representational-image
ରାଉରକେଲା: ବିଶ୍ରା କାଳିଆପୋଷ ଗାଁରେ ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ। ଏନେଇ ଅଭିଯୁକ୍ତ ମାଆ ଓ ଝିଅଙ୍କୁ ଗିରଫ କରିଛି କୋର୍ଟ ଚାଲାଣ ପୁଲିସ।
ସୂଚନାଯୋଗ୍ୟ, ଗତକାଲି ପାରିବାରିକ କଳହରୁ ବିଶ୍ରା ଥାନା କାଳିଆପୋଷ ଗାଁରେ ଘଟିଥିଲା ଏକ ହତ୍ୟାକାଣ୍ଡ। ଏହି ଘଟଣାରେ ବାପାଙ୍କୁ ଠେଙ୍ଗାରେ ନିର୍ମମ ଭାବେ ପିଟି ପିଟି ମାଆ ଓ ଝିଅ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ସୂତ୍ର ଅନୁଯାୟୀ, ଗାଁର ଏତୁଆ ମୁଣ୍ଡାରୀ ନିୟମିତ ଭାବେ ମଦ୍ୟପାନ କରି ମାଆ ଓ ଝିଅଙ୍କୁ ନିର୍ଯାତନା ଦେବା ସହ ମାରପିଟ କରୁଥିଲା ଶେଷରେ ଅତ୍ୟାଚାର ସହି ନ ପାରି ମାଆ, ଝିଅ ମିଶି କାଠ ଫାଳିଆ ଏବଂ ଠେଙ୍ଗାରେ ପିଟିପିଟି ଏତୁଆକୁ ମାରି ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/representational-image.jpg)