ଜଳେଶ୍ୱର (ଅଜିତ୍ ଦାସ): ଧରାପଡ଼ିଲା ଦୁର୍ଦ୍ଦାନ୍ତ ଡକାୟତ ରତନ ଦାସ ଓରଫ ଜଗା। ତା’ସହ ଜଣେ ସହଯୋଗୀ ମଧ୍ୟ ଧରା ପଡ଼ିଛି। ସ୍ଥାନୀୟ ଲୋକେ ତାକୁ ଧରିବା ସହ ଏକ ଗଛରେ ବାନ୍ଧି ନିର୍ଧୁମ ଛେଚିଛନ୍ତି। ଏହାପରେ ପୁଲିସ୍ ଜିମା ଦେଇଛନ୍ତି। ଘଟଣାଟି ବାଲେଶ୍ୱର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି।
ଗତରାତିରେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ଆମ୍ୱଳିଅଠା ଛକଠାରେ ରତନ ଓ ତାର ସହଯୋଗୀ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକଙ୍କୁ ସାମାନ୍ୟ ବଚସାରୁ ମରଣାତ୍ମକ ଆକ୍ରମଣ କରିଥିଲେ। ଯୁବକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ଦୁଇ ଅପରାଧୀଙ୍କୁ କାବୁ କରି ନିସ୍ତୁକ ମାଡ଼ିଥିଲେ।
ଏନେଇ ଜଳେଶ୍ୱର ପୁଲିସ୍କୁ ଲୋକେ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇ ଅଟକ ରଖି ଘଟଣାର ତଦନ୍ତ କରୁଛି।
ପୁଲିସ୍ ରତନ ପାଖରୁ ଗୋଟିଏ ଚୋରା ପିସ୍ତଲ ଜବତ କରିଛି।
ରତନ ଗତବର୍ଷ ଏକ ଡାକାୟତି ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲା। ଗତ ୩ ମାସ ହେବ ସେ ଘରକୁ ଫେରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।