ବ୍ରହ୍ମପୁର: ବ୍ରହ୍ମପୁର ନିକଟ ଗୋଳନ୍ଥରା ଥାନା ମେନ୍ଦରାଜପୁର ଛକରେ ବିଦ୍ୟୁତ ତାର ଲାଗି ୧୦ ବସ୍ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ବନ୍ଧା ହେଲା ସିଲ୍କି ସିଟି ବସ୍ର ଡ୍ରାଇଭର। ତାଙ୍କ ନାଁ ଗଗନ ନାୟକ। ଅଘଟଣ ପରଠୁ ଡ୍ରାଇଭର ଗଗନ ଫେରାର୍ ହୋଇଯାଇଥିଲା।
ଗତ ରବିବାର ଅପରାହ୍ନରେ ଗଂଜାମ ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ଧରି ନିର୍ବନ୍ଧ କାମ ପାଇଁ ସିଲ୍କି ସିଟି ବସ୍ ଚିକରଡା ଅଭିମୁଖେ ଯାଉଥିଲା। ତେବେ ମେଲପତୁରରେ ବିଦ୍ୟୁତ ତାର ଓହଳି ପଡ଼ିଥିଲେ ବି ବସ୍ ଡ୍ରାଇଭର ଗଗନ ନାୟକ ଦେଖିପାରିନଥିଲେ। ଫଳରେ ବସ୍ଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ସହ ୧୦ ନିରୀହ ବସ୍ ଯାତ୍ରୀଙ୍କ ଜୀବନ ଯାଇଥିଲା। ଆହତ ହୋଇଥିଲେ ପ୍ରାୟ ୩୦ ଜଣ।
ଏଭଳି ଅଘଟଣକୁ ଦେଖି ବସ୍ ଡ୍ରାଇଭର ଗଗନ ନାୟକ କିନ୍ତୁ ବସ୍ରୁ ଡେଇଁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ତାଙ୍କୁ ଆଜି ଗିରଫ କରିଛି ବ୍ରହ୍ମପୁର ପୁଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍; ଯିଏ ପାରିଲା ବୋହିନେଲା
ଟମାଟୋ ବୋଝେଇ ଟ୍ରକ୍ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି।
Accident
ରାତିରେ ଖାଇ ଶୋଇଲେ ଦାଦା,ପୁତୁରା; ସକାଳେ ଚାଲିଗଲା ଜୀବନ
ଉଭୟଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ।
Crime
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ;୧୧ଟି ସ୍ଥାନରେ ଚଢ଼ାଉ
ସୁରେଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Miscellaneous
ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତି ପୀଠରେ ଝୁଲୁଛି ତାଲା; ବନ୍ଦ ରହିଛି ଦୈନିକ ପୂଜା ଓ ଭାଗବତ ପାଠ
ଦୀର୍ଘ ବର୍ଷ ଧରି ଅତିବଡ଼ି ଜଗନ୍ନାଥ ଦାସଙ୍କ ଉତ୍ତରାଧିକାରୀ ଭଗବାନ ଦାସ ଏହି ପୀଠରେ ପ୍ରତିଦିନ ଭାଗବତ ପାଠ କରୁଥିଲେ।