ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ‘ଆଇଆଇଏମ୍ ସମ୍ବଲପୁର’ର ନିଜସ୍ୱ କ୍ୟାମ୍ପସର ଶିଳାନ୍ୟାସ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡରେ ଉପସ୍ଥିତ ରହି ଏହାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ କ’ଣ କହିଛନ୍ତି, ଚୁମ୍ବକରେ ଜାଣନ୍ତୁ..
- ଓଡ଼ିଶାବାସୀଙ୍କୁ ନୂଆ ବର୍ଷର ଜୁହାର ଜଣାଇଲେ ପ୍ରଧାନମନ୍ତ୍ରୀ
- କୋଭିଡ ସଙ୍କଟ ସତ୍ତ୍ୱେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ମିଳିଛି
- ଗତ ବର୍ଷ ତୁଳନାରେ ଅନେକ କ୍ଷେତ୍ରରେ ବେଶୀ ସଫଳତା ମିଳିଛି
- ସମ୍ବଲପୁର IIM ପ୍ରତିଷ୍ଠା ଦ୍ୱାରା ଶିକ୍ଷାର ହବ୍ ହେବାକୁ ଯାଉଛି
- ହୀରାକୁଦର ଗୌରବ ଓ ବୀର ସୁରେନ୍ଦ୍ର ସାଏଙ୍କୁ ମନେ ପକାଇଲେ
- ସମ୍ବଲପୁରବାସୀଙ୍କୁ ଲୋକାଲକୁୁ ଭୋକାଲ ପାଇଁ ଆହ୍ୱାନ ଦେଲେ
- ସମ୍ବଲପୁରୀ ଟେକ୍ସାଟାଇଲର ସାରା ବିଶ୍ୱରେ ଚାହିଦା ରହିଛି
- ସମ୍ବଲପୁରରେ ସବୁକିଛି ଭରପୁର; ପର୍ଯ୍ୟଟନ ପାଇଁ ପ୍ରକୃଷ୍ଠ ସ୍ଥାନ
- IIM ସ୍ଥାନୀୟ ଓ ଗ୍ଲୋବାଲ ଉତ୍ପାଦ ମଧ୍ୟରେ ବ୍ରିଜ ତିଆରି କରିବ
- ଟେକ୍ନୋଲୋଜି ଆଜି ସବୁ ଭୌଗୋଳିକ ସମସ୍ୟାକୁ ଦୂର କରିପାରିଛି
- ବିକାଶ ପାଇଁ ସର୍ଟ ଟର୍ମ ବଦଳରେ ଲଙ୍ଗ ଟର୍ମ ପଲିସି ଦରକାର
- ୪୦ କୋଟି ଲୋକଙ୍କ ଏକସଙ୍ଗେ ଆକାଉଣ୍ଟ ଖୋଲିବା ସହଜ ନ ଥିଲା
- ଶିଳାନ୍ୟାସ ଉତ୍ସବରେ ସଫଳ ଉଜ୍ଜ୍ୱଳା ଯୋଜନା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
- ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ପାଇଁ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇଛି
- ୨୦୧୪ରେ ୧୪ କୋଟି ଉପଭୋକ୍ତାଙ୍କ ପାଖରେ ଗ୍ୟାସ ସଂଯୋଗ ଥିଲା
- ବର୍ତ୍ତମାନ ୨୮ କୋଟିି ଉପଭୋକ୍ତାଙ୍କ ପାଖରେ ଗ୍ୟାସ ସଂଯୋଗ
- ଆମେ ୬ ବର୍ଷରେ ଆଉ ୧୪ କୋଟି ଗ୍ୟାସ ସଂଯୋଗ କରାଇଛୁ
- ଯଦି ପୂର୍ବ ଧାରାରେ ଚାଲିଥାନ୍ତା ତା’ହେଲେ ଶତାଦ୍ଦୀ ସରିଯାଇ ଥ’ନ୍ତା
- ବଟଲିଂ ପ୍ଲାଣ୍ଟ, ପାଇପଲାଇନ, ଇମ୍ପୋର୍ଟ ଟର୍ମିନାଲ ବହୁତ ହୋଇଛି
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।