ଗାମୁଛାରେ ତଣ୍ଟି ଚିପି ହତ୍ୟା କଲେ, ମୃତଦେହକୁ ଅଖାରେ ପୂରାଇ ଫିଙ୍ଗିଦେଲେ

ବାରିପଦା (ମାଣିକଲାଲ ପାଣି): ଗୁଣିଗାରେଡି ସନ୍ଦେହରେ ହତ୍ୟା। ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଦେଲେ। ପରେ ମୃତଦେହକୁ ଅଖାରେ ପୂରାଇ କେନାଲକୁ ଫିଙ୍ଗିଦେଲେ। ଘଟଣାର ଦୁଇ ସପ୍ତାହ ପରେ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୁଲିସ୍‌। ଗତ ୧୭ ତାରିଖରେ ଏପରି ଲୋମହର୍ଷକାରୀ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଥିଲା। ଚାନ୍ଦୁଆ ଥାନା ଅନ୍ତର୍ଗତ କୋଠାବିଲା ଗାଁର ଡପକା ସାହିରେ କେତେକ ଲୋକଙ୍କୁ ଜ୍ୱର ହେଉଥିଲା। ମେଡ଼ିସିନ୍‌ ଖାଉଥିଲେ ମଧ୍ୟ ଜ୍ୱର ଛାଡ଼ୁନଥିଲା। ଗୁଣିଗାରେଡି ଯୋଗୁ ଜ୍ୱର ହେଉଥିବେ […]

Baripada

Baripada

Manoranjan Sial
  • Published: Friday, 30 September 2022
  • Updated: 30 September 2022, 08:24 PM IST

ବାରିପଦା (ମାଣିକଲାଲ ପାଣି): ଗୁଣିଗାରେଡି ସନ୍ଦେହରେ ହତ୍ୟା। ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଦେଲେ। ପରେ ମୃତଦେହକୁ ଅଖାରେ ପୂରାଇ କେନାଲକୁ ଫିଙ୍ଗିଦେଲେ। ଘଟଣାର ଦୁଇ ସପ୍ତାହ ପରେ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୁଲିସ୍‌। ଗତ ୧୭ ତାରିଖରେ ଏପରି ଲୋମହର୍ଷକାରୀ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଥିଲା।

ଚାନ୍ଦୁଆ ଥାନା ଅନ୍ତର୍ଗତ କୋଠାବିଲା ଗାଁର ଡପକା ସାହିରେ କେତେକ ଲୋକଙ୍କୁ ଜ୍ୱର ହେଉଥିଲା। ମେଡ଼ିସିନ୍‌ ଖାଉଥିଲେ ମଧ୍ୟ ଜ୍ୱର ଛାଡ଼ୁନଥିଲା। ଗୁଣିଗାରେଡି ଯୋଗୁ ଜ୍ୱର ହେଉଥିବେ ଗାଁ ଲୋକଙ୍କ ମନରେ ସନ୍ଦେହ ହେଉଥିଲା। ସେଥିପାଇଁ ଗାଁରେ ଗୋଟିଏ ସଭା ବସିଥିଲା। ସମସ୍ତଙ୍କୁ ଆସିବାକୁ କୁହାଯାଇଥିଲା। ସଭାରେ ବହୁ ଆଲୋଚନା ପରେ ଗାଁରେ ଗୋଟିଏ ପୂଜା କରିବାକୁ ସ୍ଥିର ହୋଇଥିଲା। ପୂଜାରେ ଗାଁରେ ସମସ୍ତଙ୍କୁ ସାମିଲ୍‌ ହେବା ପାଇଁ କୁହାଯାଇଥିଲା।

ଗତ୧୭ ତାରିଖରେ ଗାଁରେ ପୂଜା ଆୟୋଜନ ହୋଇଥିଲା। ପୂଜାରେ ସମସ୍ତେ ସାମିଲ୍‌ ହୋଇଥିଲେ। ମାତ୍ର ପାଣୁ ମୁଣ୍ଡା ପୂଜାକୁ ନଆସି ଫୁଲ୍‌ ବଲ୍‌ ମ୍ୟାଚ୍‌ ଦେଖିବା ପାଇଁ ଚାଲିଗଲେ। ଏଥିରୁ ଗାଁ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହ ଦୃଢ଼ିଭୂତ ହୋଇଥିଲା। ପାଣୁ ଗୁଣିଗାରେଡି କରୁଥିବାରୁ ଲୋକଙ୍କୁ ଜ୍ୱର ହେଉଛି। ସେହିଦିନ ସନ୍ଧ୍ୟା ବେଳେ ପାଣୁ ଫୁଟ୍‌ ବଲ୍‌ ମ୍ୟାଚ୍‌ ଦେଖି ଘରକୁ ଫେରୁଥିଲେ। ନିଛାଟିଆ ରାସ୍ତା ଦେଖି ତାଙ୍କ ବେକରେ ପଡ଼ିଥିବା ଗାମୁଛାରେ ଭିଡ଼ି ହତ୍ୟା କରିଥିଲେ ଗାଁର ୭ ଜଣ ବ୍ୟକ୍ତି। ପରେ ମୃତଦେହକୁ ଅଖାରେ ପୂରାଇ କେନାଲ୍‌ ପାଣିକୁ ଫିଙ୍ଗି ଦେଇଥିଲେ।

ସେପଟେ ପାଣୁ ଘରକୁ ନଆସିବାରୁ ପରିବାର ଲୋକ ଚାରିଆଡ଼େ ଖୋଜିଥିଲେ। ମାତ୍ର ତାଙ୍କ ପତ୍ତା ପାଇନଥିଲେ। ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୋଗକୁ ଭିତ୍ତିକରି ତଦନ୍ତ କରୁଥିବା ବେଳେ ପାଣୁଙ୍କ ମୃତଦେହ ଗାଁ ନିକଟସ୍ଥ କେନାଲରେ ଭାସୁଥିବା ଅବସ୍ଥାରେ ଜବତ କରିଥିଲା। ଏହା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ୍‌ ପାଣୁଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ସେହି ସମୟରେ ପୁଲିସ୍‌ ଜଣିବାକୁ ପାଇଥିଲା ଯେ ପାଣୁ ଗୁଣିଗାରେଡି କରୁଥିଲେ। ଏହାକୁ ନେଇ ତାଙ୍କ ସହ କେତେକ ଲୋକଙ୍କର ତୀକ୍ତତା ଲାଗି ରହିଥିଲା। ପୁଲିସ୍‌ ଏହି ଆଧାରରେ ତଦନ୍ତ ଆରମ୍ଭ କଲା। ପ୍ରଥମେ ଗାଁର କିଛି ଲୋକଙ୍କୁ ସନ୍ଦେହରେ ଉଠାଇ ଆଣି ପୁଲିସ୍‌ ପଚରାଉଚରା କରିଥିଲା। ତା’ପରେ ସେମାନଙ୍କ ଭିତରୁ ୭ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ଗୁଣିକାରେଡି ସନ୍ଦେହରେ ପାଣୁକୁ ହତ୍ୟା କରିଥିବା ପୁଲିସ ପାଖରେ ସ୍ୱୀକାର କରିଛନ୍ତି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos