ଭାଇବୋହୂ ସହ ଦେଢ଼ଶୁରର ନଟି ରିଲେସନ୍‌, ମୁଣ୍ଡ ଗଡ଼ିଲା

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ସ୍ୱାମୀ-ସ୍ତ୍ରୀର ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା! ସ୍ୱାମୀ ଥାଉଁଥାଉଁ ସ୍ତ୍ରୀ ରଖିଲା ଦେଢ଼ଶୁର ସହିତ ପାପ ସମ୍ପର୍କ! ଆଉ ଏକଥା ସ୍ୱାମୀ ଜାଣିବା ପରେ ହେଲା ରକ୍ତମୁଖା। ନିଜ ପତ୍ନୀ ସହ ମିଶି ରଚିଲା ଚକ୍ରବ୍ୟୂହ। ଆଉ ଅନ୍ଧାର ରାତିରେ ବଡ଼ଭାଇକୁ ପତ୍ନୀ ମାଧ୍ୟମରେ ଡକାଇ କୁରାଢ଼ୀରେ ହାଣି ହତ୍ୟା କଲା ସାନଭାଇ। ଏପରି ଘଟଣା ଲୋମହର୍ଷକାରୀ ଘଟଣା ଟାଙ୍ଗୀ ଥାନା ଅଞ୍ଚରେ ଘଟିଥିଲା। ଏହି ମାମଲାରେ ପୁଲିସ ଅଭିଯୁକ୍ତ […]

Romance

Manoranjan Sial
  • Published: Thursday, 01 July 2021
  • , Updated: 02 July 2021, 02:52 PM IST

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ସ୍ୱାମୀ-ସ୍ତ୍ରୀର ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା! ସ୍ୱାମୀ ଥାଉଁଥାଉଁ ସ୍ତ୍ରୀ ରଖିଲା ଦେଢ଼ଶୁର ସହିତ ପାପ ସମ୍ପର୍କ! ଆଉ ଏକଥା ସ୍ୱାମୀ ଜାଣିବା ପରେ ହେଲା ରକ୍ତମୁଖା। ନିଜ ପତ୍ନୀ ସହ ମିଶି ରଚିଲା ଚକ୍ରବ୍ୟୂହ। ଆଉ ଅନ୍ଧାର ରାତିରେ ବଡ଼ଭାଇକୁ ପତ୍ନୀ ମାଧ୍ୟମରେ ଡକାଇ କୁରାଢ଼ୀରେ ହାଣି ହତ୍ୟା କଲା ସାନଭାଇ। ଏପରି ଘଟଣା ଲୋମହର୍ଷକାରୀ ଘଟଣା ଟାଙ୍ଗୀ ଥାନା ଅଞ୍ଚରେ ଘଟିଥିଲା। ଏହି ମାମଲାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୋଗରୁ ପ୍ରକାଶ, ଜରିପଡା ପଞ୍ଚାୟତ ସାମନ୍ତରାପୁର ଗାଁର ଉମେଶ ସ୍ୱାଇଁଙ୍କ ପୁତ୍ର ହେଉଛନ୍ତି ଗୌତମ। ସେ ତାଙ୍କ ବଡ଼ବାପା ପୁଅ ବିଷ୍ଣୁର ସ୍ତ୍ରୀଙ୍କ ସହିତ ଅନୈତିକ ପ୍ରେମ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ହିସାବରେ ଦୁହେଁ ଭାଇବୋହୂ ଓ ଦେଢ଼ଶ୍ୱଶୁର। ଯାହାକୁ ନେଇ ବିଷ୍ଣୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗୁଥିଲା। ବଡ଼ ଭାଇର ଏପରି କାର୍ଯ୍ୟରେ ଅତିଷ୍ଠ ହୋଇ ପଡ଼ିଥିଲେ ବିଷ୍ଣୁ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା।

[caption id="attachment_655435" align="aligncenter" width="650"] ଗିରଫ ଦୁଇ ଅଭିଯୁକ୍ତ[/caption]

ଜୁନ୍‌ ୨୯ ତାରିଖରେ ଯୋଜନା ମୁତାବକ ଗୌତମକୁ ଫୋନ୍‌ କରି ରାତିରେ ବାଡ଼ି ପଛ ପାର୍ଶ୍ୱକୁ ଡାକିବା ପାଇଁ ବିଷ୍ଣୁ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ। ଏଥିରେ ସେ ରାଜି ହୋଇ ଗୌତମଙ୍କୁ ଡାକିଥିଲା। ଫୋନ୍‌ କଲ୍‌ ପାଇବା ପରେ ରାତିରେ ଗୌତମ ପ୍ରେମିକା ତଥା ଭାଇବୋହୂକୁ ଦେଖା କରିବା ପାଇଁ ବାଡ଼ି ପଛ ପାର୍ଶ୍ୱକୁ ଆସିଥିଲା। ପ୍ରେମିକା ବଦଳରେ ରକ୍ତ ମୁଖା ସାନ ଭାଇକୁ ଦେଖି ଗୌତମ ଦୌଡ଼ିଥିଲା। ବିଷ୍ଣୁ ଗୋଡ଼ାଇ ଗୋଡ଼ାଇ କୁରାଢ଼ୀରେ ଗୌତମଙ୍କ ମୁଣ୍ଡକୁ ଚୋଟ ପରେ ଚୋଟ ପକାଇଥିଲା। ଗୌତମଙ୍କ ମୁଣ୍ଡରେ କୁରାଢ଼ୀ ଚୋଟ ପକାଇ ଘରକୁ ପଳାଇ ଆସିଥିଲା ବିଷ୍ଣୁ।

ସେପଟେ ଗୌତମ ଘରକୁ ଫେରିବାରେ ବିଳମ୍ୱିତ ହୋଇଥିଲା। ଯେଉଁଥିପାଇଁ ପରିବାର ଲୋକ ବ୍ୟସ୍ତ ହୋଇ ପଡ଼ିଥିଲେ। ପୁଅକୁ ପରିବାର ଲୋକ ଚାରିଆଡ଼େ ଖୋଜି ଥିଲେ। ଗୌରମଙ୍କ ପରିବାର ଲୋକଙ୍କ ସହିତ ବିଷ୍ଣୁ ମଧ୍ୟ ଖୋଜି ଥିଲେ। ପରେ ଘର ପଛ ପାର୍ଶ୍ୱ ବାଡ଼ିରେ ଗୌତମଙ୍କ ମୃତଦେହ ମିଳିଥିଲା। ତାଙ୍କ ମୁଣ୍ଡରେ ଚୋଟ ପକାଯାଇଥିବା କୁରାଢ଼ୀ ଲାଗି ରହିଥିଲା। ଏହା ଦେଖି ପରିବାର ଲୋକଙ୍କ ଚେତା ଉଡି ଯାଇଥିଲା।

ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ବିଷ୍ଣୁ ଓ ତା’ ସ୍ତ୍ରୀକୁ ଥାନାକୁ ନେଇ ଜେରା କରିଥିଲା। ଜେରା ପରେ ଉଭୟ ପୂରା ଘଟଣା ବଖାଣି ଥିଲେ। ଏନେଇ ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି।

Related story