k-11
ନୟାଗଡ଼(ଓଡ଼ିଶା ରିପୋର୍ଟର):ଧରାପଡ଼ିଲା ବଣି ଓରଫ ତପନ ରାଉତ। ୭ ଜଣଙ୍କ ଚାକିରି ଖାଇବା ପରେ ବଣି ଧରାପଡ଼ିଛି। ତପନ ରାଉତକୁ ନୟାଗଡ଼ ପୁଲିସ ଧରିଛି। ୩ ଥର ଫେରାର ହୋଇଯାଇଥିବା ବଣି ନିଜ ଗାଁ କରବର ନିକଟ ଜଙ୍ଗଲରେ ଲୁଚିଥିବା ବେଳେ ଧରାପଡ଼ିଛି।
ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା ବଣି। ଜେଲରେ ଥିବା ବେଳେ ସେ ପାଚେରୀ ଡେଇଁ ଦୁଇ ଥର ଖସି ପଳାଇଥିଲା। ତେବେ ୯ ତାରିଖରେ ପୁଲିସ ତାକୁ ଧରି କୋର୍ଟ ଆଣୁଥିବା ବେଳେ ପୁଣି ଖସି ଯାଇଥିଲା। ଏହି ଘଟଣାରେ ନୟାଗଡ଼ ଏସପି ଆଉ ୫ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ।
ତପନର ଘର ଫତେଗଡ଼ ଥାନା ଅନ୍ତର୍ଗତ କରବର ଗାଁ ହାଡୁଆସାହିରେ। ଗତ ୯ ତାରିଖରେ ତପନକୁ ଏକ ଭ୍ୟାନ୍ରେ ଖଣ୍ଡପଡ଼ା ସବ୍ଜେଲରୁ ଭାପୁର କୋର୍ଟକୁ ନେବାବେଳେ ସେ ଖସି ଦୌଡ଼ି ପଳାଇଥିଲା। ତପନ ପୂର୍ବରୁ ଦୁଇ ଦୁଇ ଥର ଖଣ୍ଡପଡା ସବ-ଜେଲର ସୁରକ୍ଷାକୁ ଚ୍ୟାଲେଞ୍ଜ କରି ଖସି ଯିବାକୁ ସକ୍ଷମ ହୋଇଥିଲା। ହେଲେ ଦୁଇ ଥର ଯାକ ସେ ଧରା ପଡ଼ିଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/08/k-11-3.jpg)