ପ୍ରେମିକକୁ ଖୋଜିବାକୁ ଭୁବନେଶ୍ୱର ଆସିବେ ପୋଲାଣ୍ଡ ତରୁଣୀ, ଛାଡ଼ିଲେ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁଁ ଥୁମକୁ ବଲପାଏ… ଆଇ ଲଭ୍ ୟୁ। ମୁଁ ତୁମ ପାଖକୁ ଆସୁଛି। ଆଇ ଆମ୍ କମିଂ ଟୁ ଭୁବନେଶ୍ୱର…’ ଏମିତି କେତେପଦ କଥା କହୁଥିବା ଜଣେ ସୁନ୍ଦରୀ ତରୁଣୀଙ୍କ ଭିଡିଓ ଏବେ ଓଡ଼ିଶାରେ ଖୁବ୍ ଚର୍ଚ୍ଚା ସୃଷ୍ଟି କରିଛି। ଭିଡିଓଟି ବୁଲୁଛି ସୋଶାଲ୍ ମିଡିଆରେ ମୋବାଇଲ୍‌ରୁ ମୋବାଇଲ୍‌କୁ। ତରୁଣୀଙ୍କ ପୂରା ଅଡିଓ ଶୁଣିଲେ, ଏହା ଏକ ଚମତ୍କାର ପ୍ରେମକାହାଣୀ ବୋଲି ବୁଝାପଡୁଛି। ଭିଡିଓ ଛାଡ଼ିଥିବା ଏହି ତରୁଣୀଙ୍କ ଘର ପୋଲାଣ୍ଡରେ। ତାଙ୍କ […]

4

4

Jagamohan Maharana
  • Published: Saturday, 29 December 2018
  • Updated: 29 December 2018, 08:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁଁ ଥୁମକୁ ବଲପାଏ... ଆଇ ଲଭ୍ ୟୁ। ମୁଁ ତୁମ ପାଖକୁ ଆସୁଛି। ଆଇ ଆମ୍ କମିଂ ଟୁ ଭୁବନେଶ୍ୱର...’
ଏମିତି କେତେପଦ କଥା କହୁଥିବା ଜଣେ ସୁନ୍ଦରୀ ତରୁଣୀଙ୍କ ଭିଡିଓ ଏବେ ଓଡ଼ିଶାରେ ଖୁବ୍ ଚର୍ଚ୍ଚା ସୃଷ୍ଟି କରିଛି। ଭିଡିଓଟି ବୁଲୁଛି ସୋଶାଲ୍ ମିଡିଆରେ ମୋବାଇଲ୍‌ରୁ ମୋବାଇଲ୍‌କୁ। ତରୁଣୀଙ୍କ ପୂରା ଅଡିଓ ଶୁଣିଲେ, ଏହା ଏକ ଚମତ୍କାର ପ୍ରେମକାହାଣୀ ବୋଲି ବୁଝାପଡୁଛି।

ଭିଡିଓ ଛାଡ଼ିଥିବା ଏହି ତରୁଣୀଙ୍କ ଘର ପୋଲାଣ୍ଡରେ। ତାଙ୍କ କହିବା ଅନୁଯାୟୀ, ସେ ଭଲ ପାଇ ବସିଛନ୍ତି ଭୁବନେଶ୍ୱରର ଜଣେ ପୁଅକୁ। ଦେଖା ସାକ୍ଷାତ ହୋଇନି। ଖାଲି ଯାହା ଫେସ୍‌ବୁକ୍‌ରେ କଥାବାର୍ତ୍ତା ଓ ପରିଚୟ। ତା ପରେ ହ୍ୱାଟ୍‌ସଆପ୍‌ରେ ଚ୍ୟାଟିଂ।

ଝିଅ ଜଣକ କହିଛନ୍ତି, ତାଙ୍କୁ ପୁଅଟିର କଥାବାର୍ତ୍ତା ଓ ବ୍ୟବହାର ଭଲ ଲାଗୁଥିଲା। ବନ୍ଧୁତାରୁ ପ୍ରେମ ହୋଇଥିଲା। ଶେଷରେ ଯେତେବେଲେ ଭୁବନେଶ୍ୱରର ତାଙ୍କ ପ୍ରେମିକ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଲେ, ସେ ନିଜେ ବାକ୍‌ଶୂନ୍ୟ ହୋଇଯାଇଥିଲେ। କିନ୍ତୁ ମାତ୍ର କିଛିଦିନର କଥାବାର୍ତ୍ତା ପରେ, ହଠାତ୍ ପ୍ରେମିକ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟ ବନ୍ଦ କରିଦେଇଛନ୍ତି ଓ ହ୍ୱାଟ୍ସଆପ୍ ନମ୍ବର ମଧ୍ୟ ଲାଗୁନି। ସେଥିରେ ଥିବା ପ୍ରୋଫାଇଲ୍ ଫଟୋ ମଧ୍ୟ ଆଉ ନାହିଁ।

ଛାଡ଼ିଥିବା ଭିଡିଓଟିରେ ଝିଅ ଜଣକ ମଝିରେ ମଝିରେ ଖଣ୍ଡି ଖଣ୍ଡି ଓଡ଼ିଆ କହୁଛନ୍ତି। ଏହା ତାଙ୍କ ପ୍ରେମିକ ତାଙ୍କୁ ଶିଖାଇଛନ୍ତି ବୋଲି ସେ କହିଛନ୍ତି। ଏ କଥାବି କହିଛନ୍ତି, ପ୍ରେମିକଙ୍କ ଓଡ଼ିଆ ତାଙ୍କୁ ବହୁତ ଭଲ ଲାଗୁଥିଲା। ଝିଅ ଜଣକ କହୁଥିଲେ କିଛି ଓଡ଼ିଆ ଧାଡ଼ି ଏହିପରି- ମୁ ଥୁମକୁ ବଲପାଏ... ଥମେ ଯଦି ମଥେ ଦେଖୁଛ.... ମୁ ଭୁବନେଶ୍ୱର ଆସୁଛି...।

ଭିଡିଓଟିକୁ ଶେୟାର କରିବାକୁ ସେ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ତେବେ ପୂରା ଭିଡିଓରେ ତରୁଣୀ ଜଣକ ତାଙ୍କ ପ୍ରେମିକ ବା ବନ୍ଧୁଙ୍କ ନାଁ କହିନାହାନ୍ତି। ସେ କେବଳ ଭୁବନେଶ୍ୱର ଆସୁଥିବା କଥା କହିଛନ୍ତି। ତରୁଣୀଙ୍କ ସଂପୂର୍ଣ୍ଣ ପ୍ରେମ କାହାଣୀ ଫେସ୍‌ବୁକ୍‌ରେ ଆରମ୍ଭ ହୋଇ ସେଇ ଫେସ୍‌ବୁକ୍‌ରେ ହିଁ ଶେଷ ହୋଇଛି। ଏବେ ଯଦିବି ସେ ଭୁବନେଶ୍ୱର ଆସି ପୁଲିସ୍ ପାଖରେ ଅଭିଯୋଗ କରନ୍ତି, ତେବେ ସେହି ନିର୍ଦ୍ଦିଷ୍ଟ ଫେସ୍‌ବୁକ୍ ବ୍ୟବହାରକାରୀଙ୍କୁ ଖୋଜି ବାହାର କରିବା ପୁଲିସ୍ ପାଇଁ କାଠିକର ପାଠ ହୋଇପାରେ। ତେବେ ଯୁବକ ବ୍ୟବହାର କରୁଥିବା ହ୍ୱାଟସଆପ୍ ନମ୍ବର ତରୁଣୀଙ୍କ ପାଖରେ ଅଛି, ଯାହା ବନ୍ଦ ଅଛି ବୋଲି ସେ କହିଛନ୍ତି। ସେହି ଫୋନ୍‌ ନମ୍ବରକୁ ଆଧାର କରି ଯୁବକଙ୍କ ପାଖରେ ପୁଲିସ୍ ପହଞ୍ଚିବାରେ ହୁଏତ ସଫଳ ହୋଇପାରେ।

https://youtu.be/vbHWb2QNwtY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story