Advertisment

ମାସ୍କ ପିନ୍ଧି ନଥିବାରୁ ଜୋରିମାନା, ମାଡ଼ ଓ ହତ୍ୟା ଉଦ୍ୟମ ଦଫା; ଫାଣ୍ଡି ଭିଡିଓ ଭାଇରାଲ୍‌‌

ବାସୁଦେବପୁର (ବାସୁଦେବ ଦାସ): ମାସ୍କ ପିନ୍ଧି ନଥିବାରୁ ଜଣେ ଯୁବକଙ୍କୁ ପୁଲିସ ମାତ୍ରଧିକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ହତ୍ୟା ଉଦ୍ୟମ ଦଫା ଲଗାଇ ଗିରଫ କରିଛି। ଏପରି ଏକ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ପୁଲିସର ମାଡ଼ମରା ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଅନ୍ୟପକ୍ଷରେ ଭିଡିଓରେ ପୁଲିସ ଠିକ୍‌ ଭାବେ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଛି। ଗତ ଶନିବାର ଆରଡ଼ି ଫାଣ୍ଡି ଅନ୍ତର୍ଗତ ବେତାଳିଗାଁର ଶୁଭରଞ୍ଜନ ମେକାପ ମନ୍ଦିର ଯାଉଥିଲେ। […]

ଅଦ୍ୟତନ ହୋଇଛି
ମାସ୍କ ପିନ୍ଧି ନଥିବାରୁ ଜୋରିମାନା, ମାଡ଼ ଓ ହତ୍ୟା ଉଦ୍ୟମ ଦଫା; ଫାଣ୍ଡି ଭିଡିଓ ଭାଇରାଲ୍‌‌

bhadrak

Advertisment

ବାସୁଦେବପୁର (ବାସୁଦେବ ଦାସ): ମାସ୍କ ପିନ୍ଧି ନଥିବାରୁ ଜଣେ ଯୁବକଙ୍କୁ ପୁଲିସ ମାତ୍ରଧିକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ହତ୍ୟା ଉଦ୍ୟମ ଦଫା ଲଗାଇ ଗିରଫ କରିଛି। ଏପରି ଏକ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ପୁଲିସର ମାଡ଼ମରା ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଅନ୍ୟପକ୍ଷରେ ଭିଡିଓରେ ପୁଲିସ ଠିକ୍‌ ଭାବେ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଛି।

Advertisment

ଗତ ଶନିବାର ଆରଡ଼ି ଫାଣ୍ଡି ଅନ୍ତର୍ଗତ ବେତାଳିଗାଁର ଶୁଭରଞ୍ଜନ ମେକାପ ମନ୍ଦିର ଯାଉଥିଲେ। ମାତ୍ର ସେ ମାସ୍କ ପିନ୍ଧି ନଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ପୁଲିସ ତାଙ୍କୁ ଅଟକାଇ ଫାଇନ୍‌ କରିଥିଲେ। ମାତ୍ର ସେ ଫାଇନ୍‌ ଦେଇ ନଥିବା ପୁଲିସ ଅଭିଯୋଗ କରିଛି। ଏହାକୁ ନେଇ ଶୁଭରଞ୍ଜନ ଓ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ଏହାରି ଭିତରେ ସେ ମୋବାଇଲ ବାହାର କରିବାରୁ ହଠାତ ୫ରୁ ୬ ଜଣ ପୁଲିସ କର୍ମଚାରୀ ତାଙ୍କ ଉପରେ ଆତର୍କିତ ଆକ୍ରମଣ କରିଥିଲେ। ଏପରିକି ମୋବାଇଲ୍ ଛଡ଼ାଇବା ନେଇ ତଳେ ପକାଇ ମାଡ ମାରିଥିବା ଅଭିଯୋଗ ହୋଇଛି।

ଖାଲି ସେତିକି ନୁହେଁ, ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇ ପୁଲିସ ତାଙ୍କୁ ଗିରଫ କରିଛି। ତେବେ ବଡ଼ କଥା ହେଲା, ଭିଡିଓରେ ଥିବା ପୁଲିସ କର୍ମଚାରୀମାନେ ନାକ ଓ ପାଟି ତଳକୁ ମାସ୍କ ଖସାଇ ପିନ୍ଧିଥିବା ବେଳେ ଆଉ ଜଣେ କେବଳ ଗାମୁଛା ଓ ଗଞ୍ଜି ପିନ୍ଧି ଆକ୍ରମଣ କରିଥିଲେ।

Advertisment

ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ କହିଛନ୍ତି- “ସମ୍ପୃକ୍ତ ବ୍ୟକ୍ତି ମାସ୍କ ଓ ହେଲ୍‌ମେଟ୍‌ ପିନ୍ଧି ନଥିଲେ। ଫାଇନ୍‌ କଲା ବେଳେ ସେ ରସିଦ୍‌ ବହି ଚିରି ଦେବାକୁ ଉଦ୍ୟମ କରିଥିଲା। ଟେକା ପଥର ମାଡ଼ କଲା। ଯାହାଫଳରେ ଆମ କର୍ମଚାରୀମାନେ ଆହତ ହୋଇଛନ୍ତି। ସେଥିପାଇଁ ତାଙ୍କୁ ଗିରଫ କରିବା ପାଇଁ ବାଧ୍ୟ ହେଲୁ।”

ସୂଚନାଯୋଗ୍ୟ, ମହାମାରୀ କରୋନାର ଉପର ମୁହାଁକୁ ଦେଖି ପୁଲିସ ମାସ୍କ ଚେକିଂ କଡ଼ାକଡ଼ି କରୁଛି।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe