ଦୁର୍ଘଟଣାସ୍ଥଳରେ ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ୨ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୨କେନ୍ଦ୍ରମନ୍ତ୍ରୀ

ଓଡ଼ିଶା ଇତିହାସରେ ସର୍ବବୃହତ୍ ତଥା ଭୟାବହ ଟ୍ରେନ ଦୁର୍ଘଟଣାରେ ୨୬୧ଜଣଙ୍କ ମୃତ୍ୟୁ ଓ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

PM Modi PhotoTwitter

ଘଟଣାସ୍ଥଳରେ ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ordigital Desk
  • Published: Saturday, 03 June 2023
  • Updated: 03 June 2023, 07:04 PM IST

Sports

Latest News

ଓଡ଼ିଶା ଇତିହାସରେ ସର୍ବବୃହତ୍ ତଥା ଭୟାବହ ଟ୍ରେନ ଦୁର୍ଘଟଣାରେ ୨୬୧ଜଣଙ୍କ ମୃତ୍ୟୁ ଓ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତକାଲି ସନ୍ଧ୍ୟା ୭ଟାରେ ହୋଇଥିବା ଏହି ଦୁର୍ଘଟଣାର ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇଛି ତଥା ଏବେବି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଥିବାବେଳେ ଆଜି ଦିନତମାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାସ୍ଥଳ ଗସ୍ତ କରି ସ୍ଥିତି ପରଖିବା ସହ ଆହତଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୮ଟା ସୁଦ୍ଧା ଦୁର୍ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରିବା ସହ ଆହତଙ୍କୁ ଭେଟିଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଘଟଣାସ୍ଥଳକୁ ଯାଇ ଆହତଙ୍କୁ ଭେଟିଛନ୍ତି । ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏବେବି ଘଟଣାସ୍ଥଳ ଉପସ୍ଥିତ ଥିବାବେଳେ ତାମିଲନାଡୁ ସରକାରଙ୍କ ୩ଜଣ ମନ୍ତ୍ରୀ ମଧ୍ୟ ବାଲେଶ୍ୱରରେ ଡେରା ପକାଇଥିବା ଜଣାପଡ଼ିଛି ।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସରକାର ସବୁ ପ୍ରକାରର ପ୍ରୟାସ କରୁଥିବାବେଳେ ମୃତକଙ୍କ ଚିହ୍ନଟ କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାସ୍ଥଳକୁ ଯାଇ କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ସେ ନେଇ ଉଭୟ ଜିଲ୍ଲା ପ୍ରଶାସନ ଓ ରେଳବାଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ବାଲେଶ୍ୱର ହସ୍ପିଟାଲ ଯାଇ ରୋଗୀଙ୍କୁ ଭେଟି ସେମାନଙ୍କର ମନୋବଳ ବୃଦ୍ଧି କରିଛନ୍ତି । ଏହାସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଓଡ଼ିଶା ସରକାର, ସ୍ଥାନୀୟ ଲୋକେ, ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବାହିନୀ, ପୁଲିସ, ବରିଷ୍ଠ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂସ୍ଥମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୁର୍ଘଟଣାସ୍ଥଳରୁ ପ୍ରଧାନମନ୍ତ୍ରୀ ଟେଲିଫୋନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଓ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ କଥା ହୋଇ ଆହତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ପଦକ୍ଷେପ ନେବା ନିମନ୍ତେ କହିଛନ୍ତି । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଓ ଯିଏବି ଦୋଷୀ ବୋଲି ଚିହ୍ନଟ ହେବ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଗସ୍ତସମୟରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସ୍ଥାନୀୟ ଅଧିକାରୀ, ରେଳବାଇ ଅଧିକାରୀ ଓ ସୁରକ୍ଷା କର୍ମୀମାନଙ୍କ ସହ କଥା ହୋଇ ସେମାନଙ୍କ ଉତ୍ସାହ ବୃଦ୍ଧି କରିଛନ୍ତି । ଆହତ ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ଏବଂ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରର ନିଶ୍ଚିତ ଭାବେ ସ୍ୱତନ୍ତ୍ର ଯତ୍ନ ସରକାର ନେବେ ବୋଲି ସେ ଆଶ୍ୱସ୍ତ କରିଛନ୍ତି ।

ଦୁର୍ଘଟଣା ଯୋଗୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଯାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ପରିବହନ ସୁବିଧା ଯୋଗାଇ ଦିଆଯାଇଛି । ଓଡ଼ିଶା ଓ ପଶ୍ଚିମବଙ୍ଗର ଯାତ୍ରୀମାନଙ୍କୁ ମାଗଣାରେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଂଚାଯାଉଛି । ସେମାନଙ୍କୁ ପାଣି ବୋତଲ ଓ ବିସ୍କୁଟ ଦିଆଯାଇଛି ।

Also Read

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଆହତଙ୍କୁ ହସ୍ପିଟାଲ ସ୍ଥାନାନ୍ତର ପାଇଁ ୨୦୦ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା। ୩୦ଟି ବସରେ ଫସି ରହିଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଛି । ସୋର, ବାଲେଶ୍ୱର, ଭଦ୍ରକ ଓ କଟକ ମେଡିକାଲକୁ ୧୦୦୦ରୁ ଅଧିକ ଆହତଙ୍କୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଆହତଙ୍କୁ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ସମସ୍ତ ଆହତ ଓ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାସ୍ଥଳରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଉପସ୍ଥିତ ରହି ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତଦାରଖ କରୁଛନ୍ତି । ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଅପରାହ୍ନ ୫ଟାରେ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story