Advertisment

ସେପ୍ଟେମ୍ବର ୨୨ରେ ଆସିବେ ମୋଦି !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ।ଏନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡ଼ା ବିମାନ ବନ୍ଦରର ଆନୁଷ୍ଠାନିକ ଉଦଘାଟନ କରିବା ସହ ତାଳଚେର ସାର କାରଖାନାର ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିବେ। ତାଳଚେରରେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଦିନ ଝାରସୁଗୁଡ଼ା ଓ ରାଞ୍ଚି ମଧ୍ୟରେ […]

author-image
Sampad Mahapatra
ସେପ୍ଟେମ୍ବର ୨୨ରେ ଆସିବେ ମୋଦି !

modi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ।ଏନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।

Advertisment

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡ଼ା ବିମାନ ବନ୍ଦରର ଆନୁଷ୍ଠାନିକ ଉଦଘାଟନ କରିବା ସହ ତାଳଚେର ସାର କାରଖାନାର ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିବେ। ତାଳଚେରରେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଦିନ ଝାରସୁଗୁଡ଼ା ଓ ରାଞ୍ଚି ମଧ୍ୟରେ ବିମାନ ଉଡ଼ାଣକୁ ପ୍ରଧାନମନ୍ତ୍ରୀ ପତାକା ହଲାଇ ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି।

Advertisment

ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯାଇଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ମୋଦି ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ସିଧାସଳଖ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ବାୟୁସେନାର ଏକ ହେଲିକପ୍ଟରରେ ତାଳଚେର ଯିବେ। ଅପରାହ୍ନ ପ୍ରାୟ ୫ଟାରେ ସେ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ନୂଆଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତବର୍ତ୍ତନ କରିବେ ବୋଲି ସୂଚନା ମିଳିଛି।