Advertisment

ଚେଙ୍ଗ ପରେ ସଞ୍ଜୟ ଘରକୁ ଟାର୍ଗେଟ କଲା ପୁଲିସ୍‌, ଖୋଳତାଡ଼ ପରେ ମାରଣାସ୍ତ୍ର ପାଇଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭି ନହିଁ (କେବିଏନ୍‌) ଗ୍ରୁପ୍‌ର ସଦସ୍ୟଙ୍କୁ ଖୋଜି ବୁଲୁଛି ପୁଲିସ୍‌। ମାରଣାସ୍ତ୍ର ସହ ନିଜ ଭିଡିଓ ଭାଇରାଲ କରି ରାଜଧାନୀରେ କୋକୁଆ ଭୟ ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଥିବା ଏହି ଗ୍ରୁପ୍‌ର ସମୁଦାୟ ୨୯ ସଦସ୍ୟଙ୍କ ମଧ୍ୟରୁ ଏ ଯାଏ ପୁଲିସ୍‌ ୭ ଜଣଙ୍କୁ ବାନ୍ଧି ସାରିଥିବା ବେଳେ ୨୨ ଜଣଙ୍କୁ ଦିନରାତି ଖୋଜୁଛି। ଗତକାଲି କେବିଏନ୍ ଗ୍ରୁପ ସଦସ୍ୟ ଚେଙ୍ଗକୁ ନ ପାଇ ତା’ ଘରକୁ […]

author-image
Niharika Rout
ଅଦ୍ୟତନ ହୋଇଛି
ଚେଙ୍ଗ ପରେ ସଞ୍ଜୟ ଘରକୁ ଟାର୍ଗେଟ କଲା ପୁଲିସ୍‌, ଖୋଳତାଡ଼ ପରେ ମାରଣାସ୍ତ୍ର ପାଇଲା

raid

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭି ନହିଁ (କେବିଏନ୍‌) ଗ୍ରୁପ୍‌ର ସଦସ୍ୟଙ୍କୁ ଖୋଜି ବୁଲୁଛି ପୁଲିସ୍‌। ମାରଣାସ୍ତ୍ର ସହ ନିଜ ଭିଡିଓ ଭାଇରାଲ କରି ରାଜଧାନୀରେ କୋକୁଆ ଭୟ ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଥିବା ଏହି ଗ୍ରୁପ୍‌ର ସମୁଦାୟ ୨୯ ସଦସ୍ୟଙ୍କ ମଧ୍ୟରୁ ଏ ଯାଏ ପୁଲିସ୍‌ ୭ ଜଣଙ୍କୁ ବାନ୍ଧି ସାରିଥିବା ବେଳେ ୨୨ ଜଣଙ୍କୁ ଦିନରାତି ଖୋଜୁଛି।

Advertisment

ଗତକାଲି କେବିଏନ୍ ଗ୍ରୁପ ସଦସ୍ୟ ଚେଙ୍ଗକୁ ନ ପାଇ ତା’ ଘରକୁ ପୁଲିସ୍‌ ଖୋଳି ତାଡ଼ି ଭାଙ୍ଗି ଦେଇଥିବା ବେଳେ ଆଜି ସଂଜୟ ନାମକ ଅନ୍ୟ ଜଣେ ସଦସ୍ୟର ଘରକୁ ଟାର୍ଗେଟ କରିଛି ପୁଲିସ୍‌। ସଞ୍ଜୟର ନୟାପଲ୍ଲୀ ବୃତ କଲୋନିସ୍ଥିତ ସରକାରୀ ଜାଗାରେ ଥିବା ଘରେ ପୁଲିସ୍‌ ଆଜି ରେଡ କରିଥିଲା।  ସଞ୍ଜୟ ଘରେ ନ ଥିବା ବେଳେ ପୁଲିସ୍‌ ତା’ ଘରକୁ ବି ଭାଙ୍ଗିରୁଜି ଦେଇଛି। ଏପରିକି ଘରର ଚଟାଣ, ଝରକାକୁ ତାଡ଼ି ଦେଇଥିବା ବେଳେ ଆଜବେଷ୍ଟସକୁ ଚୁନା କରି ଦେଇଛି।  ଚଢ଼ାଉ ବେଳେ ପୁଲିସ୍‌ ଏକ ମାରଣାସ୍ତ୍ର ଜବତ କରିଥିବା ଜଣାଯାଇଛି।

କହିଛନ୍ତି, ପୁଅର କାମ ବିଷୟରେ କିଛି ଜାଣିନି। କାହିଁକି ଏପରି କାମ କରୁଥିଲା କିଛି ଜାଣି ନ ଥିବା ସଞ୍ଜୟର ମା’ କହିଛନ୍ତି। ଅପରପକ୍ଷେ, ତା’ ବାପା କହିଛନ୍ତି, ପୁଅ ମୋର କିଛି ଭୁଲ କରିନି। ମାରଣାସ୍ତ୍ର ଘରେ ନିଜ ସୁରକ୍ଷା ପାଇଁ ରଖିଛୁ। କେବେ କାହାକୁ ଆକ୍ରମଣ କରିବାରେ ତାହାକୁ ବ୍ୟବହାର କରିନୁ।

Advertisment

[caption id="attachment_690340" align="aligncenter" width="650"]raid ନୟାପଲ୍ଲୀ ବୃତ କଲୋନିରେ ଥଇବା ସଞ୍ଜୟର ଘର।[/caption]

ଏନେଇ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ୍‌ ଅଧିକାରୀ କହିଛନ୍ତି, ଯେଉଁମାନେ ଆଇନକୁ ସମ୍ମାନ ଦେଉ ନାହାନ୍ତି, ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରି କାର୍ଯ୍ୟକଳାପକୁ ସଭ୍ୟ ସମାଜରେ କିଛି ସ୍ଥାନ ଦିଆଯିବନି। କେବିଏନ୍ ଗ୍ରୁପ ସଦସ୍ୟ ଭୁବନେଶ୍ୱରରେ ଡନ୍‌ ହେବାକୁ ଆଶା ରଖିଛନ୍ତି। ଲୋକେ ଡରିବେ। କହିବା ଆଗରୁ ଦାଦାବଟି ଦେଇଦେବେ ବୋଲି ମନେ ମନେ ଭାବି ଏପରି କାର୍ଯ୍ୟକଳାପର ଭିଡିଓ ଭାଇରାଲ କରୁଥିଲେ। ଆଇନ୍‌କୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଥିଲେ।  ହେଲେ ସମାଜରେ ସେମାନଙ୍କ କାର୍ଯ୍ୟକଳାପ ଗ୍ରହଣୀୟ ନୁହେଁ। କମିଶନରେଟ ପୁଲିସ୍‌ ସେମାନଙ୍କ  ଗତିବିଧିକୁ ଆଦୌ ବରଦାସ୍ତ କରିବନି।  ଏଯାଏ ୭ ଜଣ ଗିରଫ ହୋଇ ସାରିଥିବା ବେଳେ ଡିସିପିଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଟିମ୍‌ ଏହି ଘଟଣାର ଅନ୍ୟମାନଙ୍କୁ ଖୋଜାଖୋଜି ଜାରି ରଖିଛି।

ସୂଚନାଯୋଗ୍ୟ,  ଗତକାଲି ଗ୍ରୁପ୍‌ର ଅନ୍ୟତମ ସଦସ୍ୟ ଚେଙ୍ଗ ଓରଫ ରାଜେଶ ବେହେରାକୁ ଖୋଜିବାକୁ ଯାଇ ତା’ର ପୋଖରୀପୁଟ ସ୍ଥିତ ଘରକୁ ଭାଙ୍ଗି ଦେଇଥିଲା ପୁଲିସ।ପୁଲିସ ତା’ ଘରେ ପଶି ଚଟାଣକୁ ଖୋଳି ପକାଇବା ସହିତ ଛାତରେ ପଡ଼ିଥିବା ଆଜବେଷ୍ଟସ୍‌କୁ ଭାଙ୍ଗି ଦେଇଥିଲା।

ସୂଚନାରୁ ପ୍ରକାଶ କିଛିଦିନ ତଳେ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଯେଉଁ ଭିଡିଓରେ ଦେଖିବାକୁ ମିଳିଥିଲା, କିଛି ଯୁବକ ହାତରେ ବନ୍ଧୁକ ଓ ଖଣ୍ଡା ଧରି ରାଜଧାନୀ ଭୁବନେଶ୍ୱରରେ ଉତ୍ପାତ କରୁଛନ୍ତି। ଧମକ ଚମକ ଦେଉଛନ୍ତି। ସେହି ଭିଡିଓ ଭାଇରାଲ୍‌ ହେବା ପରେ ରାଜଧାନୀରେ ଭୟର ବାତାବରଣ ଖେଳି ଯାଇଥିଲା। ଆଉ ପୁଲିସ ନିଷ୍କ୍ରିୟାତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ କମିଶନରେଟ୍‌ ପୁଲିସ ତତ୍ପର ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ କରିଛି।