Advertisment

ପୁଲିସ ଉପରକୁ ଗୁଳି କରି ଓ ବୋମା ଫିଙ୍ଗି ଫେରାର ହୋଇଗଲା କୁନା

ବ୍ରହ୍ମୁପର (ଜଗନ୍ନାଥ ସାହୁ): ପୁଲିସ୍ ଉପରକୁ ଗୁଳି କରି ଓ ବୋମା ଫିଙ୍ଗି ନିଜ ଗ୍ୟାଙ୍ଗ୍ ସହ ଫେରାର ହୋଇଗଲା ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଡ଼େୟାଗଡ଼ ଗାଁ ନିକଟରେ ଘଟିଛି ଏହି ଘଟଣା। ଚଡ଼େୟାଗଡ଼ ଗାଁ ନିକଟରେ ଏକ ପାହାଡ଼ରେ କୁନା ତା’ ଗ୍ୟାଙ୍ଗ ସହିତ କ୍ୟାମ୍ପ କରି ରହିଥିବା ନେଇ ପୁଲିସ୍‌କୁ ଖବର ମିଳିଥିଲା। ସେମାନଙ୍କୁ ଧରିବା ପାଇଁ ଦିଗପହଣ୍ଡି ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ […]

ଅଦ୍ୟତନ ହୋଇଛି
ପୁଲିସ ଉପରକୁ ଗୁଳି କରି ଓ ବୋମା ଫିଙ୍ଗି ଫେରାର ହୋଇଗଲା କୁନା

Jungle

Advertisment

ବ୍ରହ୍ମୁପର (ଜଗନ୍ନାଥ ସାହୁ): ପୁଲିସ୍ ଉପରକୁ ଗୁଳି କରି ଓ ବୋମା ଫିଙ୍ଗି ନିଜ ଗ୍ୟାଙ୍ଗ୍ ସହ ଫେରାର ହୋଇଗଲା ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଡ଼େୟାଗଡ଼ ଗାଁ ନିକଟରେ ଘଟିଛି ଏହି ଘଟଣା।

Advertisment

ଚଡ଼େୟାଗଡ଼ ଗାଁ ନିକଟରେ ଏକ ପାହାଡ଼ରେ କୁନା ତା’ ଗ୍ୟାଙ୍ଗ ସହିତ କ୍ୟାମ୍ପ କରି ରହିଥିବା ନେଇ ପୁଲିସ୍‌କୁ ଖବର ମିଳିଥିଲା। ସେମାନଙ୍କୁ ଧରିବା ପାଇଁ ଦିଗପହଣ୍ଡି ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ଚଢ଼ାଉ କରିଥିଲା। ତେବେ ସେହି ସମୟରେ କୁନା ଓ ତା’ ଗ୍ୟାଙ୍ଗ ସେମାନଙ୍କ ଉପରକୁ ଗୁଳି କରିବା ସହିତ ବୋମା ଫିଙ୍ଗିଥିଲା। ଗାଁ ଲୋକଙ୍କୁ କ୍ଷତି ପହଞ୍ଚିବା ଆଶଙ୍କା କରି ପୁଲିସ୍ ପାଲଟା ଜବାବ ଦେଇ ନଥିଲା। ଆଉ ଏହାର ସୁଯୋଗ ନେଇ କୁନା ଓ ତା’ ଗ୍ୟାଙ୍ଗର ସଦସ୍ୟମାନେ ସେଠାରୁ ଫେରାର ହୋଇଯାଇଥିଲେ।

ଗୁଳି ଓ ବୋମାମାଡ଼ରେ କୌଣସି ପୁଲିସ୍ କର୍ମଚାରୀ ଆହତ ହୋଇ ନଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। କୁନା ଓ ତା’ ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ୍‌ ସର୍ଚ୍ଚ ଅପରେସନ୍ ଜାରି ରଖିଛି। କୁନାର ଆଡ୍ଡାରୁ ୩ଟି ୯ଏମଏମ ଗୁଳି, ୮ଟି ଦେଶୀ ଗୁଳି, ୨ଟି ଦେଶୀ ବନ୍ଧୁକ ସହିତ ବହୁ ମାରଣାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

Advertisment

କୁନା ଦିଗପହଣ୍ଡି ଓ ଗୋଲନ୍ଥରା ଥାନା ଇଲାକାରେ ଆତଙ୍କ ସୃଷ୍ଟି କରିଛି। ତା’ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଓ ଡକାୟତି ଭଳି ୨୫ରୁ ଅଧିକ ମାମଲା ରହିଥିବା ଏସପି ପିନାକ ମିଶ୍ର କହିଛନ୍ତି। କୁନାକୁ ଖୁବ୍‌ଶୀଘ୍ର ଗିରଫ କରିବାକୁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।

Attack On Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe