Advertisment

ନକଲି ପୁଲିସକୁ ଧରି ପକାଇଲେ ଗାଁ ଲୋକେ

ପୁଲିସ୍‌ ସେହି ଗାଁକୁ ଯାଇନଥିବା କହିଥିଲା ଫିରିଙ୍ଗିଆ ଥାନା ପୁଲିସ୍‌। ଏହାପରେ ଗାଁ ଲୋକେ ସେମାନଙ୍କ ଭିତରୁ ୮ ଜଣଙ୍କୁ କାବୁ କରି ନେଇଥିଲା। ତେବେ ଅନ୍ଧକାରର ସୁଯୋଗ ନେଇ ଅନ୍ୟମାନେ ସେଠାରୁ ପଳାଇ ଯାଇଥିଲେ। ଖବର ପାଇ ପୁଲିସ୍‌ ଗାଁରେ ପହଞ୍ଚିଥିଲା।

Fake Police

Fake Police

Advertisment

କାମ ଦେଲାଣି ଚାଲ୍‌। ଫସର ଫାଟିଗଲା ସବୁ ଚାଲ୍‌କି। ଲୁଟିବାକୁ ଆସି ପଡ଼ି ଗଲେ ଗାଁ ଲୋକଙ୍କ ପଞ୍ଝାରେ। ଗାଁ ଲୋକେ ୮ ନକଲି ପୁଲିସ କର୍ମଚାରୀଙ୍କୁ ଧରି ଅସଲି ପୁଲିସଙ୍କୁ ଦେଇଛନ୍ତି। ଏପରି ହାଇ ଡ୍ରାମା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପାଙ୍ଗା ଉପରସାହି ପଞ୍ଚାୟତର ବାଲିଗଟା ଗାଁରେ ଘଟିଛି। ଅସଲି ପୁଲିସ ୮ ନକଲି ପୁଲିସଙ୍କୁ ଗିରଫ କରିବା ସହିତ ପୁଲିସ ୟୁନିଫର୍ମ ଓ ନାଲିବତୀ ଗାଡ଼ି ଜବତ କରିଛି।

Advertisment

ପୂରା ଘଟଣା ଏମିତି। ଗଞ୍ଜେଇ ଚାଲାଣ ନାଁରେ ପୁଲିସ୍‌ର ପରିଚୟ ଦେଇ ବାଲିଗଟା ଗାଁର ଦୁଇ ଜଣଙ୍କ ଘରେ ପଶିଥିଲେ ପୁଲିସ ୟୁନିଫର୍ମ ପିନ୍ଧିଥିବା କିଛି ଯୁବକ। ଘରୁ ଗଞ୍ଜେଇ ନପାଇ ଲୁଟ୍‌ପାଟ କରୁଥିଲେ। ଜଣଙ୍କ ଘରୁ ୬ ତୋଳା ସୁନା, ୫୦ ହଜାର ଟଙ୍କା ଓ ଅନ୍ୟାନ୍ୟ ଜିନିଷପତ୍ର ଡକାୟତି କରୁଥିଲେ। ତେବେ ସେମାନଙ୍କ କାର୍ଯ୍ୟ କଳାପକୁ ନେଇ ଗାଁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ସଙ୍ଗେ ସଙ୍ଗେ ଫିରିଙ୍ଗିଆ ଥାନାକୁ ଖବର ଦେଇଥିଲେ ଗାଁ ଲୋକେ।

ପୁଲିସ୍‌ ସେହି ଗାଁକୁ ଯାଇନଥିବା କହିଥିଲା ଫିରିଙ୍ଗିଆ ଥାନା ପୁଲିସ୍‌। ଏହାପରେ ଗାଁ ଲୋକେ ସେମାନଙ୍କ ଭିତରୁ ୮ ଜଣଙ୍କୁ କାବୁ କରି ନେଇଥିଲା। ତେବେ ଅନ୍ଧକାରର ସୁଯୋଗ ନେଇ ଅନ୍ୟମାନେ ସେଠାରୁ ପଳାଇ ଯାଇଥିଲେ। ଖବର ପାଇ ପୁଲିସ୍‌ ଗାଁରେ ପହଞ୍ଚିଥିଲା। ୮ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ୮ ଅଭିଯୁକଙ୍କ ଭିତରୁ ୫ ଜଣ କଟକ ଜିଲ୍ଲାର ଅଛନ୍ତି। ସେମାନଙ୍କ ନାଁରେ ୧୫ରୁ ଅଧିକ ଫାୟାରିଂ ଓ ଡକାୟତି ମାମଲା ରହିଛି।

Advertisment

ଅଭିଯୁକ୍ତଙ୍କଠାରୁ ପୁଲିସ ୨ଟି ବୋଲେରୋ ଗାଡ଼ି, ୩ଟି ବନ୍ଧୁକ, ଗୋଟିଏ ପିସ୍ତଲ, ଗୋଟିଏ ନାଲିବତୀ, ୪ ହଳ ପୁଲିସ ଡ୍ରେସ୍‌ ଓ ବହୁ ମାରଣାସ୍ତ୍ର ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଅଶୋକ କୁମାର ରାଉତ, ସିପୁଲ କୁମାର କବି, ମାନଭଞ୍ଜନ ପ୍ରଧାନ, ଜୋସେଫ ଦିଗାଲ, ଶଙ୍କର ଦିଗାଲ, ଅଙ୍ଗଦ ଦିଗାଲ, କୀର୍ତ୍ତିମ ଦିଗାଲ ଓ ରଞ୍ଜନ ସାହାଣୀ। ତେବେ ଫେରାର ହୋଇଯାଇଥିବା ଅଭିଯୁକ୍ତଙ୍କୁ ପର୍ଯ୍ୟାୟ କ୍ରମେ ଗିରଫ କରାଯିବ ବୋଲି ଫୁଲବାଣୀ ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ କହିଛନ୍ତି।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Police Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe