/odisha-reporter/media/post_attachments/uploads/2022/10/police-2.jpg)
police
କେନ୍ଦୁଝର(ପ୍ରଣୟ ପାଣି): ‘ମୁଁ ପୁଲିସ୍ ଡିଆଇଜି। ଟଙ୍କା ଦେଲେ ଚାକିରି ପକ୍କା। ତେଣୁ ଯିଏ ଟଙ୍କା ଦେବ, ପୁଲିସ୍ରେ ଭର୍ତ୍ତି କରାଇଦେବି । ’ ଏପରି ପ୍ରଲୋଭନ ଦେଖାଇ ବିଭିନ୍ନ ଜିଲ୍ଲାର ଯୁବ ଗୋଷ୍ଠୀଙ୍କଠାରୁ ଲୁଟି ଚାଲିଥିଲେ ଆଖିବୁଜା ଟଙ୍କା । ହେଲେ ଶେଷରେ ଚାକିରି କଥା ପଡ଼ିଲେ ଆଉ ଧରାଛୁଆଁ ଦେଉ ନ ଥିଲେ। ଏପରି ସାଂଘାତିକ ଅଭିଯୋଗ ଆସିବା ପରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପୁଲିସ୍ ନିଜକୁ ନକଲି ପୁଲିସ୍ ଡିଆଇଜି ପରିଚୟ ଦେଉଥିବା ଜଣେ ଯୁବକଙ୍କୁ ଗିରଫ କରିଛି।
ଏହିନକଲିଡିଆଜିଜଣଙ୍କହେଉଛନ୍ତିଯାଜପୁରଜିଲ୍ଲାସୁଜନପୁରଅଞ୍ଚଳରସୁଜିତପଢିଆରୀ।ସେ ଯାଜପୁର, କଟକ, ଭୁବନେଶ୍ୱର, କେନ୍ଦୁଝର ଆଦି ଜିଲ୍ଲାର ବହୁ ଯୁବକଙ୍କଠାରୁ ଟଙ୍କା ଠକି ନେଇଥିବା ଜଣାଯାଇଛି।
ସୁଜିତକିଛିଦିନହେଲାଘଟଗାଁଅଞ୍ଚଳରେନିଜରଜାଲବିଛାଇକିଛିଯୁବକଙ୍କଠାରୁଟଙ୍କାଠକି ଚାଲିଥିଲେ।ହେଲେଠକାମିରଶିକାରହୋଇଥିବା ଜଣେଯୁବକଙ୍କୁ ସନ୍ଦେହ ହେବାରୁ ସେଏନେଇ ଥାନାରେଅଭିଯୋଗକରିଥିଲା।ଅଭିଯୋଗପାଇଘଟଗାଁ ପୁଲିସ୍ ସ୍ଥାନୀୟ ଅଞ୍ଚଳରେ ଥିବାଏକଲଜ୍ରେଚଢ଼ାଉ କରି ସୁଜିତଙ୍କୁ କାବୁ କରିଥିଲା।
ଚଢ଼ାଉ ସମୟରେ ତାଙ୍କ ନିକଟରୁ ପୁଲିସଯୁନିଫର୍ମ, ଗୋଟିଏମୋବାଇଲ, ନକଲିସୁନାଚେନଓମୁଦିସହନଗଦ୧୨ହଜାରଟଙ୍କାଜବତହୋଇଛି। ତେବେନିଜକୁଆପିଏସ୍ ସ୍ତରରପୁଲିସଅଫିସରକହୁଥିବାଯୁବକଙ୍କଯୁନିଫର୍ମରେଓଏଫଏସଲେଖାଯାଇଥିବାକାରଣରୁସନ୍ଦେହଘେରକୁଆସିବାସହଫସିଯାଇଛନ୍ତିନକଲିଡିଆଇଜି।
ସୁଜିତପଢିଆରୀଯାଜପୁର, କେନ୍ଦୁଝର, ଭୁବନେଶ୍ୱରପରିବିଭିନ୍ନସ୍ଥାନରେନିଜକୁବରିଷ୍ଠପୁଲିସକହିବାସହଚାକିରିକରାଇଦେବାପାଇଁକହିଟଙ୍କାଠକିଥିବାସୁଜିତନାଁରେଏକାଧିକମାମଲାରହିଥିବା ଘଟଗାଁ ଏସଡିପିଓସୁଶିଲକୁମାରମିଶ୍ରସୂଚନାଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
