Advertisment

ଡକାୟତଙ୍କୁ ଛେଚିବା ପରେ ବାନ୍ଧି ପକାଇଲେ

ଜଳେଶ୍ୱର (ଅଜିତ୍‌ ଦାସ): ଧରାପଡ଼ିଲା ଦୁର୍ଦ୍ଦାନ୍ତ ଡକାୟତ ରତନ ଦାସ ଓରଫ ଜଗା। ତା’ସହ ଜଣେ ସହଯୋଗୀ ମଧ୍ୟ ଧରା ପଡ଼ିଛି। ସ୍ଥାନୀୟ ଲୋକେ ତାକୁ ଧରିବା ସହ ଏକ ଗଛରେ ବାନ୍ଧି ନିର୍ଧୁମ ଛେଚିଛନ୍ତି। ଏହାପରେ ପୁଲିସ୍‌ ଜିମା ଦେଇଛନ୍ତି। ଘଟଣାଟି ବାଲେଶ୍ୱର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ଗତରାତିରେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ଆମ୍ୱଳିଅଠା ଛକଠାରେ ରତନ ଓ ତାର ସହଯୋଗୀ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକଙ୍କୁ ସାମାନ୍ୟ ବଚସାରୁ ମରଣାତ୍ମକ ଆକ୍ରମଣ […]

ଡକାୟତଙ୍କୁ ଛେଚିବା ପରେ ବାନ୍ଧି ପକାଇଲେ

ratan

Advertisment

ଜଳେଶ୍ୱର (ଅଜିତ୍‌ ଦାସ): ଧରାପଡ଼ିଲା ଦୁର୍ଦ୍ଦାନ୍ତ ଡକାୟତ ରତନ ଦାସ ଓରଫ ଜଗା। ତା’ସହ ଜଣେ ସହଯୋଗୀ ମଧ୍ୟ ଧରା ପଡ଼ିଛି। ସ୍ଥାନୀୟ ଲୋକେ ତାକୁ ଧରିବା ସହ ଏକ ଗଛରେ ବାନ୍ଧି ନିର୍ଧୁମ ଛେଚିଛନ୍ତି। ଏହାପରେ ପୁଲିସ୍‌ ଜିମା ଦେଇଛନ୍ତି। ଘଟଣାଟି ବାଲେଶ୍ୱର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି।

Advertisment

ଗତରାତିରେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ଆମ୍ୱଳିଅଠା ଛକଠାରେ ରତନ ଓ ତାର ସହଯୋଗୀ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକଙ୍କୁ ସାମାନ୍ୟ ବଚସାରୁ ମରଣାତ୍ମକ ଆକ୍ରମଣ କରିଥିଲେ। ଯୁବକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ଦୁଇ ଅପରାଧୀଙ୍କୁ  କାବୁ କରି ନିସ୍ତୁକ ମାଡ଼ିଥିଲେ।

ଏନେଇ ଜଳେଶ୍ୱର ପୁଲିସ୍‌କୁ ଲୋକେ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇ ଅଟକ ରଖି ଘଟଣାର ତଦନ୍ତ କରୁଛି।

Advertisment

ପୁଲିସ୍ ରତନ ପାଖରୁ ଗୋଟିଏ ଚୋରା ପିସ୍ତଲ ଜବତ କରିଛି।

ରତନ ଗତବର୍ଷ ଏକ ଡାକାୟତି ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲା। ଗତ ୩ ମାସ ହେବ ସେ ଘରକୁ ଫେରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe