Advertisment

ଝାଡ଼ଖଣ୍ଡରୁ ଆସିଥିଲା ବର; ହେଇପାରିଲାନି ବାହାଘର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପତ୍ରାପାଲିରେ ଏକ ବାଲ୍ୟ ବିବାହକୁ ଚାଇଲଡ୍‌ ଲାଇନ୍ ଏବଂ ପୁଲିସ୍‌ ପହଞ୍ଚି  ବନ୍ଦ କରିଛନ୍ତି। ଏଥିସହ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ଆଜି ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର ସୁଦାମ ମହାତୋଙ୍କ  ବାହାଘର ପତ୍ରାପାଲିରେ ହୋଇଥାଆନ୍ତା। ତେଣୁ ସୁଦାମ ବର ଯାତ୍ରୀ ଧରି ଗାଁରେ ପହଞ୍ଚି ଯାଇଥିଲେ।। ଏଥିସହ ବିବାହର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଥିଲା। ହେଲେ ସୁଦାମ ବିବାହ କରୁଥିବା ଝିଅର ବୟସ ୧୬ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଝାଡ଼ଖଣ୍ଡରୁ ଆସିଥିଲା ବର; ହେଇପାରିଲାନି ବାହାଘର

rkl

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପତ୍ରାପାଲିରେ ଏକ ବାଲ୍ୟ ବିବାହକୁ ଚାଇଲଡ୍‌ ଲାଇନ୍ ଏବଂ ପୁଲିସ୍‌ ପହଞ୍ଚି  ବନ୍ଦ କରିଛନ୍ତି। ଏଥିସହ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି।

Advertisment

ସୂଚନା ଅନୁସାରେ, ଆଜି ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର ସୁଦାମ ମହାତୋଙ୍କ  ବାହାଘର ପତ୍ରାପାଲିରେ ହୋଇଥାଆନ୍ତା। ତେଣୁ ସୁଦାମ ବର ଯାତ୍ରୀ ଧରି ଗାଁରେ ପହଞ୍ଚି ଯାଇଥିଲେ।। ଏଥିସହ ବିବାହର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଥିଲା। ହେଲେ ସୁଦାମ ବିବାହ କରୁଥିବା ଝିଅର ବୟସ ୧୬ ବର୍ଷ ହୋଇଥିବା ନେଇ ଚାଇଡ୍‌ ଲାଇନ୍‌ ଖବର ପାଇଥିଲା। ଏହାପରେ ଚାଇଡ୍‌ ଲାଇନର କର୍ମକର୍ତ୍ତା ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଝିଅର ବୟସ ଯାଞ୍ଚ ପରେ ବିବାହ ବେଆଇନ ଦର୍ଶାଇ ବନ୍ଦ କରିଥିଲେ। ଏହାସହ ଚାଇଲଡ୍‌ ଲାଇନ ଅଧିକାରୀ  ନାବାଳିକା ଏବଂ ତାଙ୍କ ପରିବାରକୁ କାଉନସେଲିଂ କରୁଛନ୍ତି।