Advertisment

କୋଟିଆରେ ଫ୍ଲାଗ୍‌ମାର୍ଚ୍ଚ କରୁଛି ଓଡ଼ିଶା ପୁଲିସ୍‌

କୋରାପୁଟ (ସୂର୍ଯ୍ୟ ପଣ୍ଡା): ଓଡ଼ିଶାର କୋଟିଆରେ ପୁଲିସ୍‌ର ଫ୍ଲାଗ୍‌ ମାର୍ଚ୍ଚ। କୋଟିଆବାସୀଙ୍କ ମନୋବଳ ସୁଦୃଢ଼ କରିବା ପାଇଁ ଓ ଆନ୍ଧ୍ରପ୍ରଦେଶର ଅବାଧ ପ୍ରବେଶ ଉପରେ ରୋକ୍‌ ଲଗାଇବାକୁ ଓଡ଼ିଶା ପୁଲିସ୍‌ ପକ୍ଷରୁ ଏପରି ପନ୍ଥା ଆପଣାଯାଇଛି। ଏଥିସହ ସମ୍ବେଦନଶୀଳ ବୁଥ୍‌ ଉପରେ ପୁଲିସ୍‌ କଡା ନଜର ରହିଛି। କୋଟିଆ ପଞ୍ଚାୟତରେ ରହିଛି ୧୩ ୱାର୍ଡ। ଏଠାରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ସର୍ବଦଳୀୟ ପ୍ରାର୍ଥୀ(ତିନି ଦଳର ପ୍ରାର୍ଥୀ) ମମତା ଜାନି ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ […]

ଅଦ୍ୟତନ ହୋଇଛି
କୋଟିଆରେ ଫ୍ଲାଗ୍‌ମାର୍ଚ୍ଚ କରୁଛି ଓଡ଼ିଶା ପୁଲିସ୍‌

Koraput

Advertisment

କୋରାପୁଟ (ସୂର୍ଯ୍ୟ ପଣ୍ଡା): ଓଡ଼ିଶାର କୋଟିଆରେ ପୁଲିସ୍‌ର ଫ୍ଲାଗ୍‌ ମାର୍ଚ୍ଚ। କୋଟିଆବାସୀଙ୍କ ମନୋବଳ ସୁଦୃଢ଼ କରିବା ପାଇଁ ଓ ଆନ୍ଧ୍ରପ୍ରଦେଶର ଅବାଧ ପ୍ରବେଶ ଉପରେ ରୋକ୍‌ ଲଗାଇବାକୁ ଓଡ଼ିଶା ପୁଲିସ୍‌ ପକ୍ଷରୁ ଏପରି ପନ୍ଥା ଆପଣାଯାଇଛି। ଏଥିସହ ସମ୍ବେଦନଶୀଳ ବୁଥ୍‌ ଉପରେ ପୁଲିସ୍‌ କଡା ନଜର ରହିଛି।

Advertisment

[caption id="attachment_713161" align="aligncenter" width="650"]Kotia କୋଟିଆରେ ଫ୍ଲାଗମାର୍ଚ୍ଚ ବେଳେ ଓଡ଼ିଶା ପୁଲିସ ଅଧିକାରୀମାନେ ସ୍ଥିତି ପରଖୁଛନ୍ତି[/caption]

କୋଟିଆ ପଞ୍ଚାୟତରେ ରହିଛି ୧୩ ୱାର୍ଡ। ଏଠାରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ସର୍ବଦଳୀୟ ପ୍ରାର୍ଥୀ(ତିନି ଦଳର ପ୍ରାର୍ଥୀ) ମମତା ଜାନି ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ଲଢେଇ କରୁଛନ୍ତି। କହିବାକୁ ଗଲେ ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ଭିତରେ ଏଥର ଲଢ଼େଇ ହେବ। ସେହିପରି ସରପଞ୍ଚ ପ୍ରାର୍ଥୀ ଭାବେ ୭ ଜଣ ଓ ୧୩ଟି ୱାର୍ଡରେ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୧୨ଟି ୱାର୍ଡରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ୧୦ ନମ୍ୱର ୱାର୍ଡରେ ଦୁଇ ଜଣ ପ୍ରତି ଲଢ଼ୁଥିବାରୁ ମତଦାନ ହେବ। ଏଠାରେ ୧୮ ତାରିଖରେ ଭୋଟ୍‌ ଗ୍ରହଣ ହେବ।

Advertisment

[caption id="attachment_713163" align="aligncenter" width="650"]Kotia କୋଟିଆରେ ଫ୍ଲାଗମାର୍ଚ୍ଚ କରୁଛନ୍ତି ପୁଲିସ[/caption]

କୋଟିଆରେ ପଞ୍ଚାୟତ ନର୍ବାଚନ ଭଣ୍ଡୁର ପାଇଁ ଆନ୍ଧ୍ରପ୍ରଦେଶ ସରକାର ଉଦ୍ୟମ କରୁଛି। ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଆନ୍ଧ୍ର ପୁଲିସ୍ ଓ ଏଜେଣ୍ଟମାନେ ବାରମ୍ୱାର କୋଟିଆରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ଏପରିକି ପଞ୍ଚାୟତ ନିର୍ବାଚନରେ ମତଦାନ ନକରିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଛି। ତେବେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ସମାପନ ଓ ଆନ୍ଧ୍ରର ଅଧିକାରୀଙ୍କ ଅବାଧ ପ୍ରବେଶ ଉପରେ ରୋକ୍ ଲଗାଇବା ପାଇଁ ଆଜି କୋଟିଆରେ ପୁଲିସ୍ ଓ IRB ବାଟାଲିଅନ୍‌ ଯବାନଙ୍କ ପକ୍ଷରୁ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। କୋଟିଆର ୧୩ଟି ୱାର୍ଡରେ ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଫ୍ଲାଗମାର୍ଚ୍ଚ କରିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ମନୋବଳ ସୁଦୃଢ କରିବା ପାଇଁ ପୁଲିସ ପକ୍ଷରୁ ଏହି କରାଯାଇଥିବା କୁହାଯାଇଛି। 

ସେପଟେ ଆଜି ଡିଜିପି ସୁନୀଲ ବଂସଲ୍‌ କୋରାପୁଟ ଗସ୍ତରେ ଯାଇଛନ୍ତି। ଡିଜିପିଙ୍କ ସହ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀମାନେ ଯାଇଛନ୍ତି।ଜିଲ୍ଲାର ନକ୍ସଲ ସ୍ଥିତି ଓ ପଞ୍ଚାୟତ ନିର୍ବାଚନ ଉପରେ ଡିଜିପି ସମୀକ୍ଷା କରିଛନ୍ତି। ଏଥିସହ କୋଟିଆରେ ହେବାକୁ ଥିବା ନିର୍ବାଚନ ଉପରେ ମଧ୍ୟ ଆଲୋଚନା ହୋଇଛି। ଏଥିରେ କୋରାପୁଟ୍‌ ଏସ୍‌ପି, ଡିଆଇଜି, କୋବ୍ରା ଓ  ବିଏସଏଫ୍‌ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe