍ମାଣ ଦାୟିତ୍ୱରେ ଥିବା ତୃଣମୂଳସ୍ତରର ଅଧିକାରୀ ସୁନିଶ୍ଚିତ କରାଇବେ । କୌଣସି ଯୋଗ୍ୟ ହିତାଧିକାରୀ ଗୃହ ନିର୍ମାଣ ସଂକ୍ରାନ୍ତୀୟ କାର୍ଯ୍ୟ ପାଇଁ ହଇରାଣ ହେବେ ନାହିଁ ଓ ସରକାର ଦୁର୍ନୀତିକୁ ନେଇ ଜିରୋ ଟଲେରାନ୍ସ ନୀତି ଆପଣାଉଥିବାରୁ କୌଣସି ତୃଣମୂଳସ୍ତରର ଅଫିସର ଯେପରି ଏସବୁରେ ଲିପ୍ତ ନହେବେ ସେ ନେଇ ସରକାରୀ ଅଫିସରମାନଙ୍କୁ ସଚେତନ କରାଇବାକୁ କୁହାଯାଇଛି । ସ୍ଥାନୀୟ ବିଡିଓ(ଗୋଷ୍ଠୀ ଉନ୍ନୟନ ଅଧିକାରୀ)ଙ୍କ ସ୍ୱାକ୍ଷରରେ ଏହି ୱାର୍କ ଅର୍ଡର ଜାରି କରାଯାଉଛି । ଏଥିରେ ନୋଡାଲ ଅଫିସରଙ୍କ ନାଁ ଓ ମୋବାଇଲ ନମ୍ବର ଉଲ୍ଲେଖ ରହିବ । ଗୃହ ନିର୍ମାଣକୁ କୌଣସି ସମସ୍ୟା ହେଲେ ସମ୍ପୃକ୍ତ ନୋଡାଲ ଅଫିସରଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି ।

Also Read

ସେହି ୱାର୍କ ଅର୍ଡରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ହିତାଧିକାରୀ ନିଜର ୱାର୍କ ଅର୍ଡର ପାଇବାର ବର୍ଷକ ମଧ୍ୟରେ ଗୃହ ନିର୍ମାଣ ଶେଷ କରିବା ଆବଶ୍ୟକ । ଧାର୍ଯ୍ୟ ସମୟସୀମା ମଧ୍ୟରେ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ନହେଲେ ଦିଆଯାଇଥିବା ୱାର୍କ ଅର୍ଡର ରଦ୍ଦ କରାଯିବ ଓ ପ୍ରଦାନ କରାଯାଇଥିବା ଅର୍ଥରାଶି  ଆଦାୟ ନିମନ୍ତେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୱାର୍କ ଅର୍ଡର ସହ ପ୍ରଥମ କିସ୍ତିରେ ୪୦ହଜାର ଟଙ୍କା, ଛାତସ୍ତରରେ ସେଂଟ୍ରି କାର୍ଯ୍ୟ ଶେଷ ହେବା ପରେ ଦ୍ୱିତୀୟ କିସ୍ତି ଆକାରରେ ୬୫ହଜାର ଟଙ୍କା ଓ ଗୃହନିର୍ମାଣ ଶେଷ ସହିତ ଶୌଚାଳୟ ନିର୍ମାଣ, କାନ୍ଥରେ ଲୋଗେ ଥିବା ଫଳକ ସ୍ଥାନ କରି ହିତାଧିକାରୀ ସେହି ନୂଆ ଘରେ ରହିବା ଆରମ୍ଭ କରିବା ପରେ ବାକି ଥିବା ତୃତୀୟ କିସ୍ତି ୨୫ହଜାର ଟଙ୍କା ମିଳିବ । ଏଭଳି ଭାବେ ମୋଟ ୧.୩୦ଲକ୍ଷ ଟଙ୍କା ପିଏମ୍ ଆବାସ ଯୋଜନାରେ ମିଳିବ । ଏହାସହିତ ଗୃହନିର୍ମାଣ କାର୍ଯ୍ୟ ପାଇଁ ମନରେଗା ଯୋଜନାରେ ଦୈନିକ ୨୩୭ଟଙ୍କା ହିସାବରେ ୯୫ଦିନ ପର୍ଯ୍ୟନ୍ତ ମଜୁରୀ ମିଳିବ ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଗ୍ରାମାଂଚଳ ଗୃହ ନିର୍ମାଣ ପାଇଁ ଯୋଗାଉଥିବା ପ୍ରୋତ୍ସାହନ ରାଶିକୁ ମଧ୍ୟ ଜାରି ôରଖବେ ବୋଲି ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି । ଯେଉଁ ହିତାଧିକାରୀ କାର୍ଯ୍ୟାଦେଶ ପାଇବାର ୪ମାସ ମଧ୍ୟରେ ଗୃହ ନିର୍ମାଣ ଶେଷ କରିବେ ତାଙ୍କୁ ଅତିରିକ୍ତ ୨୦ହଜାର ଟଙ୍କା ଓ ୬ମାସ ମଧ୍ୟରେ ନିର୍ମାଣ ଶେଷ କଲେ ଅତିରିକ୍ତ ୧୦ହଜାର ଟଙ୍କା ରାଜ୍ୟ ସରକାର ନିଜସ୍ୱ ବଜେଟରୁ ଯୋଗାଇ ଦେବେ । ଏହାସହିତ ଗୃହ ନିର୍ମାଣର ତଦାରଖ ଦାୟିତ୍ୱରେ ଥିବା ନୋଡାଲ୍ ଅଫିସରମାନଙ୍କୁ ପୂର୍ବଭଳି ପ୍ରୋତ୍ସାହନ ରାଶି ମିଳିବ । ପିଏମ୍ ଆବାସ ଯୋଜନାରେ ବାରମ୍ବାର ଦୁର୍ନୀତି ଅଭିଯୋଗ ଏବଂ ବାରମ୍ବାର ତାଗିଦ୍ ପରେ ମଧ୍ୟ ରାଜ୍ୟ ସରକାର ନସୁଧୁରିବାରୁ କେନ୍ଦ୍ର ସରକାର ଆବାସ ଯୋଜନାରେ ଗୃହ ବଂଟନକୁ ସ୍ଥଗିତ ରଖିଥିଲେ । ଏପରିକି ଜାନୁୟାରୀ ମାସରେ ମଞ୍ଜୁର ହୋଇଥିବା ୯.୫୯ଲକ୍ଷ ଘରକୁ ଯୋଗ୍ୟ ହିତାଧିକାରୀଙ୍କୁ ବଂଟନ କରିବା ପାଇଁ କେନ୍ଦ୍ର ସରକାର ୩ଥର ତାଗିଦ୍ କରିବା ସହ ଜୁନ୍ ଶେଷ ସୁଦ୍ଧା ନିଶ୍ଚିତ ଭାବେ ୱାର୍କ ଅର୍ଡର ବାଂଟିବାକୁ ଚରମବାଣୀ ଶୁଣାଇବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଥିଲା । ଅନଲାଇନ୍ ମାଧ୍ୟମରେ ୱାର୍କ ଅର୍ଡର ବଂଟନ ଦ୍ୱାରା ତୃଣମୂଳସ୍ତରରେ ହିତାଧିକାରୀଙ୍କୁ ହାତଗୁଞ୍ଜା ଦେବାରୁ ମୁକ୍ତି ମିଳିବ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମାଂଚଳ)ରେ ମୋଦି ସରକାର ଓଡ଼ିଶାକୁ ୨୬.୫୧ଲକ୍ଷ ଘର ମଞ୍ଜୁର କରିସାରିଥିବାବେଳେ ୧୭.୧୪ଲକ୍ଷ ଗୃହ ନିର୍ମାଣ ଶେଷ ହୋଇସାରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମାଂଚଳ)ରେ ମୋଟ ୧୩ଲକ୍ଷ ୭୮ହଜାର ୨୪୯ଜଣ ହିତାଧିକାରୀ ଘର ପାଇବା ନିମନ୍ତେ ଆବେଦନ କରିଥିଲେ । ମାତ୍ର ଯାଂଚ ପରେ ସରକାର ୩ଲକ୍ଷ ୨୧ହଜାର ୬୧୦ଜଣଙ୍କ ଅଯୋଗ୍ୟ ଆବେଦନକାରୀଙ୍କୁ ବାଦ୍ ଦେଇଥିଲେ । ପରେ ସେଥିରୁ ୯ଲକ୍ଷ ୫୯ହଜାର ୫୧୮ଜଣଙ୍କୁ ଚିହ୍ନଟ କରି ସେମାନଙ୍କୁ ଘର ନିର୍ମାଣ ପାଇଁ ୱାର୍କ ଅର୍ଡର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story