ଚାକିରି ଦେବାକୁ କହି ନିର୍ଯାତନା ଦେଉଥିଲେ, ୧୪ ଗିରଫ

ଭବାନୀପାଟଣା (ରାଜକୁମାର ସିଂଦେଓ): ବଡ଼ ବଡ଼ କମ୍ପାନୀରେ ନିଯୁକ୍ତି ଦିଆଯିବ! ଏପରି ଲୋଭ ଦେଖାଇ ଶିକ୍ଷିତ ବେକାର ଯୁବକଙ୍କଠାରୁ ବାୟୋଡାଟା ସଂଗ୍ରହ କରାଯାଉଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ଡ଼କା ଯାଉଥିଲା। ଆଉ ଚାକିରି ପାଇବା ଲୋଭରେ ଡାକରା ପାଇ କଟକ, ଭୁବନେଶ୍ୱର, ଭଦ୍ରକ, ଢେଙ୍କାନାଳ, ବାଲେଶ୍ଵର ପରି ଜିଲ୍ଲାରୁ ଆଶାୟୀମାନେ ଧାଇଁ ଯାଉଛନ୍ତି ଭବାନୀପାଟଣା। ସେଠାରେ ତାଲିମ ଦେବା ନାଁରେ ସେମାନଙ୍କୁ କୁମ୍ପନ୍ତ୍ରଣା ଦିଆଯାଉଥିଲା। ସେମାନଙ୍କଠାରୁ ମୋବାଇଲ ଛଡ଼ାଇ ନିଆଯାଉଥିଲା। କାହା ସହିତ ଯୋଗାଯୋଗ କରିବାକୁ ଦିଆଯାଉନଥିଲା। ଘର […]

Kalahindi

Kalahindi

Manoranjan Sial
  • Published: Friday, 12 November 2021
  • Updated: 12 November 2021, 07:05 PM IST

Sports

Latest News

ଭବାନୀପାଟଣା (ରାଜକୁମାର ସିଂଦେଓ): ବଡ଼ ବଡ଼ କମ୍ପାନୀରେ ନିଯୁକ୍ତି ଦିଆଯିବ! ଏପରି ଲୋଭ ଦେଖାଇ ଶିକ୍ଷିତ ବେକାର ଯୁବକଙ୍କଠାରୁ ବାୟୋଡାଟା ସଂଗ୍ରହ କରାଯାଉଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ଡ଼କା ଯାଉଥିଲା। ଆଉ ଚାକିରି ପାଇବା ଲୋଭରେ ଡାକରା ପାଇ କଟକ, ଭୁବନେଶ୍ୱର, ଭଦ୍ରକ, ଢେଙ୍କାନାଳ, ବାଲେଶ୍ଵର ପରି ଜିଲ୍ଲାରୁ ଆଶାୟୀମାନେ ଧାଇଁ ଯାଉଛନ୍ତି ଭବାନୀପାଟଣା। ସେଠାରେ ତାଲିମ ଦେବା ନାଁରେ ସେମାନଙ୍କୁ କୁମ୍ପନ୍ତ୍ରଣା ଦିଆଯାଉଥିଲା। ସେମାନଙ୍କଠାରୁ ମୋବାଇଲ ଛଡ଼ାଇ ନିଆଯାଉଥିଲା। କାହା ସହିତ ଯୋଗାଯୋଗ କରିବାକୁ ଦିଆଯାଉନଥିଲା। ଘର ଭିତରେ ସେମାନଙ୍କୁ ନଜରବନ୍ଦୀ କରି ରଖାଯାଉଥିଲା। ଆଉ ପିଲା ଯୋଗାଡ କରିବାକୁ ପ୍ରବର୍ତ୍ତା ଯାଉଥିଲା।

କିଛି ଦିନ ତଳେ ସେଠାରେ ବନ୍ଦୀ ଭାବେ ରହୁଥିବା ଭଦ୍ରକ ଜିଲ୍ଲାର କାହ୍ନୁ ଚରଣ ବାରିକ ନାମକ ଜଣେ ଖସି ଆସିଥିଲେ। ସେ ଏନେଇ କଳାହାଣ୍ଡି ଜିଲ୍ଲାର ଓଟିଭି ପ୍ରତିନିଧି ରାଜକୁମାର ସିଂହଦେଓଙ୍କୁ ଜଣାଇଥିଲେ। ଓଟିଭି ପ୍ରତିନିଧି ଏନେଇ ପୁଲିସକୁ ଖବର ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ଉକ୍ତ ତାଲିମ କେନ୍ଦ୍ରରେ ଚଢ଼ଉ କରିଥିଲା। ଚଢ଼ଉ ସମ୍ପର୍କରେ ଖବର ପାଇଁ ସେଠାରୁ ସମସ୍ତେ ଚମ୍ପଟ ମାରିଥିଲେ।

ପୁଲିସର କହିବା ଅନୁସାରେ ସେଠାରେ ୭୦ ଜଣ ଥିଲେ। ସେମାନଙ୍କଠାରୁ ଜଣକା ୧୦ରୁ ୧୫ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ମାଷ୍ଟର ମାଇଁଣ୍ଡଙ୍କ ସମେତ ୧୪ ଜଣଙ୍କୁ ପୁଲିସ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos