ପୁଣି ଥରେ ପିଏମ୍‌ କିଷାନ ତାଲିକା ମାଗିଲା କେନ୍ଦ୍ର, ଏମିତି କହିଲେ କୃଷିମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିଏମ୍‌ କିଷାନ ଯୋଜନା ପାଇଁ ରାଜ୍ୟକୁ ପୁଣି ଥରେ ଚାଷୀଙ୍କ ତାଲିକା ମାଗିଲେ କେନ୍ଦ୍ର ସରକାର। ଦେଶରେ ସାଢେ ୧୪ କୋଟି ଚାଷୀ ଏହି ଯୋଜନା ସହ ଯୋଡ଼ି ହୋଇଛନ୍ତି। ହେଲେ ରାଜ୍ୟ ସରକାର ଯୋଗ୍ୟ ଚାଷୀଙ୍କ ତାଲିକା ନଦେଲେ ଟଙ୍କା କେମିତି ମିଳିବ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ପିଏମ୍‌ କିଷାନ ଯୋଜନାରେ ସାମିଲ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରକୁ ୩୦ […]

central--asked-to-odisha-government-about-pm-kisan-yojan

Manoranjan Sial
  • Published: Monday, 02 September 2019
  • , Updated: 02 September 2019, 08:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିଏମ୍‌ କିଷାନ ଯୋଜନା ପାଇଁ ରାଜ୍ୟକୁ ପୁଣି ଥରେ ଚାଷୀଙ୍କ ତାଲିକା ମାଗିଲେ କେନ୍ଦ୍ର ସରକାର। ଦେଶରେ ସାଢେ ୧୪ କୋଟି ଚାଷୀ ଏହି ଯୋଜନା ସହ ଯୋଡ଼ି ହୋଇଛନ୍ତି। ହେଲେ ରାଜ୍ୟ ସରକାର ଯୋଗ୍ୟ ଚାଷୀଙ୍କ ତାଲିକା ନଦେଲେ ଟଙ୍କା କେମିତି ମିଳିବ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।

ପିଏମ୍‌ କିଷାନ ଯୋଜନାରେ ସାମିଲ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରକୁ ୩୦ ଲକ୍ଷ ୮୦ ହଜାର ଚାଷୀଙ୍କ ତାଲିକା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୩୦ ଲକ୍ଷ ୨୬ ହଜାର ଚାଷୀଙ୍କୁ ପ୍ରଥମ କିସ୍ତି ଟଙ୍କା ଓ ୯ ଲକ୍ଷ ୩୪ ହଜାର ଚାଷୀଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ଦିଆଯାଇଛି।

ଏପଟେ ରାଜ୍ୟ ସରକାର ୫୧ ଲକ୍ଷ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ପ୍ରଥମ କିସ୍ତି ଟଙ୍କା ଦେଇଛନ୍ତି। ତେଣୁ ଏହି ତାଲିକାରୁ ବାକି ୨୧ ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେଇନାହାନ୍ତି। ଏ ନେଇ ଆଜି କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛି ବିଜେପିର ପ୍ରତିନିଧି ଦଳ। ଏହା ଭିତରେ ପ୍ରାୟ ଅଢ଼େଇ ଲକ୍ଷ ଅଯୋଗ୍ୟ ହିତାଧିକାରୀ ‘କାଳିଆ’ ଟଙ୍କା ନେଇ କୃଷି ବିଭାଗର ଚିନ୍ତା ବଢ଼ାଇ ଦେଇଛନ୍ତି। ତେବେ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ବାକି ଚାଷୀ ତାଲିକା କେନ୍ଦ୍ରକୁ ଶୀଘ୍ର ପଠାଯିବ।

ସେ କହିଛନ୍ତି, ‘ପିଏମ୍‌ କିଷାନ ଯୋଜନା ପାଇଁ ତୁରନ୍ତ ଯାହା ଡାଟା ଥିଲା ପଠାଇଛୁ। ଗ୍ରାମାଞ୍ଚଳ ଚାଷୀଙ୍କ ପାଇଁ ଥିବା ପାରାମିଟର ଦେଖି ପ୍ରସ୍ତୁତିରେ ଡେରି ହେଉଛି। ତେବେ ଖୁବ୍ ଶୀଘ୍ର ତାଲିକା ପ୍ରସ୍ତୁତ ହୋଇଯିବ।’

Related story