Advertisment

କେନ୍ଦ୍ରୀୟ ଯୋଜନା ହଡ଼ପ ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଏହାର ପ୍ରତିବାଦରେ ରାଜ୍ୟ ବିଜେପି ପକ୍ଷରୁ ଆଜି ରାଜ୍ୟବ୍ୟାପୀ ସମସ୍ତ ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟର ବିଜେଡି ସରକାର କ୍ରମାଗତ କିଛିବର୍ଷ ହେବ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କଠୁ ବାହାବା ନେବାକୁ ପ୍ରୟାସ କରୁଛି। […]

କେନ୍ଦ୍ରୀୟ ଯୋଜନା ହଡ଼ପ ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ କଲା ବିଜେପି

PMAYvsMoGhara-Battle-Continues-In-#Odisha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଏହାର ପ୍ରତିବାଦରେ ରାଜ୍ୟ ବିଜେପି ପକ୍ଷରୁ ଆଜି ରାଜ୍ୟବ୍ୟାପୀ ସମସ୍ତ ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

Advertisment

ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟର ବିଜେଡି ସରକାର କ୍ରମାଗତ କିଛିବର୍ଷ ହେବ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କଠୁ ବାହାବା ନେବାକୁ ପ୍ରୟାସ କରୁଛି। କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାରଙ୍କ ସିଂହଭାଗ ଅଂଶଦାନ ଥିଲେ ମଧ୍ୟ ସେ ସମ୍ପର୍କରେ ରାଜ୍ୟବାସୀଙ୍କ ମଧ୍ୟରେ ବିଭ୍ରାନ୍ତ କରିବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ସମସ୍ତଙ୍କୁ ପକ୍କାଘର’କୁ ଚଞ୍ଚକତା କରି କୌଣସି ରାଜ୍ୟର ସରକାର ଏହାକୁ ନିଜସ୍ୱ ଯୋଜନା ଭାବେ ଘୋଷଣା କରିବା ନିଶ୍ଚିନ୍ତ ଭାବେ ଅଗଣତାନ୍ତ୍ରିକ, ଆଦର୍ଶ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ଓ ଗ୍ରହଣଯୋଗ୍ୟ ନୁହେଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଚଂଳରେ ଏବେ ୪ ଲକ୍ଷ ପକ୍କାଘର ନିର୍ମାଣର ଶୁଭ ଦେବେ ବୋଲି ବିଭିନ୍ନ ଗଣମାଧ୍ୟରେ ପ୍ରକାଶ ପାଇଛି। ସଂଘୀୟ ବ୍ୟବସ୍ଥାକୁ ଭୃକ୍ଷେପ ନକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର କହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ଏହି ସମସ୍ତ ପକ୍କା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ। ଚଳିତ ବଜେଟରେ ବିଜୁ ପକ୍କାଘର ଯୋଜନାରେ ଟଙ୍କାଟିଏ ଅର୍ଥ ବରାଦ ନାହିଁ । ତେଣୁ ରାଜ୍ୟ ସରକାର ହୀନ ରାଜନୀତିରୁ ନିବୃତ୍ତ ରହି କେନ୍ଦ୍ର ସରକାରଙ୍କ ଅନୁଦାନକୁ ସ୍ୱୀକାର କରିବା ସହ ସମସ୍ତ ବିଜ୍ଞପ୍ତି ଓ ବିଜ୍ଞାପନରେ ସ୍ପଷ୍ଟ ଭାବରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖିବା ସହ ନିର୍ମାଣ ହେଉଥିବା ପକ୍କାଘରରେ ବି ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ବୋଲି ଲେଖିବା ପାଇଁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି ଦାବି ଜଣାଇଛି।

Advertisment

ଏହି ଘେରାଉ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଗୋଲକ ମହାପାତ୍ର, କଟକରେ ସମୀର ଦେ,ନୟନ ମହାନ୍ତି, ଦିଲ୍ଲୀପ ମଲ୍ଲିକ ଓ ବ୍ରହ୍ମପୁର ମହାନଗରରେ ଭୃଗୁ ବକ୍ସିପାତ୍ର ,ପୁରୀରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଅନୁଗୁଳରେ କାଳନ୍ଦୀ ସାମଲ ଓ ରୁଦ୍ର ପାଣି, ଝାରସୁଗୁଡ଼ାରେ ଟଙ୍କଧର ତ୍ରିପାଠୀ, ବୀରମିତ୍ରପୁରରେ ବିଧାୟକ ଶଙ୍କର ଓରାମ, ଲାଠିକଟାରେ ସୁକେଶୀ ଓରାମଙ୍କ ନେତୃତ୍ୱରେ ହୋଇଥିଲା। ସେହିପରି ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ସୁନ୍ଦରଗଡ, ନୂଆପଡା, କୋରାପୁଟ, ଗଂଜାମ, ବୌଦ୍ଧ, ସୋନପୁର ପୌର କାର୍ଯ୍ୟାଳୟ, ଛତ୍ରପୁର, ଆଠଗଡ, ବାଙ୍କୀ, ଦିଗପହଣ୍ଡି, କବିସୂର୍ଯ୍ୟନଗର, ନୀଳଗିରି ଏନଏସି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe