/odisha-reporter/media/post_attachments/uploads/2022/06/jaaly-fish.jpg)
jaaly-fish
ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ସମୁଦ୍ରରେ ସ୍ନାନର ମଜା ଉଠାଉଥିବା ୫ ପର୍ଯ୍ୟଟକ ଜେଲି ଫିସ୍ ଦଂଶନରେ ଆହତ ହୋଇଛନ୍ତି। ଆଜି ଏହି ଘଟଣା ଘଟିଛି। ସମସ୍ତେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Advertisment
ସୂଚନା ମୁତାବକ, ଆଜି ମଧ୍ୟାହ୍ନ ସମୟରେ ଚୈତନ ଛକ ସମ୍ମୁଖ ସମୁଦ୍ରରେ ଏହି ପର୍ଯ୍ୟଟକମାନେ ସ୍ନାନ କରୁଥିବା ବେଳେ ସେମାନଙ୍କ ଦେହରେ ବିଷାକ୍ତ ଜେଲି ଫିସ୍ ଲାଗି ଯାଇଥିଲା। ଯାହା ପରେ ଜେଲିଫିସ୍ ଲାଗିଥିବା ସ୍ଥାନଟି ଅସହ୍ୟ ପୋଡ଼ାଜଳା ହେବା ଆରମ୍ଭ କରିଥିଲା। ସେମାନଙ୍କ ସହ ସମୁଦ୍ର ସ୍ନାନ କରୁଥିବା ସମ୍ପର୍କିୟମାନେ ତୁରନ୍ତ ଆହତମାନଙ୍କ ଧରି ଡାକ୍ତରଖାନାରେ ପହଞ୍ଚି ଥିଲେ। ସେଠାରେ ଡାକ୍ତର ଆହତମାନଙ୍କ ଚିକିତ୍ସା କରିଥିଲେ।
ଆହତ ଯାତ୍ରୀମାନେ ପଶ୍ଚିମବଙ୍ଗର। ସେମାନେ ହେଲେ ବିଶାଖା ଚକ୍ରବର୍ତ୍ତୀ, ବାଦଲ କିଶାନ, କସ୍ତୁରୀ ହେମ୍ରମ୍ବ, ଅଭିଶେକ ବାନାର୍ଜୀ, ସୋମାଲି ଗାଙ୍ଗୁଲି, କିଶାନ ସାହୁ, ମୃଣମୟ ସାହୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
