ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁରୀରୁ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଦିଆଯାଇଛି। ଦଳର ସଂସଦୀୟ ବୋର୍ଡ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମ ସର୍ଭେରେ ବିଜେପିକୁ ଓଡ଼ିଶାରେ ସଫଳତା ମିଳିବ ବୋଲି ସଂକେତ ମିଳୁଥିବା ପ୍ରସଙ୍ଗରେ ସେ କହିଛନ୍ତି-“ବିଜେପିର ରାଷ୍ଟ୍ରୀୟ […]

modi

Rakesh Mallick
  • Published: Friday, 05 October 2018
  • , Updated: 05 October 2018, 04:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁରୀରୁ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଦିଆଯାଇଛି। ଦଳର ସଂସଦୀୟ ବୋର୍ଡ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ଏକ ଜାତୀୟ ଗଣମାଧ୍ୟମ ସର୍ଭେରେ ବିଜେପିକୁ ଓଡ଼ିଶାରେ ସଫଳତା ମିଳିବ ବୋଲି ସଂକେତ ମିଳୁଥିବା ପ୍ରସଙ୍ଗରେ ସେ କହିଛନ୍ତି-“ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବର୍ଷେ ତଳୁ ଏକଥା କହିଛନ୍ତି ଓ ସେହି ମିଶନ୍‌ ୧୨୦ରେ ଆମେ ଆଗେଇ ଚାଲିଛୁ। ତାହା ଏବେ ଲୋକମନରେ ପରିଣତ ହେଉଛି। ଯାହା ବିଭିନ୍ନ ସର୍ଭେରୁ ଜଣାପଡ଼ୁଛି। କିନ୍ତୁ ରାଜ୍ୟରେ ଯେମିତି କାମ ଆଗଉଛି, ବିଜେପି ୧୨୦ରୁ ଅଧିକ (ଆସନ) ପାଇବ ବୋଲି ଆକଳନ କରିଛୁ।”

Related story