Advertisment

ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା !

କଟକ (ଓଡ଼ିଶା ରିପୋର୍ଟର): କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ତାଙ୍କ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଅପରାହ୍ଣ ପ୍ରାୟ ୨ଟା ବେଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବିଚାରପତି ସୁବାସ କୁମାର ବିହାରୀ କାହିଁକି ଆତ୍ମହତ୍ୟା କଲେ, ତା’ର କାରଣ ସ୍ପଷ୍ଟ ହୋଇପାରିନି। ତେବେ ଗତ ଦୁଇ ଦିନ ସେ ଛୁଟିରେ ଥିଲେ। […]

author-image
Jitendra Garnayak
ଅଦ୍ୟତନ ହୋଇଛି
ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା !

Subash Kumar Bihari

କଟକ (ଓଡ଼ିଶା ରିପୋର୍ଟର): କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ତାଙ୍କ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଅପରାହ୍ଣ ପ୍ରାୟ ୨ଟା ବେଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Advertisment

ବିଚାରପତି ସୁବାସ କୁମାର ବିହାରୀ କାହିଁକି ଆତ୍ମହତ୍ୟା କଲେ, ତା’ର କାରଣ ସ୍ପଷ୍ଟ ହୋଇପାରିନି। ତେବେ ଗତ ଦୁଇ ଦିନ ସେ ଛୁଟିରେ ଥିଲେ। ଆଜି ସେ କାର୍ଯ୍ୟରେ ଯୋଗ ଦେବାର ଥିଲା। ତେବେ ଆଜି ସେ ପୁଣି ଛୁଟି ନେଇଥିଲେ।

ବିଚାରପତି ସୁବାସ କୁମାର ବିହାରୀଙ୍କ ଷ୍ଟେନୋ କହିଛନ୍ତି ଯେ ସେ ଆଜି କୋର୍ଟ ଆସିବାର ଥିଲା। କିନ୍ତୁ ସକାଳ ପ୍ରାୟ ୧୦ଟା ବେଳେ ଫୋନ୍ କରି ଛୁଟିରେ ରହିବେ ବୋଲି କହିଥିଲେ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବିଚାରପତି ସୁବାସ କୁମାର ବିହାରୀ ଫ୍ୟାନ୍‌ରେ ରଶି ଲଗାଇ ଝୁଲିପଡ଼ିଥିଲେ। ସେତେବେଳେ ଘରେ କେହି ନଥିଲେ। ତାଙ୍କ ପତ୍ନୀ ଓ ଦୁଇ ଝିଅ ବଜାର ଯାଇଥିଲେ। ସେହିପରି ତାଙ୍କ ଅଡର୍ଲି ୧୨ଟା ବେଳେ କାମ ଶେଷ କରି ଚାଲି ଯାଇଥିଲେ। ଅଡର୍ଲି ଚାଲିଯିବା ପରେ ବିଚାରପତି ସୁବାସ କୁମାର ବିହାରୀ ଏଭଳି ପଦକ୍ଷେପ ନେଇଥିଲେ। ତାଙ୍କ ପତ୍ନୀ ଓ ଝିଅମାନେ ବଜାରରୁ ଫେରିବା ପରେ କବାଟ ବାଡ଼େଇ ଦେଇଥିଲେ। ଭିତର ପଟରୁ କୌଣସି ଉତ୍ତର ନଆସିବାରୁ ସେମାନେ ଅଡର୍ଲିଙ୍କୁ ଡକାଇଥିଲେ। ଏହା ପରେ କବାଟ ଭଙ୍ଗା ଯାଇଥିଲା। କବାଟ ଭାଙ୍ଗି ଭିତରେ ପଶିବା ପରେ ସେମାନେ ବିଚାରପତିଙ୍କୁ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ତାଙ୍କୁ ତଳକୁ ଓହ୍ଲାଇ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏସିପି ତାପସ ପ୍ରଧାନ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଲାଗୁଛି। ତାଙ୍କ ବେକରେ ଦାଗ ଓ ଆଞ୍ଚୁଡ଼ା ଚିହ୍ନ ରହିଛି। ସାଧାରଣତଃ ଝୁଲିପଡ଼ି ଆତ୍ମହତ୍ୟା କଲେ ଏଭଳି ଦାଗ ସୃଷ୍ଟି ହୋଇଥାଏ। ତେବେ ଘଟଣାର ଅଧିକ ତଦନ୍ତ ଚାଲିଛି।

ସେ କହିଛନ୍ତି, ଘଟଣାସ୍ଥଳରୁ ଏକ ରଶି ମିଳିଛି। ତାକୁ ଜବତ କରାଯାଇଛି ଓ ପରୀକ୍ଷା ପାଇଁ ପଠାଯିବ। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଛି। ତାଙ୍କ ମୃତଦେହକୁ ଯାଞ୍ଚ କରାଯାଇଛି। ଏବେ ତାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କଲା ଭଳି ସ୍ଥିତି ନାହିଁ। ତେଣୁ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ତଦନ୍ତ କରାଯାଉଛି।

ଏସିପିଙ୍କ ସୂଚନା ଅନୁଯାୟୀ, ଘରେ କେହି ନଥିବା ବେଳେ ଏହି ଘଟଣା ଘଟିଛି। ତାଙ୍କ ପତ୍ନୀ ବାହାରକୁ ଯାଇଥିଲେ। ଅଡର୍ଲି ୧୨ଟାରେ ପଳାଇଥିଲେ। ଆଉ କିଛି କାମ ନାହିଁ କହି ଅଡର୍ଲିଙ୍କୁ ୧୨ଟା ବେଳେ ପଠାଇ ଦେଇଥିଲେ ବିଚାରପତି।

ବିଚାରପତି ସୁବାସ କୁମାର ବିହାରୀଙ୍କ ଘର ଯାଜପୁର ଜିଲ୍ଲାର ଭୁବନେଶ୍ୱପୁରରେ। ସେ କେବଳ ଜଣେ ଭଲ ବିଚାରପତି ନଥିଲେ, ଜଣେ ଭଲ ମଣିଷ ଥିଲେ।